ETV Bharat / bharat

ସର୍ବୋଚ୍ଚ ନ୍ୟାୟାଳୟଙ୍କ ସୁପ୍ରିମ ରାୟ: ଇସଲାମ ଧର୍ମରେ ଛାଡପତ୍ର ପରେ ପତ୍ନୀଙ୍କୁ ଭରଣପୋଷଣ ଦେବେ ସ୍ବାମୀ - SUPREME COURT ON ALIMONY

author img

By ETV Bharat Odisha Team

Published : Jul 10, 2024, 3:28 PM IST

Updated : Jul 10, 2024, 4:03 PM IST

A divorced Muslim woman can seek alimony: ମୁସଲିମ୍‌ ମହିଳାଙ୍କ ଅଧିକାର କ୍ଷେତ୍ରରେ ସର୍ବୋଚ୍ଚକୋର୍ଟଙ୍କ ବଡ ରାୟ । ଛାଡପତ୍ର ନେଇଥିବା ମୁସଲିମ ମହିଳା ଭରଣପୋଷଣ ଦାବି କରିବାରେ ଧର୍ମ ବାଧକ ନୁହେଁ କହିଲେ କୋର୍ଟ । ଅଧିକ ପଢନ୍ତୁ

ଇସଲାମ ଧର୍ମରେ ଛାଡପତ୍ର ପରେ ପତ୍ନୀଙ୍କୁ ଭରଣପୋଷଣ ଦେବେ ସ୍ବାମୀ
ଇସଲାମ ଧର୍ମରେ ଛାଡପତ୍ର ପରେ ପତ୍ନୀଙ୍କୁ ଭରଣପୋଷଣ ଦେବେ ସ୍ବାମୀ (ETV Bharat Odisha)

ନୂଆଦିଲ୍ଲୀ: ଛାଡପତ୍ର ମାମଲାରେ ମୁସଲିମ୍‌ ମହିଳାଙ୍କ ଅଧିକାର ସମ୍ପର୍କରେ ବଡ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଯେକୌଣସି କାରଣରୁ ଛାଡପତ୍ର ହେବା ପରେ ମହିଳାଙ୍କୁ ଭରଣପୋଷଣ ବାବଦକୁ ସ୍ବାମୀଙ୍କୁ ଅର୍ଥ ରାଶି ଦେବାକୁ ହେବ । କୌଣସି ଧର୍ମ ଏହି ପ୍ରସଙ୍ଗରେ ବାଧକ ନୁହେଁ । ଏହି କ୍ଷେତ୍ରରେ ଏହା କୌଣସି ଦାନ ରାଶି ନୁହେଁ ବରଂ ତାହା ସେମାନଙ୍କ (ମହିଳା)ଙ୍କର ଅଧିକାର ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ତେଲେଙ୍ଗାନାର ଜଣେ ମୁସଲିମ ମହିଳା ବିବାହ ବିଚ୍ଛେଦ ପରେ ଭରଣପୋଷଣ ଦାବି କରି ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଆଜି ଏହି ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ରାୟରେ କ’ଣ କହିଲେ କୋର୍ଟ:-

ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ ବି.ଭି ନାଗରତ୍ନା ଓ ଜଷ୍ଟିସ୍‌ ଅଗଷ୍ଟିନ ଜର୍ଜ ମାସିହଙ୍କ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା । ଖଣ୍ଡପୀଠ କହିଥିଲେ, ଧାରା 125 ଛାଡପତ୍ର ପରେ ଭରଣପୋଷଣ ପାଇବା ଜଣେ ମହିଳାଙ୍କ ଅଧିକାର ଭାବେ ଦର୍ଶାଉଛି । ଏହି ବ୍ୟବସ୍ଥାରେ କୌଣସି ଧର୍ମ ବାଧକ ସାଜି ପାରିବନାହିଁ । ରାୟ ଘୋଷଣା ପରିପ୍ରେକ୍ଷୀରେ ଜଷ୍ଟିସ ନାଗରତ୍ନା କହିଥିଲେ, ଏବେ ସମୟ ଆସିଛି ଯେ ଭାରତୀୟ ସମାଜରେ ପୁରୁଷମାନେ ମହିଳାଙ୍କ ତ୍ୟାଗକୁ ସ୍ବୀକାର କରନ୍ତୁ । ଯେକୌଣସି ଧର୍ମ ହୋଇଥିଲେ ସୁଦ୍ଧା ଛାଡପତ୍ର ମାମଲାରେ ସେମାନେ ମହିଳାଙ୍କୁ ପରଣପୋଷଣ ରାଶି ପ୍ରଦାନ କରିବା ପାଇଁ ବାଧ୍ୟ ।

କଣ ଥିଲା ସମ୍ପୂର୍ଣ୍ଣ ମାମଲା ?

ଏହି ମାମଲାଟି ତେଲେଙ୍ଗାନର ଜଣେ ମହିଳାଙ୍କ ଦ୍ବାରା ସର୍ବୋଚ୍ଚ କୋର୍ଟରେ ଦାଖଲ କରାଯାଇଥିଲା । ଏହି ମୁସଲିମ ଦମ୍ପତିଙ୍କର 2017 ମସିହାରେ ମୁସଲିମ ପର୍ସନାଲ ଲ’ ଅନୁସାରେ ବିବାହ ବିଚ୍ଛେଦ ହୋଇଥିଲା । ପରେ ମହିଳାଜଣକ ସ୍ବାମୀଙ୍କ ଠାରୁ ମାସିକ 20 ହଜାର ଟଙ୍କା ଭରଣପୋଷଣ ଦାବି କରି କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଫ୍ୟାମିଲି କୋର୍ଟରେ ମହିଳା ଆବେଦନ କରିବା ପରେ ଏହାକୁ ରଦ୍ଦ କରିବା ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ମହିଳାଙ୍କ ପତ୍ନୀ ।

ଏହା ମଧ୍ୟ ପଢନ୍ତୁ: ଅସନ୍ତୋଷ ଝାଡିଲେ ସୁପ୍ରିମକୋର୍ଟ, ବୁଧବାର ସୁଦ୍ଧା ବିସ୍ତୃତ ଷ୍ଟାଟସ ରିପୋର୍ଟ ଦେବେ କେନ୍ଦ୍ର ଓ NTA

ହାଇକୋର୍ଟ ମାମଲାର ଶୁଣାଣି କରି ମହିଳାଙ୍କ ସପକ୍ଷରେ ରାୟ ଦେଇଥିଲେ । ଆବେଦନକାରୀ ମାସିକ 20ହଜାର ଟଙ୍କା ଦାବି କରିଥିବା ବେଳେ ହାଇକୋର୍ଟ ମାସିକ 10ହଜାର ଟଙ୍କାର ଭରଣପୋଷଣ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଏହି ମାମଲାରେ ମହିଳାଜଣଙ୍କ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲେ । ଆଜି ସର୍ବୋଚ୍ଚ କୋର୍ଟ ମଧ୍ୟ ମହିଳାଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଯେକୌଣସି ଧର୍ମ ହେଉନା କାହିଁକି ମହିଳାଙ୍କ ଅଧିକାରରେ ବାଧକ ହୋଇପାରିବନାହିଁ ବୋଲି ଖଣ୍ଡପୀଠ ଯୁକ୍ତି ଦର୍ଶାଇବା ସହ ଭରଣପୋଷଣ ଦେବା ପାଇଁ ପ୍ରତିପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 10, 2024, 4:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.