ETV Bharat / bharat

ବୋହୂର ଚରମ ନିଷ୍ପତ୍ତି: ଶାଶୁ ଲଗାଇଲେ ମେକଅପ୍, ସ୍ୱାମୀଙ୍କୁ ଦେଲେ ଛାଡ଼ପତ୍ର

author img

By ETV Bharat Odisha Team

Published : Jan 30, 2024, 3:43 PM IST

Updated : Jan 30, 2024, 3:51 PM IST

Woman seeks divorce over mother in law using her make-up: ବୋହୂର ମେକଅପ ବ୍ୟବହାର କଲା ଶାଶୁ । ଛାଡପତ୍ର ଆବେଦନ କଲେ ମହିଳା । ଅଧିକ ପଢନ୍ତୁ

ବୋହୂର ମେକଅପ ବ୍ୟବହାର କଲା ଶାଶୁ
Woman seeks divorce

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆଗ୍ରାରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ବୋହୂର ମେକଅପ ଶାଶୁ ବ୍ୟବହାର କରିବାରୁ ସ୍ବାମୀକୁ ମହଙ୍ଗା ପଡିଛି । ବୋହୂର ବିନା ଅନୁମତିରେ ତାଙ୍କ ମେକଅପ ସାମଗ୍ରୀ ଶାଶୁ ବ୍ୟବହାର କରିବାରୁ ମହିଳା ଜଣଙ୍କ ଛାଡ୍ରପତ୍ର ଆବେଦନ କରିଛନ୍ତି । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ମୋର ଶାଶୁ ମୋ ବିନାଅନୁମତିରେ ମେକଅପ ବ୍ୟବହାର କରୁଥିଲେ । ଏହା ଜାଣିବା ପରେ ଶାଶୁଙ୍କ ସହ ମୋର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମୋ ସ୍ବାମୀ ମୋତେ ଏବଂ ମୋର ଭଉଣୀଙ୍କୁ ଘରୁ ବାହାର କରି ଦେଇଛନ୍ତି ।

ସମ୍ପୃକ୍ତ ମହିଳା ଓ ତାଙ୍କ ଉଭଣୀ ମାଲପୁରାର ବାସିନ୍ଦା । ଉଭୟ ଗୋଟିଏ ପରିବାରର ଦୁଇ ଭାଇଙ୍କୁ ଗତ 8 ମାସ ତଳେ ବିବାହ କରିଥିଲେ । ପରିବାରରେ ସବୁ କିଛି ଭଲ ଚାଲିଥିଲା । କିନ୍ତୁ ଯେତେବେଳେ ମହିଳା ଜଣଙ୍କ ଶାଶୁ ତାଙ୍କ ମେକଅପ ଲଗାଉଥିବା ଜାଣିବାକୁ ପାଇଲେ ତା ପରଠାରୁ ଘରେ ଅଶାନ୍ତି ଲାଗି ରହିଥିଲା । ଯେତେବେଳେ ମୁଁ କେଉଁ ପାର୍ଟିକୁ ଯାଏ ମେକଅପ ନିଏନାହିଁ । କାରଣ ମୋ ଶାଶୁ ମୋ ମେକଅପ ବ୍ୟବହାର କରୁଥିଲେ ।

ଏହା ମଧ୍ୟ ପଢନ୍ତୁ-ସମ୍ପତ୍ତି ଲୋଭରେ ବାପା ମା'ଙ୍କୁ ପୁଅ ବୋହୂଙ୍କ ନିର୍ଦ୍ଧୁମ ମାଡ଼ : ଥାନାର ଦ୍ୱାରସ୍ଥ ବୃଦ୍ଧ ଦମ୍ପତି

ମହିଳା ଜଣକ ଆଗ୍ରା ପୋଲିସର 'ପରିବାର ପରାମର୍ଶ କେନ୍ଦ୍ର' (Family Counselling Centre) କୁ କହିଛନ୍ତି ଯେ, ତାଙ୍କ ଶାଶୁ ଘର ଭିତରେ ମେକଅପ୍ ହୁଅନ୍ତି। ଏହା ଜାଣିବା ପରେ ସେ ମାଲପୁରା ପୋଲିସ ଷ୍ଟେସନ ନିକଟରେ ପହଞ୍ଚିଥିଲେ। ମହିଳା ଜଣଙ୍କ କହିଛନ୍ତି, ମୋ ଶାଶୁ ଘରେ ଥିବା ସମୟରେ ମେକଅପ ହୁଅନ୍ତି । ଯେତେବେଳେ ମୁଁ ତାଙ୍କୁ ମନା କରେ ଶାଶୁ ଝଗଡା କରନ୍ତି । ଏନେଇ ସେ ସ୍ବାମୀଙ୍କୁ ଜଣାଇଥିଲେ । ପରେ ସେ ମୋତେ ଅନେକ ସମୟରେ ଗାଳିଗୁଲଜ କରିଥିଲେ । ପରିସ୍ଥିତି ବିଗିଡ଼ିବା ପରେ ମୋତେ ଓ ମୋ ଭଉଣୀଙ୍କୁ ସ୍ବାମୀ ଘରୁ ବାହାର କରି ଦେଇଛନ୍ତି । ଦୁଇ ମାସ ହେଲା ଆମେ ବାପା ଘରେ ରହୁଛୁ । ରବିବାର ଦିନ ମହିଳା ଏବଂ ତାଙ୍କ ଶାଶୁଙ୍କୁ ପରିବାର ପରାମର୍ଶ କେନ୍ଦ୍ରକୁ ଡକାଯାଇ ବୁଝାସୁଝା କରାଯାଇଥିଲା । କିନ୍ତୁ ମହିଳା ଜଣଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେବା ପାଇଁ ଜିଦ ଧରିଛନ୍ତି । ଦୀର୍ଘ ଧିନ ଧରି ବିନା ଅନୁମତିରେ ଶାଶୁ ବୋହୂର ମେକଅପ ବ୍ୟବାହର କରୁଥିବା ମହିଳା ଜଣଙ୍କ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 30, 2024, 3:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.