ETV Bharat / bharat

‘40 କୋଟି ଭାରତୀୟ ସ୍ୱାଧୀନତା ଆଣିଥିଲେ, 140 କୋଟି ବିକଶିତ ଭାରତର ସ୍ୱପ୍ନ ସାକାର କରିବେ’ - Pm Narendra modi adress nation

author img

By ETV Bharat Odisha Team

Published : Aug 15, 2024, 11:18 AM IST

78th Independence Day 2024: ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦି । 2047 ସୁଦ୍ଧା ବିକଶିତ ଭାରତର ନକ୍ସା ଦେଖାଇଲେ । ୟୁନିଫର୍ମ ସିଭିଲ କୋଡର ଆବଶ୍ୟକତାକୁ ଉଲ୍ଲେଖ କଲେ, ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ନେଇ ମଧ୍ୟ କଲେ ଚିନ୍ତା ପ୍ରକଟ । ଅଧିକ ପଢନ୍ତୁ

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ: ‘40 କୋଟି ଭାରତୀୟ ସ୍ବାଧୀନତା ଆଣିଥିଲେ, 140 କୋଟି ‘ବିକଶିତ ଭାରତ’ର ସ୍ବପ୍ନ ସାକାର କରିବେ’
ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ: ‘40 କୋଟି ଭାରତୀୟ ସ୍ବାଧୀନତା ଆଣିଥିଲେ, 140 କୋଟି ‘ବିକଶିତ ଭାରତ’ର ସ୍ବପ୍ନ ସାକାର କରିବେ’ (ETV Bharat Odisha)

ନୂଆଦିଲ୍ଲୀ: ''ଗୁଲାମୀର ଶିକୁଳିକୁ ଭାଙ୍ଗିବା ପାଇଁ ସେତେବେଳେ 40 କୋଟି ଭାରତୀୟ ସଂଘର୍ଷ କରିଥିଲେ । ଦେଶ ପାଇଁ ପ୍ରାଣବଳି ଦେଇଥିଲେ । ସେମାନଙ୍କ ବଳିଦାନ ଦେଶକୁ ସ୍ବାଧୀନତା ଦେଲା । ଏବେ ସମୟ ଆସିଛି, ଯଦି 140 କୋଟି ଭାରତୀୟ ଦେଶରେ ବିକାଶ ପାଇଁ ସଙ୍କଳ୍ପ ନେବେ, ତେବେ 2047 ସୁଦ୍ଧା ‘ବିକଶିତ ଭାରତ’ ସ୍ବପ୍ନ ନିଶ୍ଚିତ ସାକାର ହେବ । 2047ରେ ଦେଶ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବାକୁ ଯାଉଛି । ‘ବିକଶିତ ଭାରତ’ ଢାଞ୍ଚା ନିର୍ମାଣ କରିବା ପାଇଁ ବିଭିନ୍ନ ସାମାଜିକ ବର୍ଗ ବିଭିନ୍ନ ପ୍ରସ୍ତାବ ରଖିଛନ୍ତି । ସରକାର ସେସବୁ ଉପରେ ବିଚାର ବିମର୍ଶ ଜାରି ରଖିଛନ୍ତି । ଏକ ନିରପେକ୍ଷ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବା ସମୟର ଆହ୍ବାନ ପାଲଟିଛି ।'' ଆଜି 78ତମ ସ୍ବାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନା କରି ଦେଶକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ମୋଦି ତିନି ସେନା ଦ୍ବାରା ଅଭିବାଦନ ଗ୍ରହଣ କରିବା ପରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଦୀର୍ଘ ଅଭିଭାଷଣରେ ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ବତନ୍ତ୍ରତା ସେନାନୀଙ୍କ ସ୍ମୃତିଚାରଣ, ବର୍ତ୍ତମାନ ଦେଶର ପ୍ରଗତିର ଧାରା ଓ ଉପଲବ୍ଧି, 2047 ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଭାରତ ସରକାରଙ୍କ ଉଦ୍ୟମ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

  • 40 କୋଟି ଭାରତୀୟ ସ୍ବାଧୀନତା ପାଇଁ ବଳିଦାନ ଦେଇଥିଲେ :-

ପ୍ରଧାନମନ୍ତ୍ରୀ କହିଥିଲେ,‘‘ଦେଶର ବିଭିନ୍ନ ଭାଗରେ ପ୍ରକୃତିକ ବିପର୍ଯ୍ୟୟରେ ଅନେକ ଧନଜୀବନ କ୍ଷୟକ୍ଷତି ହୋଇଛି । ମୁଁ ଆଜି ସମସ୍ତଙ୍କ ପ୍ରତି ନିଜ ସମ୍ବେଦନା ବ୍ୟକ୍ତ କରୁଛି । ଏପରି ସଙ୍କଟ ସସମୟରେ ସମଗ୍ର ଦେଶ ସମସ୍ତ ପ୍ରଭାବିତଙ୍କ ସହ ଛିଡା ହୋଇଛି । ଦେଶବାସୀ ଆଜି ସ୍ବାଧୀନତାର ପୂର୍ବ ସମୟକୁ ମନେ ପକାଇବା ଉଚିତ୍‌ । ପରାଧୀନ ଭାରତରେ 40 କୋଟି ଦେଶବାସୀ ଏହି ଲଢେଇ ଲଢିବାର ସାମର୍ଥ୍ୟ ଦେଖାଇଥିଲେ । ସେମାନେ ଏକ ସଙ୍କଳ୍ପ ନେଇ ଚାଲିଥିଲେ । ଯଦି 40 କୋଟି ଦେଶବାସୀଙ୍କ ସଂଘର୍ଷ ଓ ବଳିଦାନ ଦେଶକୁ ସ୍ବାଧୀନତା ଦେଇପାରିଥିଲା, ତେବେ ଏବେ ଯଦି 140 କୋଟି ଦେଶବାସୀ ଯଦି ସଙ୍କଳ୍ପ ନିଅନ୍ତି, ପାଦରେ ପାଦ ଓ କାନ୍ଧ କାନ୍ଧ ମିଳାଇ ଆଗକୁ ବଢନ୍ତି, ତେବେ ଆମେ ‘ବିକଶିତ ଭାରତ’ ଗଢିପାରିବା । ଏକ ସମୟ ଥିଲା, ଯେତେବେଳେ ଲୋକ ଦେଶ ପାଇଁ ପ୍ରାଣବଳୀ ଦେବାକୁ ପ୍ରତିବଦ୍ଧ ଥିଲେ । ଆଜି ଦେଶର ବିକାଶ ପାଇଁ ପ୍ରତିବଦ୍ଧତାର ସମୟ ଆସିଛି ।’’

  • ବିକଶିତ ଭାରତ ପାଇଁ ବିଭିନ୍ନ ବର୍ଗ ସେମାନଙ୍କ ବିଚାର ବ୍ୟକ୍ତ କରିଛନ୍ତି :-

ପ୍ରଧାମନ୍ତ୍ରୀ କହିଛନ୍ତି,‘‘ଦେଶ ସ୍ବାଧୀନତାର ଶତବାର୍ଷିକୀ ପାଳନ ପୂର୍ବରୁ ‘ବିକଶିତ ଭାରତ’ ଗଠନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଭିନ୍ନ ବର୍ଗ ସେମାନଙ୍କ ବିଚାର ବ୍ୟକ୍ତ କରିଛନ୍ତି । ସେମାନେ କିଛି ପ୍ରସ୍ତାବ ମଧ୍ୟ ରଖିଛନ୍ତି । 2047 ସୁଦ୍ଧା ଭାରତକୁ ବିଶ୍ବର ଦକ୍ଷତା ରାଜଧାନୀ ଭାବେ ଗଢି ତୋଳିବା, ଭାରତୀୟ ବିଶ୍ବବିଦ୍ୟାଳୟଗୁଡିକୁ ଗ୍ଲୋବାଲ ଇଷ୍ଟିଚ୍ୟୁଟରେ ପରିଣତ କରିବା, ଆମର ଗଣମାଧ୍ୟମକୁ ବୈଶ୍ବିକ ସ୍ତରରେ ପହଞ୍ଚାଇବା, ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରତା ନିଶ୍ଚିତ କରିବା, ମୋଟା ଶସ୍ୟ ବା ଶ୍ରୀଅନ୍ନକୁ ବିଶ୍ବର ପ୍ରତ୍ୟେକ ଡାଇନିଂ ଟେବୁଲରେ ପହଞ୍ଚାଇବା ସହ ଭାରତୀୟ କୃଷି ବ୍ୟବସ୍ଥା ଓ କୃଷକଙ୍କ ମାନଦଣ୍ଡକୁ ସମୃଦ୍ଧ କରିବା ଉପରେ ବିଭିନ୍ନ ବର୍ଗ ସେମାନଙ୍କ ଗଠନମୂଳକ ସୁପାରିଶ ସରକାରଙ୍କ ସାମ୍ନାରେ ରଖିଛନ୍ତି । ସେହିପରି ଭାରତୀୟ ନ୍ୟାୟିକ ପ୍ରଣାଳୀରେ ସୁଧାର ଆଣି ଏହାକୁ ଅଧିକ କ୍ରିୟାଶୀଳ କରିବା, ଦେଶରେ ଗ୍ରୀନଫିଲ୍ଡ ସିଟି ବିକାଶ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବୀ ମୁକାବିଲା ଓ ଦୀର୍ଘସ୍ଥାୟୀ ସମାଧାନ, ମହାକାଶରେ ଭାରତର ସ୍ପେସ ଷ୍ଟେସନ ନିର୍ମାଣ, ଭାରତୀୟ ପାରମ୍ପରିକ ଔଷଧ ଓ ଚିକିତ୍ସା ପ୍ରଣାଳୀକୁ ବୈଶ୍ବିକ କରିବା ସହ ଭାରତକୁ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ଲୋକଙ୍କ ପରାମର୍ଶ ଆଧାରରେ ସରକାର କାମ ଜାରି ରଖିଛନ୍ତି ।’’

  • ବଡ ସଂସ୍କାର କେବଳ ବୁଦ୍ଧିଜୀବୀ ମହଲରେ ବିତର୍କର ବିଷୟ ନୁହେଁ:

ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଅନୁଭବରୁ ବ୍ୟବସ୍ଥା ଉପରେ ଦେଶବାସୀଙ୍କ ଭରସା ବୃଦ୍ଧି ପାଇଛି । ଶତ୍ରୁକୁ ଦମନ କରିବାରେ ଭାରତ ଆଜି ସଫଳ ହୋଇଛି । ଭାରତୀୟ ସଶସ୍ତ୍ର ବଳ ଏୟାର ଷ୍ଟ୍ରାଇକ ଓ ସର୍ଜିକାଲ ଷ୍ଟ୍ରାଇକ କରି ସାମର୍ଥ୍ୟର ପରିଚୟ ଦେଇଛି । ଏହା ହିଁ ଦେଶବାସୀଙ୍କ ଭରସାକୁ ଦୁଇଗୁଣିତ କରିଛି । 140 କୋଟି ଭାରତୀୟ ଆଜି ଗର୍ବ ଅନୁଭବ କରୁଛନ୍ତି । ଏବେ ଭାରତ ସରକାର ବିଭିନ୍ନ ପ୍ରସଙ୍ଗରେ ବଡ ସଂସ୍କାରଧର୍ମୀ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ସଂସ୍କାର କେବଳ ବୁଦ୍ଧିଜୀବୀ ସମାଜ ପାଇଁ ବିତର୍କର ବିଷୟ ହୋଇ ରହିନାହିଁ, ବରଂ ସାଧାରଣ ଲୋକଙ୍କ ଜୀବନର ମୌଳିକ ମାନଦଣ୍ଡରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଭାବୀ ଭାବେ କାମ କରୁଛି । ରାଷ୍ଟ୍ରହିତ ସର୍ବୋଚ୍ଚ, ଏହି ମାନସିକତା ସହ ଏବେ ବିଭିନ୍ନ ପ୍ରସଙ୍ଗରେ ସଂସ୍କାର ଅଣାଯାଉଛି ।’’

  • ଆତ୍ମନିର୍ଭରତା ବଢିଛି:-

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାର ବୃଦ୍ଧି ଉଲ୍ଲେଖନୀୟ ବିଷୟ । ଭାରତ ଛୋଟ ସାମଗ୍ରୀ ବିଦେଶରୁ ଆମଦାନୀ କରୁଥିଲା । ଏବେ କେବଳ ଉତ୍ପାଦନ ନୁହେଁ ବରଂ ରପ୍ତାନୀ ପାଇଁ ମଧ୍ୟ ସକ୍ଷମ ହୋଇଛି । ମେଡିକାଲ ପାଠପଢା ପାଇଁ ପ୍ରତିବର୍ଷ 25 ହଜାର ଭାରତୀୟ ବିଦ୍ୟାର୍ଥୀ ବିଦେଶ ଯାଉଛନ୍ତି । ଆସନ୍ତା 5 ବର୍ଷ ମଧ୍ୟରେ 75 ହଜାର ନୂଆ ସିଟ୍‌ ସୃଷ୍ଟି ହେବ । ବିକଶିତ ଭାରତ ରାଷ୍ଟ୍ରୀୟ ପୋଷଣ ମିଶନ ଜାରି ରହିଛି ।

  • ବାଂଲାଦେଶରେ ହିନ୍ଦୁମାନଙ୍କ ସୁରକ୍ଷା ନିଶ୍ଚିତ କରାଯିବା ଉଚିତ

ପ୍ରଧାନମନ୍ତ୍ରୀ ଏହି ଅବସରରେ ପଡୋଶୀ ବାଂଲାଦେଶରେ ଜାରି ରହିଥିବା ଅସ୍ଥିରତା ଓ ସେଠାରେ ସଂଖ୍ୟାଲଘୁଙ୍କୁ ଆକ୍ରମଣ କଥା ମଧ୍ୟ ଉଠାଇଛନ୍ତି । କହିଛନ୍ତି,‘‘ପଡୋଶୀ ଦେଶ ଭାବରେ ମୁଁ ବାଂଲାଦେଶରେ ଯାହା ଘଟିଛି ତାର ଚିନ୍ତା ବୁଝିପାରୁଛି । ମୁଁ ଆଶା କରୁଛି ସେଠାରେ ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ । ସେଠାରେ ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ନିଶ୍ଚିତ ହେବା ଦରକାର । ପଡୋଶୀ ଦେଶମାନେ ସୁଖ ଏବଂ ଶାନ୍ତିର ପଥ ଅନୁସରଣ କରନ୍ତୁ ବୋଲି ଭାରତ ସର୍ବଦା ଚାହିଁଆସିଛି । ଶାନ୍ତି ପ୍ରତି ଆମର ଏକ ପ୍ରତିବଦ୍ଧତା ଓ ମୂଲ୍ୟବୋଧ ରହିଛି । ଆଗାମୀ ଦିନରେ ବାଂଲାଦେଶର ବିକାଶ ଯାତ୍ରାରେ ଭାରତ ଏକ ଅଂଶୀଦାର ହେବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ 11ତମ ସମ୍ବୋଧନ:-

ଆଜି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ 11ତମ ସମ୍ବୋଧନ କରିଛନ୍ତି । ଆଜି କାର୍ଯ୍ୟକ୍ରମରେ ପ୍ରାୟ ସମସ୍ତ କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳ ନେତୃବୃନ୍ଦ, ବରିଷ୍ଠ ଅଧିକାରୀ, ତିନିସେନାର ବରିଷ୍ଠ ଅଧିକାରୀ, କ୍ରୀଡା ଓ ଅନ୍ୟ ସମସ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ଆଜି କାର୍ଯ୍ୟକ୍ରମରେ ପ୍ରାୟ 6 ହଜାରରୁ ଅଧିକ ଅତିଥି ଲାଲକିଲ୍ଲାର ଏହି ଭବ୍ୟ କାର୍ଯ୍ୟକ୍ରମର ସାକ୍ଷୀ ହୋଇଛନ୍ତି । ପତାକା ଉତ୍ତୋଳନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ରାଜଘାଟରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସମାଧୀ ପୀଠରେ ଶ୍ରାଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.