ETV Bharat / bharat

ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ବାର୍ତ୍ତା... - President Murmu Address nation

author img

By ETV Bharat Odisha Team

Published : Aug 14, 2024, 9:49 PM IST

President Droupadi Murmu Address nation: ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦ୍ରୀ ମୁର୍ମୁ । ଦେଶ ଉଦ୍ଦେଶ୍ୟରେ କଣ କଣ କହିଲେ ମହାମହିମ । ପଢନ୍ତୁ ପୁରା ଖବର ।

President Droupadi Murmu
President Droupadi Murmu (ETV Bharat Odisha)

ନୂଆଦିଲ୍ଲୀ: ରାତି ପାହିଲେ ଦେଶ ପାଳିବ 78ତମ ସ୍ବାଧୀନତା ଦିବସ । ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦ୍ରୀ ମୁର୍ମୁ । 20 ମିନିଟ ଧରି ଦେଶକୁ ସମ୍ବୋଧନ କଲେ ମହାମହିମ । କହିଲେ ସ୍ବାଧୀନତାର ପର୍ବରେ ସାମିଲ ହେବାକୁ ଥିବା ସାରା ଦେଶବାସୀ ଆମର ପରିବାର । ଅଭିଭାଷଣରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଛନ୍ତି ମହାମହିମ ।

ରାଷ୍ଟ୍ରପତିଙ୍କ ବାର୍ତ୍ତା
ରାଷ୍ଟ୍ରପତିଙ୍କ ବାର୍ତ୍ତା (ETV Bharat Odisha)

ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ଦେଶ:

ଦେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ପୂରା ଦେଶ ଉତ୍ସବ ମନାଇବା ପାଇଁ ପ୍ରସ୍ତୁତି କରୁଛି । ଫର୍‌ ଫର୍‌ ଉଡୁଥିବା ତ୍ରିରଙ୍ଗା ଆମ ହୃଦୟରେ ଉତ୍ସାହ ବଢାଇ ଦିଏ ।ଏହି ମହାନ ଦେଶର ଅଂଶ ହେବାର ଖୁସି ବୟାନ କରୁଛି । ଆଜି 14 ଅଗଷ୍ଟ ଦେଶ ବିଭାଜନର ସ୍ମୃତି ଦିବସ ପାଳନ କରାଯାଉଛି । ଲକ୍ଷ ଲକ୍ଷ ଲୋକଙ୍କୁ ପଳାୟନ କରିବାକୁ ପଡିଲା । ଅନେକ ଜୀବନକୁ ଉତ୍ସର୍ଗ କରିଦେଲେ । ଆମେ ସେହିପରି ସହିତ ଛିଡା ହେଇଛୁ, ଯେଉଁ ମାନେ ନିଜ ଆତ୍ମୀୟଙ୍କୁ ହରାଇଲେ ।

ଗରିବୀ ହଟାଇବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର:

ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ସମାପ୍ତ ହୋଇଛି । 90 କୋଟି ଲୋକ ମତଦାନ କରିଛନ୍ତି । ପ୍ରବଳ ଖରାକୁ ଖାତିର ନକରି ନିର୍ବାଚନରେ ନିଯୋଜିତ ଥିବା ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଦେଉଛି । 8 ପ୍ରତିଶତ ବିକାଶ ହାରରେ ଆଗକୁ ବଢୁଥିବା ଦେଶ ହେଉଛି ଭାରତ । ପିଏମ ଗରିବ ଅନ୍ନ କଲ୍ୟାଣ ଯୋଜନା ମାଧ୍ୟମରେ 80କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି । ଏଥିସହ ସେ ଅପିଲ୍‌ କରିଛନ୍ତି ଗରିବରୁ ମୁକୁଳୁଥିବା ଲୋକେ ପୁଣି ଗରିବୀକୁ ନ ଯାଆନ୍ତୁ ।

ବ୍ୟାଙ୍କିଙ୍କ୍‌ରେ ସଫଳତା, ଭିତ୍ତିଭୂମିକୁ ଅଗ୍ରାଧିକାର:

ବର୍ତ୍ତମାନ ସମୟରେ ଇନଫାଷ୍ଟ୍ରକର(ଭିତ୍ତିଭୂମି)କୁ ପ୍ରାଧାନ୍ୟ ଦିଆଯାଉଛି । ସରକାର ସେମିକଣ୍ଡଟର ଜିନିଷକୁ ଆଗକୁ ନେବାକୁ ଅନେକ କାମ କରୁଛନ୍ତି । ବ୍ୟାଙ୍କିଙ୍କ କ୍ଷେତ୍ରରେ ଅନେକ ଅଗ୍ରଗତି ଘଟିଛି । ଦ୍ରୁତ ଗତିରେ ବିକାଶ ହେଉଛି । ଜି-20ର ସଫଳ ଆୟୋଜନ ପରେ ବିଶ୍ବରେ ଭାରତ ପରକାଷ୍ଠା ଦେଖାଇଛି ।

ନାରୀ ଶକ୍ତି ସଶକ୍ତିକରଣ ହେଉଛି:

ନାରୀ ଶକ୍ତି ଆଗକୁ ବଢୁଛି । ନାରୀଶକ୍ତି ବନ୍ଦନ ମହିଳାଙ୍କ ସଶକ୍ତିକରଣକୁ ଦର୍ଶାଉଛି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ଜୀବନରେ ଛୋଟ ଛୋଟ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ ଜଳବାୟୁ ପରିବର୍ତ୍ତନ ରୋକିବାରେ ନିଜର ଯୋଗଦାନ କରନ୍ତୁ । ଆମେ ପୁରୁଣାକାଳର ଆଇନକୁ ହଟାଇଛେ । ଆମ ନ୍ୟାୟ ପ୍ରଣାଳୀ କେବଳ ଦୋଷୀକୁ ଦଣ୍ଡ ଦେବା ନୁହେଁ । ମୁଁ ଏହାକୁ ଆମର ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ରୂପେ ଦେଖୁଛି ।

ଅନ୍ତରୀକ୍ଷ କ୍ଷେତ୍ରରେ ଅଦ୍ଭୁଦପୂର୍ବ ଅଗ୍ରଗତି:

ଚଳିତ ବର୍ଷ ଆମେ ଅନ୍ତରୀକ୍ଷ କ୍ଷେତ୍ରରେ ଅଦ୍ଭୁଦପୂର୍ବ ଅଗ୍ରଗତି କରିଛେ । ଗଗନଯାନର ପ୍ରତୀକ୍ଷା ପୂରା ଭାରତ କରୁଛି । ଏଥିସହ ନିକଟରେ ଶେଷ ହୋଇଥିବା ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ଭାରତ ଟ୍ବି-ଟ୍ବେଣ୍ଟି ୱାର୍ଲଡକପ ଜିତିଲା । ବ୍ୟାଡମିଣ୍ଟନ ସମେତ ଅନେକ ଖେଳର ଖେଳାଳି ପ୍ରେରଣା ଦେଇ ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭାରତର ସ୍ବାଧୀନତା ଆନ୍ଦୋଳନରେ ଓଡ଼ିଆ ସଂଗ୍ରାମୀଙ୍କ ଭୂମିକା, ଏହି ସେନାନୀ ଦେଇଥିଲେ ଇଂରେଜ ବିରୋଧରେ ରଣହୁଙ୍କାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.