ETV Bharat / bharat

‘ଯିଏ ଯେତେ ବଡ ଭ୍ରଷ୍ଟାଚାରୀ, ସିଏ ବିଜେପିର ସେତେ ବଡ ପଦାଧିକାରୀ’ - AAP MP Sanjay Singh

author img

By ETV Bharat Odisha Team

Published : Apr 4, 2024, 7:37 AM IST

AAP MP Sanjay Singh target BJP over corruption: ଭ୍ରଷ୍ଟାଚାରୀ ନେତାଙ୍କ ନାମ ଗଣାଇଲେ ସଞ୍ଜୟ । କହିଲେ ବିଜେପିର ନୀତି ‘ଯିଏ ଯେତେବଡ ଭ୍ରଷ୍ଟାଚାରୀ, ସିଏ ବିଜେପିର ସେତେ ବଡ ପଦାଧିକାରୀ’ । ଅଧିକ ପଢନ୍ତୁ

‘ଯିଏ ଯେତେବଡ ଭ୍ରଷ୍ଟାଚାରୀ, ସିଏ ବିଜେପିର ସେତେ ବଡ ପଦାଧିକାରୀ’

ନୂଆଦିଲ୍ଲୀ: ଆଜି 6 ମାସ ପରେ ଜେଲରୁ ଫେରିବା ପରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଭ୍ରଷ୍ଟାଚାର ପ୍ରସଙ୍ଗରେ ବିଜେପିକୁ କଡା ଟାର୍ଗେଟ କରିଛନ୍ତି । ସଂଧ୍ୟାରେ ଜେଲରୁ ମୁକ୍ତ ହେବା ପରେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ଲୋକଙ୍କୁ ସମ୍ବୋଧିତ କରିଛନ୍ତି ସଞ୍ଜୟ । ଭ୍ରଷ୍ଟାଚାର ପ୍ରସଙ୍ଗରେ ବିଜେପି କାର୍ଯ୍ୟାନୁଷ୍ଠାନର କଥା କହୁଛି, ମାତ୍ର ତମାମ ଭ୍ରଷ୍ଟାଚାରୀ ନେତାଙ୍କୁ ଦଳରେ ସାମିଲ କରାଯାଉଛି । ଜଣ ଜଣ କରି ଦାଗୀ ନେତାଙ୍କ ନାମ ଗଣାଇ ବିଜେପିକୁ ଟାର୍ଗେଟ କରିଛନ୍ତି ସଞ୍ଜୟ । କହିଛନ୍ତି, ଯିଏ ଯେତେ ବଡ ଭ୍ରଷ୍ଟାଚାରୀ, ସେ ବିଜେପିରେ ସେତେବଡ ପଦାଧିକାରୀ ।

ସଞ୍ଜୟ କହିଛନ୍ତି, ମହାରାଷ୍ଟ୍ରରେ ଆଦର୍ଶ ଘୋଟାଲା ବିରୋଧରେ ବିଜେପି ଲଢୁଥିଲା । ତମାମ ଆନ୍ଦୋଳନ କରୁଥିଲା, ହେଲେ ପରବର୍ତ୍ତୀ ସମୟରେ ସେମାନେ ଅଶୋକ ଚୌହାନଙ୍କୁ ଦଳରେ ସାମିଲ କଲେ । ପଶ୍ଚିମବଙ୍ଗରେ ସାରଦା, ନାରଦା ଘୋଟାଲାରେ ମଧ୍ୟ ପ୍ରତିବାଦ କରୁଥିଲେ । ହେଲେ ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରାୟଙ୍କ ପରି ନେତାଙ୍କୁ ବିଜେପି ଗ୍ରହଣ କରି ବଡ ଦାୟିତ୍ବରେ ରଖିଛି । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପ୍ରସଙ୍ଗ ଉଠାଇ ସଞ୍ଜୟ କହିଛନ୍ତି, ଆସାମରେ ଓ୍ବାଟର ଘୋଟାଲା ମାମଲାରେ ପ୍ରତିବାଦ କରି ବିଜେପି କର୍ମୀ ପୋଲିସ ଠାରୁ ମାଜ ଖାଇଲେ, ହେଲେ ମୋଦି ହିମନ୍ତଙ୍କୁ ଦଳରେ ସାମିଲ କଲେ । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ୟ କଲା । ଯାହା ଲୋକଙ୍କୁ ଚକିତ କରିଛି ।

ବିଜେପି ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ କଥା କହୁଥିବା ବେଳେ ତମାମ ଭ୍ରଷ୍ଟାଚାରୀ ନେତାଙ୍କୁ ଦଳରେ ସାମିଲ କରିବା କାର୍ଯ୍ୟ ଜାରି ରଖିଛି । ଏବେ ଦଳର ନୂଆ ଫଣ୍ଡା ହେଉଛି, ଜଣେ ମାତ୍ର ଭ୍ରଷ୍ଟାଚାରୀ ନେତାଙ୍କୁ ଛଡାଯିବ ନାହିଁ, ସମସ୍ତଙ୍କୁ ଦଳରେ ସାମିଲ କରଯିବ । ଏପରି ସମୟରେ ଭାରତୀୟ ଜନତା ପାର୍ଟିର ନେତାଙ୍କ ପ୍ରତି ଦୟା ଆସୁଛି । ବିଜେପିକୁ ଟାର୍ଗେଟ କରିବା ସହ ସଞ୍ଜୟ କହିଛନ୍ତି, କେଜ୍ରିଓ୍ବାଲ ଇସ୍ତଫା ଦେବେ ନାହିଁ । ସେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ।

ଏହା ମଧ୍ୟ ପଢନ୍ତୁ :- ‘ଜେଲର ତାଲା ଭାଙ୍ଗିବ’: 6ମାସ ପରେ ମୁକୁଳିଲେ ସଞ୍ଜୟ ସିଂ - Sanjay Singh Out Of Tihar jail

ଦୀର୍ଘ 6 ମାସ ପରେ ଜେଲରୁ ବେଲରେ ମୁକ୍ତ ହେଲେ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । ଗତକାଲି ତାଙ୍କୁ ସୁପ୍ରିମକୋର୍ଟ ବେଲ ପ୍ରଦାନ କରିବା ସହ ଜାମିନ ସର୍ତ୍ତାବଳି ତଳକୋର୍ଟ ନିର୍ଦ୍ଧାରିତ କରିବେ ବୋଲି କହିଥିଲେ । ଗତକାଲି ସେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସଂଧ୍ୟାରେ ସଞ୍ଜୟ ତିହାର ଜେଲରୁ ମୁକ୍ତ ହୋଇଛନ୍ତି । ଶତାଧିକ ସମର୍ଥକ ଜେଲ ବାହାରେ ରୁଣ୍ଡ ହୋଇ ତାଙ୍କୁ ସ୍ବାଗତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.