ETV Bharat / bharat

ଏଥର ଲୋକସଭା ନିର୍ବାଚନରେ ଭୋଟ ଦେବେ ସାଢେ 7 କୋଟିରୁ ଅଧିକ ବିହାରବାସୀ

author img

By ETV Bharat Odisha Team

Published : Feb 21, 2024, 10:22 PM IST

Chief Election Commissioner: ଏଥର ଲୋକସଭା ନିର୍ବାଚନରେ ଭୋଟ ଦେବେ ସାଢେ 7 କୋଟିରୁ ଅଧିକ ବିହାରବାସୀ । ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ କମିଶନର । ଅଧିକ ପଢନ୍ତୁ

ଏଥର ଲୋକସଭା ନିର୍ବାଚନରେ ଭୋଟ ଦେବେ ସାଢେ 7 କୋଟିରୁ ଅଧିକ ବିହାରବାସୀ
ଏଥର ଲୋକସଭା ନିର୍ବାଚନରେ ଭୋଟ ଦେବେ ସାଢେ 7 କୋଟିରୁ ଅଧିକ ବିହାରବାସୀ

ପାଟନା: 2024 ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଆଉ ମାତ୍ର ପ୍ରାୟ ମାସେ ବାକିଥିବା ବେଳେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ତାଙ୍କ ଟିମ୍‌ ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରି ପ୍ରସ୍ତୁତି ସମୀକ୍ଷା କରିବା ଜାରି ରଖିଛନ୍ତି । ଆଜି ବିହାରରେ ଏହି ଟିମ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛି । ପରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ପ୍ରେସମିଟ କରି ରାଜ୍ୟରେ ମତଦାତା ଓ ନିର୍ବାଚନୀ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଚଳିତଥର ବିହାରରେ 7 କୋଟି 64 ଲକ୍ଷ ଭୋଟର ନିଜ ସାମ୍ବାଧାନିକ ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରେ ନବାଗତ ଭୋଟର (ବୟସ 18-19 ମଧ୍ୟରେ)ଙ୍କ ସଂଖ୍ୟା 9 ଲକ୍ଷ 26 ଲକ୍ଷ ରହିଛି । ସେହିପରି ବୟସାଧିକ ବା ଶତାୟୁ ଭୋଟରଙ୍କ ସଂଖ୍ୟା 21, 680 ରହିଥିବା ସରକାରୀ ରେକର୍ଡ କହୁଛି । ସେହିପରି ଯୁବ ଭୋଟର ବା 20 ବର୍ଷରୁ 29 ବର୍ଷ ବୟସ ମଧ୍ୟରେ ଥିବା ଭୋଟରଙ୍କ ସଂଖ୍ୟା 1.6 କୋଟି ରହିଛି । ରାଜ୍ୟରେ ଶାରିରୀକ ଭିନ୍ନକ୍ଷମ ବା ଦିବ୍ୟାଙ୍କ ଭୋଟରଙ୍କ ସଂଖ୍ୟା 6.3 ଲକ୍ଷ । ରାଜ୍ୟରେ ମୋଟ ପୁରୁଷ ଭୋଟରଙ୍କ ସଂଖ୍ୟା 4 କୋଟି ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା 3.6 କୋଟି ରହିଛି । ପୁରୁଷ ଭୋଟରଙ୍କ ସଂଖ୍ୟା ପ୍ରାୟ 40 ଲକ୍ଷ ଅଧିକ ରହିଛି । ବରିଷ୍ଠ ନାଗରିକ ଭୋଟର ବା 60 ବର୍ଷରୁ ଅଧିକ ଭୋଟରଙ୍କ ସଂଖ୍ୟା 14.5 ଲକ୍ଷ ରହିଛି । ବୟସାଧିକ, ଦିବ୍ୟାଙ୍ଗଙ୍କ ଭୋଟର ପାଇଁ ମତଦାନ ବେଳେ ସମସ୍ତ ପ୍ରକାର ସହଯୋଗ କରାଯିବ । ଏହା ସହ ଶୃଙ୍ଖଳିତ ତଥା ଶାନ୍ତିପୂର୍ଣ୍ଣ ଭୋଟିଂ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପୋଲିସ ଗୁଳିରେ ଜଣେ କୃଷକଙ୍କ ମୃତ୍ୟୁ ଅଭିଯୋଗ, ‘ଦିଲ୍ଲୀ ଚାଲୋ’ ଯାତ୍ରା 2ଦିନ ସ୍ଥଗିତ

ସେହିପରି ବିହାରରେ ଚଳିତ ଥର ସଂଶୋଧନରେ ମୋଟ 16 ଲକ୍ଷ ଭୋଟରଙ୍କ ନାମ ମତଦାତା ସୂଚୀରୁ ବାଦ ଦିଆଯାଇଛି । ମୃତ୍ୟୁ ଓ ଆବାସିକ ଠିକଣା ପରିବର୍ତ୍ତନ ସ୍ଥଳେ ଏହି ଭୋଟରମାନଙ୍କ ନାମ ତାଲିକାରୁ ବାଦ ପଡିଛି । ନିର୍ବାଚନ ପୂର୍ବରୁ ସମସ୍ତଙ୍କ ନିକଟରେ ଭୋଟ ପରିଚୟ ପତ୍ର ଉପଲବ୍ଧ କରାଯିବ । ଯେଉଁମାନେ ନୂଆ ଭୋଟରକାର୍ଡ ପାଇଛନ୍ତି, ସେଥିରେ କିଛି ସଂଶୋଧନର ଆବଶ୍ୟକତା ରହିଛି, ତାହା ମଧ୍ୟ ଶିଘ୍ର କରାଯିବାକୁ ପ୍ରୟାସ କରାଯାଉଥିବା ରାଜୀବ କୁମାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.