ETV Bharat / bharat

ତାମିଲନାଡୁରେ ପ୍ରଧାନମନ୍ତ୍ରୀଙ୍କ କନଭଏକୁ ମୋବାଇଲ ମାଡ ! ସୋସିଆଲ ମିଡିଆରେ ଭିଡି଼ଓ ଭାଇରାଲ

author img

By ETV Bharat Odisha Team

Published : Feb 27, 2024, 11:09 PM IST

Updated : Feb 28, 2024, 8:01 AM IST

A mobile phone thrown to pm Modi in tirupur crowd: ତାମିଲନାଡୁରେ ପ୍ରଧାନମନ୍ତ୍ରୀଙ୍କ କନଭଏକୁ ମୋବାଇଲ ମାଡ ! ଅଧିକ ପଢନ୍ତୁ

ତାମିଲନାଡୁରେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ମୋବାଇଲ ମାଡ !

ଚେନ୍ନାଇ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି । ମୋଦିଙ୍କ ଗାଡ଼ିକୁ ଲକ୍ଷ୍ୟ କରି ମୋବାଇଲ ମାଡ଼ । ତାମିଲନାଡୁରେ ତିରୁପୁରରେ ଏକ ରୋଡ ସୋ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କନଭଏକୁ ମୋବାଇଲ ମାଡ । ମଙ୍ଗଳବାର ମୋଦିଙ୍କ ରୋଡ ସୋ ବେଳେ ଜନଗହଳି ଭିତରୁ ଫିଙ୍ଗାଗଲା ମୋବାଇଲ । ମୋବାଇଲ ଫିଙ୍ଗିଯିବା ଘଟଣାର ଭିଡ଼ିଓ ରେକର୍ଡ ହୋଇଥିବା ବେଳେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ତାମିଲନାଡ଼ୁ ପୋଲିସ ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ, କେରଳ ଓ ମହାରାଷ୍ଟ୍ର 2 ଦିନିଆ ଗସ୍ତରେ ଅଛନ୍ତି । କେରଳରେ ଆୟୋଜିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଏକ କର୍ଯ୍ୟକ୍ରମରେ ଯୋଗହେବା ପରେ, ପ୍ରଧାନମନ୍ତ୍ରୀ ମୋଦି ତିରୁପୁରୁରେ ତାମିଲନାଡ଼ୁ ବିଜେପି ସଭାପତି ଅନ୍ନାମଲାଇଙ୍କ 'ଏନ୍ ମ୍ୟାନ୍ ଏନ୍ ପିପୁଲ୍ ଯାତ୍ରା' ମହାରୋହରେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ବିମାନ ଯୋଗେ କୋଏମ୍ବାଟୁରର ବାୟୁସେନା ବେସରେ ପହଞ୍ଚି ସେଠାରୁ ଏକ ହେଲିକପ୍ଟର ଯୋଗେ ତିରୁପୁରରେ ପହଞ୍ଚିଥିଲେ । ତାମିଲନାଡୁ ବିଜେପି ସଭାପତି ଅନ୍ନାମଲାଇ ଏବଂ ଅନ୍ୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ଏକ ଖୋଲା ଗାଡିରେ ପହଞ୍ଚି ତାଙ୍କୁ ସ୍ୱାଗତ କରିଥିଲେ । 'ଭାରତ ମାତା କି ଜୟ' ନାରା ଦେଇ ସାଧାରଣ ଜନତା ମୋଦିଙ୍କୁ ସ୍ବାଗତ କରିଥିଲେ । ମୋଦିଙ୍କୁ ସ୍ବାଗତ କରିବା ପାଇଁ ହୋଇଥିବା ଜନଗହଳି ମଧ୍ୟରୁ କେହି ଜଣେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ିକୁ ଲକ୍ଷ୍ୟ କରି ମୋବାଇଲ ଫିଙ୍ଗିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମହାକାଶ ଯିବେ 4 ମହାକାଶଚାରୀ : ନାମ ଘୋଷଣା କଲେ ମୋଦି, କହିଲେ 'ଆପଣମାନେ ଭାରତର ଶୌର୍ଯ୍ୟ'

ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ, ମୋଦିକୁ ସ୍ବାଗତ କରିବା ପାଇଁ ହୋଇଥିବା ଜନଗହଳି ମଧ୍ୟରୁ ପ୍ରଧାନମନ୍ତ୍ରୀ ଥିବା ଗାଡ଼ି ଉପରକୁ ଏକ ମୋବାଇଲ ଫୋନ ଫୋପାଡ଼ି ଦିଆଯାଇଛି । ଏହା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଥିବା ସ୍ୱତନ୍ତ୍ର ସୁରକ୍ଷା ଦଳ(ଏସପିଜି)ର ଜଣେ ସଦସ୍ୟଙ୍କୁ ମୋବାଇଲ୍ ଫୋନ୍ ହଟାଇବାକୁ କହିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ସେମାନଙ୍କର ପରିବାର ସଦସ୍ୟଙ୍କୁ ସୁରକ୍ଷା ଯୋଗାଇବା କାର୍ଯ୍ୟ ଏସପିଜିଙ୍କ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଡିକୁ ମୋବାଇଲ୍ ଫୋନ୍ ଫୋପାଡିବା ପଛର କାରଣ ଅସ୍ପଷ୍ଟ ରହିଛି, ଘଟଣାର ତଦନ୍ତ ଚାଲିଛି । ଏହି ଘଟଣାରେ ତାମିଲନାଡୁ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିଯା ଦିଆଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 28, 2024, 8:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.