ETV Bharat / bharat

ବିଶ୍ୱ ରେକର୍ଡରେ 50 ଦିନର ଶିଶୁର ନାଁ, ଜାଣନ୍ତୁ କିପରି ପାଇଲେ ଏହି ସଫଳତା

author img

By ETV Bharat Odisha Team

Published : Jan 27, 2024, 12:48 PM IST

50 days old girl registers her name in world book of Records: ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ମାତ୍ର 50 ଦିନର ଶିଶୁର ନାମ । ସର୍ବାଧିକ ପ୍ରମାଣ ପତ୍ର ତଥା ଦସ୍ତାବିଜ ନିଜ ନାଁରେ କରି ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ନିଜ ନାଁ ପକ୍କା କରିଛି ଏହି ମଧ୍ୟ ପ୍ରଦେଶର ଅଢ଼େଇ ମାସର ଶିଶୁ ସମ୍ପୃଦ୍ଧି ବନ୍ଦେଓ୍ବାର । ଅଧିକ ପଢନ୍ତୁ

50 days old girl registers her name in world book of Records
ବିଶ୍ୱ ରେକର୍ଡରେ ମାତ୍ର 50 ଦିନର ଶିଶୁ କନ୍ୟା ନାଁ

ଭୋପାଳ: ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲା ମାତ୍ର 50 ଦିନର ଶିଶୁର ନାଁ । ସର୍ବାଧିକ ପ୍ରମାଣ ପତ୍ର ତଥା ଦସ୍ତାବିଜ ନିଜ ନାଁରେ କରି ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ନିଜ ନାଁ ପକ୍କା କରିଛି ଏହି ମଧ୍ୟପ୍ରଦେଶର ଅଢେଇ ମାସର ଶିଶୁ ସମ୍ପୃଦ୍ଧି ବନ୍ଦେଓ୍ବାର । ଏହି ଶିଶୁ ନାଁରେ ରହିଛି ପାଖାପାଖି 36 ବିଭିନ୍ନ ସରକାରୀ ତଥା ଅନ୍ୟାନ୍ୟ ଡକ୍ୟୁମେଣ୍ଟ । ଯାହାକୁ ନେଇ ବିଭିନ୍ନ ମହଲରେ ତାଙ୍କୁ ସମ୍ମାନିତ କରାଯିବା ସହ ଶୁଭେଚ୍ଛା ଜଣାଯାଇଛି ।

ଓ୍ବାର୍ଲ୍ଡ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଲା ମାତ୍ର 50 ଦିନର ଶିଶୁ ନାଁ । ଶିକ୍ଷା, ମିଡିଆ, ରାଜନୀତି, ଲୋକସେବା, କଳା, ସଂସ୍କୃତି, ବିଜ୍ଞାନ, ପ୍ରଦ୍ୟୋଗିକି ଭଳି ବିଭିନ୍ନ କ୍ଷେତ୍ରରେ ତାଙ୍କୁ ସମ୍ମାନୀତ କରାଯାଇଛି । ମଧ୍ୟପ୍ରଦେଶର ଛିଣ୍ଡାଓ୍ବାଡା ଜିଲ୍ଲାର ମନୀଷ ବନ୍ଦେଓ୍ବାର ଓ ତାଙ୍କ ପତ୍ନୀ ପ୍ରିୟା ବନ୍ଦେଓ୍ବାର 26 ସେପ୍ଟେମ୍ବର 2023 ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । କନ୍ୟାର ଜନ୍ମ ପରେ ବାପା ମାଆ ବିଭିନ୍ନ ସରକାରୀ ଯୋଜନାଗୁଡ଼ିକରେ ତାଙ୍କ ନାଁ ସାମିଲ କରିଥିଲେ । ଏଥିସହ ବିଭିନ୍ନ ମ୍ୟୁଚୁଆଲ ଫଣ୍ଡ ମଧ୍ୟ ତାଙ୍କ ନାଁରେ ଖୋଲିଥିଲେ । ଏହିଭଳି ଭାବେ ଝିଅ ସମ୍ପୃଦ୍ଧି ବନ୍ଦେଓ୍ବାର ମାତ୍ର 50 ଦିନର ହୋଇଥିଲେ ମଧ୍ୟ ନିଜ ନାଁରେ ଏକାଧିକ ସରକାରୀ ପ୍ରମାଣପତ୍ର କରିପାରିଥିଲେ । ଯେଉଁଥିପାଇଁ ମାତ୍ର 50 ଦିନରେ ସବୁଠୁ କମ୍ ବୟସର ହୋଇ ସରକାରୀ ଯୋଜନା ଗୁଡିକ ସହ ସମ୍ବନ୍ଧିତ ଜୀବନ ଉପଯୋଗୀ ଦସ୍ତାବିଜ ବନାଇ ତାଙ୍କ ନାମ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି। ଓ୍ବାର୍ଲ୍ଡ ବୁକ ଅଫ ରେକର୍ଡସର ଲଣ୍ଡନ ସ୍ଥିତ ସଂସ୍ଥାରେ ଏହି ପ୍ରମାଣ ପତ୍ର ଦିଆଯାଇଛି । ଏବେ ସୁଦ୍ଧା ସମୃଦ୍ଧି ବନ୍ଦେଓ୍ବାର ସର୍ବାଧିକ 36ଟି ପ୍ରମାଣ ପତ୍ର ହାସଲ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. କୁନି ବୟସରେ କମାଲ, ସାଢେ 3 ବର୍ଷରେ ହାତେଇଲେ ଇଣ୍ଡିଆ ବୁକ ଅଫ ରେକର୍ଡ

ଏନେଇ ସମ୍ପୃଦ୍ଧିଙ୍କ ବାପା ମନୀଷଙ୍କ କହିଛନ୍ତି, "ଆମେ ଏବେ ସୁଦ୍ଧା ଝିଅ ନାଁରେ 36ଟି ଦସ୍ତାବିଜ ଦାଖଲ କରିପାରିଛୁ । ଜନ୍ମ ପରେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ରହିଛି । ସେହି ଯୋଜନାଗୁଡିକରେ ନାଁ ଦାଖଲ କରି ବିଭିନ୍ନ ଜୀବନ ଉପଯୋଗୀ ପ୍ରମାଣପତ୍ର ହାସଲ କରିହେବ । ଆବଶ୍ୟକ ପୂର୍ବରୁ ସବୁ ଜରୁରୀ ଦସ୍ତାବିଜଗୁଡିକୁ ବାହାର କରିଦେଲେ ଆଉ ଦରକାର ସମୟରେ ସମସ୍ୟା ଦେଖାଯିବ ନାହିଁ ।"

ଜିଲ୍ଲାପାଳ ମନୋଜ ପୁଷ୍ପ ସମୃଦ୍ଧିଙ୍କ ବାପା ମାଆଙ୍କୁ କାର୍ଯ୍ୟାଳୟକୁ ଡାକି ସମ୍ମାନିତ କରିଛନ୍ତି । ଆଉ ମଧ୍ୟ ମଧ୍ୟପ୍ରଦେଶ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ମଧ୍ୟ ସମୃଦ୍ଧିଙ୍କ ଶୁଭେଚ୍ଛା ଜଣାଇବା ସହ ପରିବାର ଲୋକଙ୍କୁ ଲଣ୍ଡନରୁ ଆସିଥିବା ଏହି ବିଶ୍ବ ରେକର୍ଡ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.