ETV Bharat / bharat

ଅଗ୍ନି ପ୍ରାଇମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ - Agni Missile

Agni Missile: ଅବଦୁଲ କଲାମ କ୍ଷେପଣାସ୍ତ୍ର ଘାଟିରୁ ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ ହୋଇଛି । ଏନେଇ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ

Agni Missile
Agni Missile
author img

By ETV Bharat Odisha Team

Published : Apr 4, 2024, 5:10 PM IST

ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଅଗ୍ନି ପ୍ରାଇମ୍‌ ନିୟୁ ଜେନେରେସନ ବାଲାଷ୍ଟିକ୍‌ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଭାରତର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଏବଂ DRDO ମିଳିତ ଭାବେ ଓଡ଼ିଶା ବାଲେଶ୍ବର ସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-ପ୍ରାଇମ୍‌ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି । ଏହି ପରୀକ୍ଷଣ ଗତକାଲି ଅର୍ଥାତ ଏପ୍ରିଲ 3 ତାରିଖରେ କରାଯାଇଥିଲା । ବୁଧବାର ସନ୍ଧ୍ୟା 7ଟାରେ ଏହି ପରୀକ୍ଷଣ କରାଯାଇଛି । ତେବେ ପରୀକ୍ଷଣ ମଧ୍ୟ ସଫଳ ହୋଇଥିବା କୁହାଯାଉଛି । ଏହା ପୂର୍ବରୁ ଜୁନ 8 ତାରିଖରେ ଏହାର ପରୀକ୍ଷଣ କରାଯାଇଥିଲା । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ ହୋଇଛି ଏହି ମିଶାଇଲ । ଏହି କ୍ଷେପଣାସ୍ତ୍ର ଉଚ୍ଚ-ତୀବ୍ର ବିସ୍ଫୋରକ, ଥର୍ମୋବାରିକ୍ କିମ୍ବା ଆଣବିକ ୱାରହେଡ୍ ବହନ କରିବାର ସକ୍ଷମ ।

ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ: ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ପରୀକ୍ଷଣ ସମୟରେ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ର ଏହାର ସମସ୍ତ ପାରାମିଟର ଏବଂ ଉଦ୍ଦେଶ୍ୟ ପୂରଣ କରିଥିଲା ​ । ପରୀକ୍ଷଣ ସମୟରେ ବିଭିନ୍ନ ସେନ୍ସର ସ୍ଥାପନ କରାଯାଇଥିଲା । ଏଥିରେ ମିଶାଇଲ ପରୀକ୍ଷଣ ସମ୍ବନ୍ଧୀୟ ସମସ୍ତ ଡାଟା ସଂଗ୍ରହ କରାଯାଇଥିଲା। ମିସାଇଲ୍ ପରୀକ୍ଷଣ ସମୟରେ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ମୁଖ୍ୟ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡକୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା ବାହିନୀକୁ ଆହୁରି ମଜଭୁତ କରିବ । ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ସିଡିଏସ ଜେନେରାଲ ଅନିଲ ଚୌହାନ ଏବଂ DRDO ଚେୟାରମ୍ୟାନ୍ ସମୀର ଭି କାମତ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Agni-Prime Missile: କଲାମ ଦ୍ବୀପରୁ ଅଗ୍ନି ପ୍ରାଇମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଅଗ୍ନି ପ୍ରାଇମ ମିଶାଇଲର ବିଶେଷତ୍ବ: ଏହା ହେଉଛି ଅଗ୍ନି ସିରିଜର ନ୍ୟୁ ଜେନେରେସନ ବାଲାଷ୍ଟିକ ମିଶାଇଲ । ଏହାର ପରିସର ଏକରୁ ୨ ହଜାର କିଲୋମିଟର ଅଟେ । ଏହାର ଲମ୍ବା 34.5 ଫୁଟ ଅଟେ । କ୍ଷେପଣାସ୍ତ୍ରର ଉପରେ 1500ରୁ 3000 କିଲୋଗ୍ରାମ ଓଜନ ବିଶିଷ୍ଟ ୱାରହେଡ୍ ଲଗାଯାଇପାରିବ । ଏହା ଦୁଇ ପର୍ଯ୍ୟାୟ ରକେଟ୍ ମୋଟର ରନ୍ କ୍ଷେପଣାସ୍ତ୍ର ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.