ହାଇଦ୍ରାବାଦ: ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଅଭିଷେକ ମନୁ ସିଂଘବୀ ଆଜି ରାଜ୍ୟସଭା ଉପନିର୍ବାଚନ ପାଇଁ ତେଲେଙ୍ଗନାରୁ ନାମାଙ୍କନ ଦାଖଲ କରିଛନ୍ତି । ଆଜି ସେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ରାଜ୍ୟର ଏକାଧିକ ମନ୍ତ୍ରୀ, ଦଳର କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ବଙ୍କ ଗହଣରେ ବିଧାନସଭାରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତକାଲି ରାତିରେ ଅଭିଷେକଙ୍କୁ ତେଲେଙ୍ଗାନାରୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ନେଇ କଂଗ୍ରେସ ମିଟିଂରେ ନିଷ୍ପତ୍ତି ଚୂଡାନ୍ତ ହୋଇଥିଲା । ରାଜ୍ୟର ଗୋଟିଏ ଆସନରେ ଏହି ନିର୍ବାଚନ ହେଉଛି ।
#WATCH | Hyderabad: Abhishek Manu Singhvi filed his nomination as Congress Rajya Sabha candidate in the presence of Telangana CM Revanth Reddy.
— ANI (@ANI) August 19, 2024
(Source: Telangana CMO) pic.twitter.com/B2YNV7c6wY
- ହିମାଚଳରେ କ୍ରସ ଭୋଟିଂ କାରଣରୁ ହାରିଥିଲେ :
ଫେବୃଆରୀରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଅଭିଷେକ ହିମାଚଳରୁ ନିର୍ବାଚନ ଲଢିଥିଲେ । ସେ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କ ବିରୋଧରେ ଲଢିଥିଲେ । ସଂଖ୍ୟା ଗରିଷ୍ଠତା ଥାଇ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁଙ୍କୁ ପରାଜୟ ହେବାକୁ ପଡିଥିଲା । 6ଜଣ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରି ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ହିମାଚଳ ବିଧାସଭା ବାଚସ୍ପତି କୁଳଦୀପ ପଠାନିଆ କ୍ରସ ଭୋଟିଂ କରିଥିବା 6 ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ସହିତ ସଦସ୍ୟ ପଦ ରଦ୍ଦ କରିଥିଲେ । ପରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା ।
- କେଉଁ ରାଜ୍ୟର କେତେ ଆସନରେ ହେଉଛି ନିର୍ବାଚନ:-
ସେପ୍ଟେମ୍ବର 3 ତାରିଖରେ ହେବାକୁ ଥିବା 9 ରାଜ୍ୟର 12ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି । 21 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିବ । ଅଗଷ୍ଟ 27 ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ନିର୍ବାଚନ ହେବାକୁ ଯାଉଥିବା ଏହି ଆସନ ମଧ୍ୟରେ ଓଡିଶାର ଗୋଟିଏ ଆସନ ରହିଛି । ରାଜ୍ୟସଭା ସାଂସଦ ପଦରୁ ପୂର୍ବତନ ବିଜେଡି ନେତ୍ରୀ ମମତା ମହାନ୍ତଙ୍କର ଇସ୍ତଫା ପରେ ଖାଲି ପଡିଥିବା ଗୋଟିଏ ଆସନରେ ଏହି ପର୍ଯ୍ୟାୟରେ ନିର୍ବାଚନ ହେବ ।
- ଏହି ରାଜ୍ୟରୁ ଏତିକି:-
ଏହି ତାଲିକାରେ ଆସାମ, ମହାରାଷ୍ଟ୍ର ଓ ବିହାରର ଦୁଇଟି ଲେଖାଏଁ ଆସନ ଥିବା ବେଳେ ଓଡିଶା, ତେଲେଙ୍ଗାନା, ତ୍ରିପୁରା ,ରାଜସ୍ଥାନ, ତେଲେଙ୍ଗାନା, ହରିୟାଣ ଓ ରାଜସ୍ଥାନର ଗୋଟିଏ ଲେଖାଏଁ ଆସନ ରହିଛି । ଏହି 12 ଆସନ ମଧ୍ୟରୁ 10ଟି ଆସନରେ ସଦସ୍ୟ ଥିବା ସାଂସଦମାନେ ସାଧାରଣ ନିର୍ବାଚନ ଲଢି ନିମ୍ନସଦନ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ପୀୟୂଷ ଗୋଏଲ, ସର୍ବାନନ୍ଦ ସୋନୱାଲ ଓ ଜ୍ୟୋତିରାଦିତ୍ୟ ସିନ୍ଦିଆ ପ୍ରମୁଖ ରହିଛନ୍ତି । ଓଡିଶା ଓ ତେଲେଙ୍ଗାନାର ଦୁଇ ସଦସ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ