ETV Bharat / bharat

ବୋରୱେଲ ଟ୍ରାଜେଡି: 60 ଫୁଟ ତଳେ 6 ବର୍ଷ ଶିଶୁର ଜୀବନ - CHILD FELL INTO BOREWELL - CHILD FELL INTO BOREWELL

Child fell into deep Borewell: ମଧ୍ୟପ୍ରଦେଶରେ ଅଘଟଣ । ଖେଳୁ ଖେଳୁ ବୋରଓ୍ବେଲରେ ଖସି ପଡ଼ିଲା 6 ବର୍ଷର ଶିଶୁ । ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

Child fell into deep borewell
Child fell into deep borewell
author img

By ETV Bharat Odisha Team

Published : Apr 13, 2024, 9:30 AM IST

ଭୋପାଳ: ପୁଣି ବୋରୱେଲ ଭିତରେ ଫସିଲା ଶିଶୁ । ମଧ୍ୟପ୍ରଦେଶର ରେଓ୍ବା ଜିଲ୍ଲାରେ ଏକ 6 ବର୍ଷର ଶିଶୁ 60 ଫୁଟ ଗଭୀର ବୋରଓ୍ବେଲରେ ଫସି ରହିଛି । ଗତକାଲି (ଶୁକ୍ରବାର) ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ କିଛି ସମୟ ପରେ ତୁରନ୍ତ ଶିଶୁଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଇଥିଲା । ଆଜି ସକାଳ ପୁଣି ଥିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ଶିଶୁଟିକୁ ଉଦ୍ଧାର କରାଯାଇ ପାରିନାହିଁ । କ୍ଷେତରେ ଖେଳୁଥିବା ସମୟରେ ହଠାତ ଖୋଲା ପଡିଥିବା ବୋରଓ୍ବେଲେରେ ପିଲାଟି ପଡିଯାଇଥିଲା । ଶିଶୁଟିର ନାମ ହେଉଛି ମୟଙ୍କ ।

ଏହା ମଧ୍ୟ ପଢନ୍ତୁ-40 ଫୁଟ ବୋରଓ୍ବେଲରେ ଖସିପଡିଲା ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ଶୁକ୍ରବାର ଅପରାହ୍ନ 3ଟା ସମୟରେ ଜାନେ ପୋଲିସ ଷ୍ଟେସନ ଅନ୍ତର୍ଗତ ମାଣିକା ଗ୍ରାମର ଥିବା ଏକ କ୍ଷେତରେ ମୟଙ୍କ ତାଙ୍କ ସାଙ୍ଗ ମାନଙ୍କ ସହ ଖେଳୁଥିଲେ । ହଠାତ ଏହି ସମୟରେ ଏକ 60 ଫୁଟ ବୋରଓ୍ବେଲରେ ଖସିପଡିଥିଲେ । ଏହା ଦେଖି ତାଙ୍କ ସାଙ୍ଗ ମାନେ ମୟଙ୍କଙ୍କ ପରିବାର ଲୋକଙ୍କୁ ଘଟମା ସମ୍ପର୍କରେ ଅବଗତ କରାଇଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଖୋଜା ଖୋଜି କରିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଏକ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ତୁରନ୍ତ ଶିଶୁଟିକୁ ଉଦ୍ଧାର କରିବା ପାଇଁ ବୋରୱେଲ ଭିତରକୁ ଅମ୍ଳଜାନ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଯାହା ଦ୍ବାରା ଶିଶୁଟିକୁ ନିଶ୍ୱାସ ନେବାରେ କୌଣସି ଅସୁବିଧା ହେବ ନାହିଁ । ଡାକ୍ତରଙ୍କ ସମେତ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ର ଏକ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସମସ୍ତ ଉଦ୍ୟମ ଚାଲିଛି । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ SDRF, ପୋଲିସ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ବୋରଓ୍ବେଲରେ ଶିଶୁ ପଡିଆ ଏହା ପ୍ରଥମ ଘଟଣା ନୁହେଁ । ବିଗତ ଦିନରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି । କେଉଁଠି ବୋରଓ୍ବେଲରେ ପଡି ଶିଶୁର ଜୀବନ ଗଲାଣି ତ ଆଉ କେଉଁଠି ଅଳ୍ପକେ ଜୀବନ ମଧ୍ୟ ବର୍ତ୍ତି ଯାଇଛି । ଦିଲ୍ଲୀ, ଓଡ଼ିଶା, ଗୁଜୁରାଟ, ଉତ୍ତରପ୍ରଦେଶ, ବିହାର ରାଜ୍ୟରୁ ଏପରି ଅଘଟଣ ଅନେକ ଥର ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.