ETV Bharat / bharat

ଦିଲ୍ଲୀରେ 4, ହରିୟାଣାରେ ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା କଲା AAP - Lok Sabha poll

AAP announces Lok Sabha candidates for four seats in Delhi, one in Haryana: ଦିଲ୍ଲୀରେ 4 ଟି ଓ ହରିୟାଣାରେ ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା କଲା AAP । ଅଧିକ ପଢନ୍ତୁ

Etv Bharatଦିଲ୍ଲୀରେ 4 ଓ ହରିୟାଣାରେ ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା କଲା AAP

author img

By ETV Bharat Odisha Team

Published : Feb 27, 2024, 6:03 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ‘ଆମ ଆଦମୀ ପାର୍ଟି’ ଦିଲ୍ଲୀ ଓ ହରିୟାଣା ପାଇଁ 5 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କଂଗ୍ରେସ ସହ ଚୁକ୍ତି ମୁତାବକ ଦିଲ୍ଲୀରେ 4ଟି ଆସନ ଓ ହରିୟାାଣାର ଗୋଟିଏ ଆସନରେ ଦଳ ପ୍ରାର୍ଥୀ ଦେଇଛି । ପୂର୍ବ-ଦିଲ୍ଲୀ ଆସନରୁ କୁଳଦୀପ କୁମାରଙ୍କୁ ଦଳ ଟିକେଟ ଦେଇଥିବା ବେଳେ ନୂଆଦିଲ୍ଲୀ ସଂସଦୀୟ ଆସନରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୋମନାଥ ଭାରତୀଙ୍କୁ ଦଳ ଟିକେଟ ଦେଇଛି । ସେହିପରି ଦକ୍ଷିଣ-ଦିଲ୍ଲୀରୁ ସାହିରାମ ପେହଲଓ୍ବାନ ଓ ପଶ୍ଚିମ-ଦିଲ୍ଲୀରୁ ମହାବଳ ମିଶ୍ରା ଲଢିବାକୁ ଟିକେଟ ପାଇଛନ୍ତି । ହରିୟାଣାରେ ଦଳ ଗୋଟିଏ ଆସନ ଭାବେ କୁରୁକ୍ଷେତ୍ର ସଂସଦୀୟ କ୍ଷେତ୍ରରୁ ସୁନିଲ ଗୁପ୍ତାଙ୍କୁ ଟିକେଟ ଦେଇଛି ।

ଆଜି ଏହି ପ୍ରାର୍ଥୀ ଘୋଷଣା ସମ୍ପର୍କରେ କେଜ୍ରିଓ୍ବାଲ ସରକାରର ମନ୍ତ୍ରୀ ଗୋପାଳ ରୟ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଏହି ଘୋଷଣାକୁ ଐତିହାସିକ ବୋଲି କହଛନ୍ତି ଗୋପାଲ । ପୂର୍ବ-ଦିଲ୍ଲୀ ଆସନରୁ ପାର୍ଥୀ ହୋଇଥିବା କୁଳଦୀପ କୁମାର ଅନୁସୂଚୀତ ଜାତିବର୍ଗର । ଏହି ଆସନ ଏବେ ଅଣସଂରକ୍ଷିତ ଆସନ ବର୍ଗରେ ରହିଛି । ଏକ ସାଧାରଣ ଆସନରୁ ଜଣେ ଅନୁସୂଚୀତ ଜାତିର ପ୍ରାର୍ଥୀଙ୍କୁ ଟିକେଟ ଦେବା ଏକ ଭିନ୍ନ ତଥା ଐତିହାସିକ ପଦକ୍ଷେପ । ଏହି ସବୁ ଆସନରେ ବିଭିନ୍ନ ଦିଗରୁ ତର୍ଜମା କରାଯିବା ପରେ ପ୍ରାର୍ଥୀ ଚୂଡାନ୍ତ କରାଯାଇଛି । ବିଜୟ ସମ୍ଭାବନା ମଧ୍ୟ ଅଛି ଓ ଦଳ ଏଥର ସଫଳ ହେବ ବୋଲି ଗୋପାଳ ରାୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଋଷ ସେନାରେ ୟୁକ୍ରେନ ବିରୋଧରେ ଲଢୁଛନ୍ତି କାଶ୍ମୀର ଯୁବକ, ଫେରାଇ ଆଣିବାକୁ ସରକାରକୁ ପରିବାରର ନିବେଦନ

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘଦିନର ବିବାଦ ପରେ ଦିଲ୍ଲୀ ଓ ହରିୟାଣାରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ଆସନ ଭାଗବଣ୍ଟାରେ ନିର୍ବାଚନ ଲଢିବା ନେଇ ନିଷ୍କର୍ସରେ ପହଞ୍ଚିଥିଲେ । ଦିଲ୍ଲୀରେ ମୋଟ 7ଟି ସଂସଦୀୟ କ୍ଷେତ୍ରରୁ ଶାସକ ‘ଆପ’ 4 ଆସନରେ ଲଢିବା ଓ କଂଗ୍ରେସ ଅବଶିଷ୍ଟ 3 ଆସନରେ ଲଢିବା ନେଇ ରାଜି ହୋଇଥିଲେ । ସେହି ଆଧାରରେ ଆମ ଆଦମୀ ପାର୍ଟି ଆଜି 4 ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସେହିପରି ହରିୟାଣାରେ ‘ଆପ’ ଗୋଟିଏ ଆସନରେ ଲଢିବାକୁ ରାଜି ହୋଇଥିବା ବେଳେ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡର ଏକମାତ୍ର ସଂସଦୀୟ ଆସନ କଂଗ୍ରେସ ଖାତାକୁ ଛାଡିବାକୁ ସହମତି ପ୍ରକାଶ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.