ETV Bharat / bharat

ସପ୍ତାହରେ 2 ଥର ପାରୋଲରେ ଆସିବାକୁ କୋର୍ଟରେ ସିସୋଦିଆଙ୍କ ଆବେଦନ - ମନୀଷ ସିସୋଦିଆ

Manish Sisodia asked for custodial parole: ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ କୋର୍ଟରେ ଆବେଦନ କଲେ ସିସୋଦିଆ । ସପ୍ତାହରେ 2 ଥର ପାରୋଲରେ ଆସିବାକୁ ଆବେଦନରେ କହିଛନ୍ତି । ଅଧିକ ପଢନ୍ତୁ

ମନୀଷ ସିସୋଦି
manish sisodia
author img

By ETV Bharat Odisha Team

Published : Jan 29, 2024, 10:34 AM IST

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଆପ ନେତା ତଥା ପୂର୍ବତନ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ପାରୋଲରେ ଆସିବାକୁ ସେ କୋର୍ଟରେ ଆବେଦନ କରିଛନ୍ତି । ପ୍ରତି ସପ୍ତାହରେ 2 ଥର ଦୁଇ ଥର ପାରୋଲରେ ଆସିବାକୁ ସେ ରାଉଜ ଆଭେନ୍ୟୁ କୋର୍ଟରେ ଆବେଦନ କରିଛନ୍ତି । ପତ୍ନୀ ଅସୁସ୍ଥ ଥିବା ସେ ଆବେଦନରେ ଦର୍ଶାଇଛନ୍ତି । ସିସୋଦିଆଙ୍କ ଆବେଦନ ଉପରେ କୋର୍ଟ ଇଡିକୁ ନୋଟିସ ପଠାଇଛନ୍ତି । ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨ ତାରିଖରେ ହେବ ।

ନିୟମିତ ଜାମିନ ପାଇଁ ଆବେଦନ: ଏହା ବ୍ୟତୀତ ନିୟମିତ ଜାମିନ ପାଇଁ କୋର୍ଟରେ ଆବେଦନ କରିଛନ୍ତି ମନୀଷ ସିସୋଦିଆ । 2023 ଫେବୃଆରୀରେ ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ତଦନ୍ତକାରୀ ସଂସ୍ଥା ଗିରଫ କରିଥିଲା । ସେବେ ଠାରୁ ସେ ଜେଲରେ ଅଛନ୍ତି । ସିବିଆଇ ଏବଂ ଇଡି ଆପ ନେତାଙ୍କ ଉପରେ ନଜର ରଖିଛନ୍ତି ।

ନଭେମ୍ବରରେ ପତ୍ନୀଙ୍କୁ ଭେଟିଥିଲେ ସିସୋଦିଆ: ମନୀଷ ସିସୋଡିଆଙ୍କ ପତ୍ନୀ ଦୀର୍ଘ ଦିନ ହେବ ଅସୁସ୍ଥ ରହିଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାପୂର୍ବରୁ, ନଭେମ୍ବର 2023ରେ ପତ୍ନୀଙ୍କୁ ଭେଟିବାକୁ ସିସୋଦିଆଙ୍କୁ କିଛି ଘଣ୍ଟା ପାଇଁ କୋର୍ଟ ଅନୁମତି ଦେଇଥିଲେ । ଦ୍ବିତୀୟ ଥର ପାଇଁ ଜେଲରୁ ବାହାରି ନିଜ ବାସଭବନକୁ ଯାଇ ପତ୍ନୀଙ୍କୁ ସାକ୍ଷାତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ସିସୋଦିଆଙ୍କ ବେଲ ପୁନର୍ବିଚାର ଆବେଦନ ଖାରଜ

ଭିଡିଓ କନଫରେନ୍ସିଂରେ ଶୁଣାଣି ଉପରେ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ: ଗତ ଜାନୁଆରୀ 19ରେ ସିସୋଦିଆଙ୍କୁ ଭିଡିଓ କନଫରେନ୍ସିଂରେ କୋର୍ଟରେ ହାଜର କରାଯାଇଥିଲା । କୋର୍ଟଙ୍କ ବିନା ଅନୁମତିରେ ଏପରି କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହା ପରେ ତାଙ୍କର ନ୍ୟାୟିକ ହେପାଜତକୁ ଫେବୃଆରୀ 1 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ଫେବୃଆରୀ ୨୬ ତାରିଖରେ ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା । ଏହାପରେ ଇଡି ପୁଣି ମାର୍ଚ୍ଚ ୯ ତାରିଖରେ ସିସୋଦିଆଙ୍କୁ ତିହାର ଜେଲରୁ ଗିରଫ କରିଥିଲା । ଏହାପରେ ମନୀଷ ସିସୋଦିଆ ୨ଟି ମାମଲାରେ ତିହାର ଜେଲରେ ବନ୍ଦୀ ରହିଛନ୍ତି । ଗତ ଡିସେମ୍ବର ମାସରେ ସିସୋଦିଆଙ୍କ ଜାମିନ ଆବେଦନର ପୁନର୍ବିଚାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା । କିନ୍ତୁ ଏହାକୁ କୋର୍ଟ ଖାରଜ କରିଦେଇଥିଲେ । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଏସବିଏନ ଭଟ୍ଟି ବେଲ ପିଟିସନର ପୁନର୍ବିଚାର କରାଯିବାର ଆବଶ୍ୟକତା ନଥିବା ଟିପ୍ପଣୀ ସହ ଆବେଦନକୁ ଖାରଜ କରିଦେଇଥିଲ ସର୍ବୋଚ୍ଚ ଅଦାଲତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.