ETV Bharat / bharat

ଜ୍ଞାନବ୍ୟାପୀ ମାମଲା: ମୁସଲିମ ପକ୍ଷ ପିଟିସନ ଖାରଜ, ମସଜିଦ ଭିତରେ ଜାରି ରହିବ ପୂଜାର୍ଚ୍ଚନା - ଜ୍ଞାନବ୍ୟାପୀ ମାମଲା

Allahabad High Court Gyanvapi case: ଜ୍ଞାନବ୍ୟାପୀ ମାମଲାରେ ମୁସଲିମ ପକ୍ଷ ଯାଚିକା ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ । ବ୍ୟାସ ବେସମେଣ୍ଟରେ ହିନ୍ଦୁ ପକ୍ଷରୁ ପୂଜାର୍ଚ୍ଚନା ଜାରି ରହିବ ବୋଲି କହିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ,

Gyanvapi case
Gyanvapi case
author img

By ETV Bharat Odisha Team

Published : Feb 26, 2024, 10:49 AM IST

Updated : Feb 26, 2024, 11:50 AM IST

ଲକ୍ଷ୍ନୌ: ବାରାଣସୀ ଜ୍ଞାନବାପୀରେ ହିନ୍ଦୁ ପକ୍ଷଙ୍କ ପୂଜାର୍ଚ୍ଚାନା କରିବା ମାମଲାରେ ଆସିଲା ଆହ୍ଲାବାଦ ହାଇକୋର୍ଟଙ୍କ ରାୟ । ମୁସଲିମ ପକ୍ଷ ଯାଚିକାକୁ ଖାରଜ କଲେ କୋର୍ଟ । ବ୍ୟାସ ବେସମେଣ୍ଟରେ ହିନ୍ଦୁପକ୍ଷଙ୍କ ପୂଜାର୍ଚ୍ଚନା ଜାରି ରହିବ ବୋଲି ଶୁଣାଣି କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ପ୍ରକାଶ ଥାଉକି, ପୂର୍ବରୁ ବାରାଣସୀ ଜିଲ୍ଲା କୋର୍ଟ ପୂଜାର୍ଚ୍ଚନା ପାଇଁ ଅନୁମତି ଦେଇଥିଲେ । କିନ୍ତୁ ମୁସଲିମ ପକ୍ଷରୁ ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇତିଲେ । ଆଜି ଏନେଇ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହି ରାୟ ଆସିବା ପରେ ହିନ୍ଦୁ ପକକ୍ଷର ଜିତ୍ ହୋଇଥିବା ବେଳେ ମୁସଲିମ ପକ୍ଷରୁ ଏକ ଝଟକା ଲାଗିଛି ।

ଆହ୍ଲାବାଦ ହାଇକୋର୍ଟର ନ୍ୟାୟମୂର୍ତ୍ତି ରୋହିତ ରଞ୍ଜନ ଅଗ୍ରଓ୍ବାଲ ଇନ୍ତୋଜାମିଆ ମସଜିଦ କମିଟି ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି । ଏହା ପୂର୍ବରୁ ଉଭୟ ପକ୍ଷରୁ ତର୍କ ବିତର୍କ ପରେ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ଅନ୍ୟପଟେ ଏହି ମାମଲାରେ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କଗିଛନ୍ତି, "ଆଜି ଆହ୍ଲାବାଦ ହାଇକୋର୍ଟ ଇନ୍ତୋଜାମିଆ ପକ୍ଷର ଦୁଇଟି ଯାଚିକାକୁ ଖାରଜ କରିଛନ୍ତି । ଏହାର ଅର୍ଥ ଯେଉଁ ପୂଜା ଚାଲି ରହିଛି ତାହା ଆଗାମୀ ଦିନରେ ମଧ୍ୟ ଜାରି ରହିବ । ବ୍ୟାସ ତେହଖାନାରେ ପୂଜା ଜାରି ରହିବ । ଯଦି ସେମାନେ ସୁପ୍ରିମକୋର୍ଟ ଯିବେ ତେହାଲେ ଆମେ ମଧ୍ଯ ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିବୁ ।"

ଜ୍ଞାନବାୟପୀ ମାମଲାର ଓକିଲ ପ୍ରଭାସ ପାଣ୍ଡେ କହିଛନ୍ତି, "ମୁସଲିମ ପକ୍ଷର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ପ୍ରତ୍ୟାଖାନ କରିଛନ୍ତି । ପୂଜା ଜାରି ରହିବ । ଏହା ସନାତନ ଧର୍ମ ପାଇଁ ଏକ ବଡ ବିଜୟ । ମୁସଲିମ ପକ୍ଷ ଏହାପର ରିଭ୍ୟୁ ମଧ୍ୟ କରିପାରିବେ । ଆମେ ମଧ୍ୟ ସୁପ୍ରିମକୋର୍ଟ ଯାଇପାରିବୁ ।"

ଏହା ମଧ୍ୟ ପଢନ୍ତୁ: ଜ୍ଞାନବ୍ୟାପୀ ମାମଲା; ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ, ମସଜିଦ ଭିତରେ ଜାରି ରହିବ ପୂଜା

ସୂଚନା ଅନୁସାରେ, ହିନ୍ଦୁ ପକ୍ଷର ପୂଜାର୍ଚ୍ଚନା ନେଇ ବାରାଣସୀ ଜିଲ୍ଲା କୋର୍ଟ ଶୁଣାଣି କରିଥିଲେ । ଜ୍ଞାନବ୍ୟାପୀ ମସଜିଦରେ ଜଣେ ପୁରୋହିତ ପୂଜାର୍ଚ୍ଚନା କରିବା ନେଇ ରାୟ ଶୁଣାଇଥିଲେ । କିନ୍ତୁ ଇନ୍ତୋଜାମିଆ ମସଜିଦ କମିଟି ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟ ଶୁଣାଣି କରି ମନା କରିବା କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପାଇଁ କହିଥିଲେ । ଫେବୃଆରୀ 2 ତାରିଖରେ ଆବେଦନ କରିଥିବା ବେଳେ ଆଜି ରାୟ ଶୁଣାଇଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 26, 2024, 11:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.