ETV Bharat / bharat

ଜ୍ଞାନବ୍ୟାପୀ ମାମଲା; ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ, ମସଜିଦ ଭିତରେ ଜାରି ରହିବ ପୂଜା

Gyanvapi case: ଜ୍ଞାନବ୍ୟାପୀ ମାମଲାରେ ଆଜି ଆହ୍ଲାବାଦ ହାଇକୋର୍ଟ ଶୁଣାଣି କରି ମସଜିଦ ଭିତରେ ପୂଜାର୍ଚ୍ଚନା ଜାରି ପାଇଁ ଦେଲେ ଆଦେଶ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 2, 2024, 4:18 PM IST

Gyanvapi case
Gyanvapi case

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ଆଜି (ଶୁକ୍ରବାର) ଆହ୍ଲାବାଦ ହାଇକୋର୍ଟ ଶୁଣାଣି କରି ମସଜିଦ ଭିତରେ ହିନ୍ଦୁ ପକ୍ଷଙ୍କ ପୂଜାର୍ଚ୍ଚନା ଜାରି ରହିବ ବୋଲି ଆଦେଶ ଦେଇଛନ୍ତି । ହିନ୍ଦୁ ପକ୍ଷ କିପରି ସୁରକ୍ଷିତ ଭାବେ ମସଜିଦ ଭିତରେ ଥିବା 'ବ୍ୟାସଜୀ କେ ତେହଖାନା'ରେ ପୂଜାର୍ଚ୍ଚନା କରିପାରିବେ ସେ ନେଇ ରାଜ୍ୟ ସରକାର ଦାୟିତ୍ୱ ବହନ କରିବେ । ହାଇକୋର୍ଟ ଯୋଗୀ ସରକାରଙ୍କୁ ଜ୍ଞାନବ୍ୟାପୀ ମସଜିଦ ପରିସରକୁ ସଂରକ୍ଷିତ ରଖିବାକୁ ଆଦେଶ ଦେଇଛନ୍ତି ।

ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ ଏହି ମାମଲାର ଶୁଣାଣି ସମୟରେ ଯେପରି ମସଜିଦ ପରିସରରେ କୌଣସି ନିର୍ମାଣ କାର୍ଯ୍ୟ ଓ ଖନନ ହେବ ନାହିଁ ସେ ଉପରେ ରାଜ୍ୟ ସରକାର ନଜର ରଖିବେ । ହାଇକୋର୍ଟ ବ୍ୟାସଜୀ କେ ତେହଖାନାରେ ପୂଜାର୍ଚ୍ଚନା ଉପରେ ରୋକ ଲଗାଇନାହାନ୍ତି । ବ୍ୟାସଜୀ କେ ତେହଖାନାରେ ଦୀର୍ଘ ୩୦ ବର୍ଷ ପରେ ପୁଣି ଥିରେ ଗତକାଲିଠାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଆସନ୍ତା ଫେବୃଆରୀ ୬ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ହାଇକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ଗତ ଜାନୁଆରୀ ୩୧ ତାରିଖରେ ମସଜିଦ ଭିତରେ ପୂଜାର୍ଚ୍ଚନା ଲାଗି ବାରଣାସୀ ହାଇକୋର୍ଟ ଅନୁମତି ଦେବା ପରେ ମୁସଲିମ ପକ୍ଷ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ କରିଥିଲେ । ଯାହାର ଶୁଣାଣି କରି ଆଜି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ ।

ଏହା ବି ପଢନ୍ତୁ- 30 ବର୍ଷ ଅପେକ୍ଷାର ଅନ୍ତ: ଜ୍ଞାନବ୍ୟାପୀ ମସଜିଦ ବେସମେଣ୍ଟରେ ପୂଜାର୍ଚ୍ଚନା

ମୁସଲିମ ପକ୍ଷ ଏହି ରାୟ ଉପରେ ଅନ୍ତରୀଣ ରହିତାଦେଶ ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ଆଜି ଶୁଣାଣି ସମୟରେ କହିଥିଲେ ଯେ ପରବର୍ତ୍ତୀ ଶୁଣାଣି ତାରିଖ ମଧ୍ୟରେ ମୁସଲିମ ପକ୍ଷ ନିଜ ଆବେଦନରେ ସଂଶୋଧନ କରିପାରିବେ । ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷକୁ ପ୍ରଶ୍ନ କରିଥିଲେ ଯେ ମସଜିଦ ଭିତରେ ୪ଟି ତେହଖାନା ରହିଛି । ହେଲେ ହିନ୍ଦୁ ପକ୍ଷ କେଉଁ ତେହଖାନାରେ ପୂଜାର୍ଚ୍ଚନା ପାଇଁ ଅନୁମତି ଲୋଡୁଛନ୍ତି । ଏହାପରେ ବ୍ୟାସଜୀ କେ ତେହଖାନା ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିଥିଲା ମୁସଲିମ ପକ୍ଷ ।

ଏହା ବି ପଢନ୍ତୁ- ଜ୍ଞାନବ୍ୟାପୀ ମସଜିଦ ପରିସରରେ ଆରମ୍ଭ ହେଲା ପୂଜାର୍ଚ୍ଚନା

କଣ ଏହି ବିବାଦ ? :- ଗତବର୍ଷ ମସଜିଦରେ ଭିଡିଓଗ୍ରାଫି ସର୍ଭେ ବେଳେ ଏକ ଶିବଲିଙ୍ଗ ଠାବ ହୋଇଥିବା ହିନ୍ଦୁପକ୍ଷ ଦାବି କରିଥିଲା । ଏଠାରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେବାକୁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ହିନ୍ଦୁପକ୍ଷଙ୍କ ଦ୍ବାରା କରାଯାଇଥିଲା । ଦାବି ଅନୁସାରେ, 1993 ମସିହା ପର୍ଯ୍ୟନ୍ତ ପୂଜକ ସୋମନାଥ ବ୍ୟାସ ଏହି ତେହଖାନାରେ ପୂଜାର୍ଚ୍ଚନା କରୁଥିଲେ । ପରେ ଏହାକୁ ପ୍ରଶାସନ ଦ୍ବାରା ବନ୍ଦ କରି ଦିଆଯାଇଥିଲା । ସୋମନାଥ ବ୍ୟାସଙ୍କ ନାତି ଶୈଳେନ୍ଦ୍ର କୁମାର ପାଠକ ବ୍ୟାସ ପୁଣି ଥରେ ଏଠାରେ ପୂଜାର୍ଚ୍ଚନାର ଅନୁମତି ଦାବିରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବ୍ୟାସ ପରିବାର ବ୍ୟତୀତ ପରବର୍ତ୍ତୀ ସମୟରେ ହିନ୍ଦୁପକ୍ଷ ମସଜିଦରେ ପୂଜାର୍ଚ୍ଚନା କରିବାକୁ ଅନୁମତି ମାଗି ଏକାଧିକ ମାମଲା ଦାଏର କରିଛନ୍ତି, ଯାହାର ଶୁଣାଣି ଏବେ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.