ETV Bharat / bharat

6 ମାସ ପରେ ମୁକୁଳିବେ ସଞ୍ଜୟ, ସୁପ୍ରିମକୋର୍ଟରୁ ମିଳିଲା ବେଲ - Delhi Excise Policy Scam - DELHI EXCISE POLICY SCAM

Bail Granted to AAP MP Sanjay Singh by SC: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ 6 ମାସ ପରେ ବେଲ ପାଇଲେ ସଞ୍ଜୟ ସିଂ । ଅଧିକ ପଢନ୍ତୁ

6 ମାସ ପରେ ମୁକୁଳିବେ ସଞ୍ଜୟ, ସୁପ୍ରିମକୋର୍ଟରୁ ମିଳିଲା ବେଲ

author img

By ETV Bharat Odisha Team

Published : Apr 2, 2024, 4:09 PM IST

Updated : Apr 2, 2024, 4:24 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଆଜି ସର୍ବୋଚ୍ଚକୋର୍ଟ ବେଲ ପ୍ରଦାନ କରିଛନ୍ତି । ଦୀର୍ଘ 6 ମାସ ବିଚାର ବିଭାଗୀୟ ଜେଲରେ ପରେ ସଞ୍ଜୟ ଏବେ ମୁକ୍ତ ହେବାକୁ ଯାଉଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ 3ଜଣିଆ ଖଣ୍ଡିପୀଠ ଏହି ମାମଲାର ଶୁଣାଣି କରି ସଞ୍ଜୟଙ୍କୁ ବଡ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ହେଲେ ବେଲ ସମ୍ପର୍କିତ ସର୍ତ୍ତାବଳୀ ସ୍ଥିର କରିବା ଦାୟିତ୍ବ ତଳକୋର୍ଟ ଉପରେ ନ୍ୟସ୍ତ କରାଯାଇଛି । ଏହି ମାମଲା ସମ୍ପର୍କିତ କୌଣସି ମନ୍ତବ୍ୟ ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିପାରିବେ ବୋଲି କୋର୍ଟ କହିଛନ୍ତି । ତଳକୋର୍ଟ ଦ୍ବାରା ବିସ୍ତୃତ ସର୍ତ୍ତାବଳୀ ପ୍ରସ୍ତୁତ ହୋଇସାରିଲେ, ତାଙ୍କ ମୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ।

ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଗଠିତ ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ପି.ବି ଭାରାଲେଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ସଞ୍ଜୟଙ୍କ ଦ୍ବାରା କରାଯାଇଥିବା ଜାମିନ ଆବେଦନର ଶୁଣାଣି କରିଥିଲେ । ସଞ୍ଜୟଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସଙ୍ଘଭୀ ପକ୍ଷ ରଖିଥିଲେ । ତଦନ୍ତକାରୀ ସଂସ୍ଥା ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ପକ୍ଷ ରଖି ସଞ୍ଜୟଙ୍କୁ ଜାମିନ ପ୍ରଦାନ କରାଗଲେ ସଂସ୍ଥା ପକ୍ଷରୁ କୌଣସି ଆପତ୍ତି ନଥିବା ଦର୍ଶାଇଥିଲେ ।

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା ସହ ସମ୍ପୃକ୍ତ ଏକ କାରବାରରେ ସଞ୍ଜୟ ଏକ କମ୍ପାନୀ ଠାରୁ 2କୋଟି ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା । ଗତବର୍ଷ ଅକ୍ଟୋବର 4ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବାସଭବନରେ ଚଢାଉ କରି ଜେରା କରିବା ପରେ ସଂଧ୍ୟାରେ ତାଙ୍କୁ ଗିରଫ କରିଥିଲା । ‘ପିଏମଏଲଏ’ ଆକ୍ଟରେ ତାଙ୍କ କୋର୍ଟ ଫରଓ୍ବାର୍ଡ କରାଯାଇଥିଲା । ‘ଇଡି’ ଏକାଧିକ ଥର ରିମାଣ୍ଡରେ ମଧ୍ୟ ନେଇସାରିଛି । ପରେ ଦୀର୍ଘ ମାସ ହେବ ତିହାର ଜେଲରେ ବିଚାର ବିଭାଗୀୟ ବନ୍ଦୀ ଭାବେ ରହିଥିଲେ । ଏହି କାର୍ଯ୍ୟାନୁଷ୍ଠାନ ଅବଧି ମଧ୍ୟରେ ତାଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିଲା । ଆମ ଆଦମୀ ପାର୍ଟି ପୁଣି ତାଙ୍କୁ ରାଜ୍ୟସଭାକୁ ପଠାଇଛି । ସେ ଜେଲରୁ ଆଜି ସଂସଦରେ ସଦସ୍ୟ ପଦର ଶପଥ ମଧ୍ୟ ନେଇଥିଲେ । ତାଙ୍କ ଦ୍ବାରା ଜାମିନ ଆବେଦନ ସର୍ବୋଚ୍ଚକୋର୍ଟରେ ପହଞ୍ଚିଥିଲା । ସାଧାରଣ ନିର୍ବାଚନର ମାତ୍ର 3 ସପ୍ତାହ ପୂର୍ବରୁ ଆଜି ତାଙ୍କୁ ଜାମିନ ମିଳିଛି ।

ଏହା ମଧ୍ୟ ପଢନ୍ତୁ:- 8 ଲୋକସଭା, 49 ବିଧାନସଭା ଆସନ ସହ ଖାତା ଖୋଲିଲା କଂଗ୍ରେସ: ନୂଆପଡାରୁ ଶରତ, ନର୍ଲାରୁ ଭକ୍ତ - Congress candidates for ls poll

ଏହି ମାମଲାରେ ପ୍ରଥମେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ଜେଲ ଯାଇଥିଲେ । ସେ ଏବେ ସୁଦ୍ଧା ମଧ୍ୟ ସେ ବେଲ ପଇବାରେ ସଫଳ ହୋଇନାହାନ୍ତି । ପରେ ସଞ୍ଜୟ ସିଂ ଗିରଫ ହୋଇଥିଲେ । ଏବେ ନିକଟରେ ସମାନ ମାମଲାରେ ସିଧା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ତେବେ ଏହି ବହୁଚର୍ଚ୍ଚିତ ମାମଲାରେ ବେଲ ପାଇଥିବା ପ୍ରଥମ ଆମ ଆଦମୀ ପାର୍ଟି ନେତା ହେଉଛନ୍ତି ସଞ୍ଜୟ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 2, 2024, 4:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.