ETV Bharat / bharat

ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା, ବିଳମ୍ବିତ ରାତିରେ ଆତ୍ମସମର୍ପଣ କଲେ 11 ଦୋଷୀ

author img

By ETV Bharat Odisha Team

Published : Jan 22, 2024, 7:43 AM IST

Bilkis Bano case: ରବିବାର ବିଳମ୍ବିତ ରାତିରେ ଗୋଧ୍ରା ଜେଲରେ ଆତ୍ମସମର୍ପଣ କଲେ ବିଲକିସ ବୋନା ଗଣଦୁଷ୍କର୍ମ ମାମଲାର ଦୋଷୀ । ଅଧିକ ପଢନ୍ତୁ

Bilkis Bano case
ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା

ଗାନ୍ଧୀନଗର: ପୁଣି ଜେଲ ଗଲେ ବହୁଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ 11 ଦୋଷୀ । ରବିବାର ବିଳମ୍ବିତ ରାତିରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଦୋଷୀମାନେ ଗୁଜୁରାଟର ପଞ୍ଚମହଲ ଜିଲ୍ଲାର ଗୋଧ୍ରା ଉପକାରାଗାରରେ ଆତ୍ମସମର୍ପଣ କରିଛନ୍ତି । ଏନେଇ ଗୋଧ୍ରା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ 14 ବର୍ଷର ସଜ୍ଜା ଭୋଗିବା ପରେ 2022 ଅଗଷ୍ଟ ମାସରେ ସ୍ୱତନ୍ତ୍ର ଆଇନ ବଳରେ ଦୋଷୀମାନଙ୍କୁ ମୁକ୍ତ କରିଥିଲେ ଗୁଜୁରାଟ ସରକାର । ଏହାକୁ ବିରୋଧ କରି ପୀଡିତା ବିଲକିସ ବାନୋ ଓ କିଛି ସାମାଜିକ ସଂଗଠନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବିଲକିସ ବାନୋଙ୍କ ସପକ୍ଷରେ ରାୟ ଶୁଣାଇବା ସହ ଦୋଷୀମାନଙ୍କୁ ଜେଲରେ ଆତ୍ମସମର୍ପଣ କରିବା ପାଇଁ ଜାନୁଆରୀ 21 ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ ।

ସୂଚନା ଯୋଗ୍ୟ, 2002 ମସିହାରେ ଗୁଜୁରାଟ ରାଜ୍ୟର ଗୋଧ୍ରାରେ ସଂଗଠିତ ଦଙ୍ଗା ସମୟରେ ବିଲକିସ ବାନୋଙ୍କ ସହ ଲୋମହର୍ଷଣକାରୀ ଘଟଣା ଘଟିଥିଲା । ବୋନୋ 5 ମାସର ଗର୍ଭବତୀ ଥିବା ଅବସ୍ଥାରେ ତାଙ୍କ ସହ ଗଣଦୁଷ୍କର୍ମ କରାଯିବା ସହ ତାଙ୍କ 3 ବର୍ଷୀୟ ଶିଶୁକନ୍ୟା ସମେତ ପରିବାରର ମୋଟ 7 ଜଣଙ୍କୁ ହତ୍ୟା କରାଯାଇଥିଲା । ଏହାସହିତ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇ ଦିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ବିଲକିସ ବାନୋ ମାମଲା, ଦୋଷୀଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ବିଲକିସ ବାନୋ ଏନେଇ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ପରବର୍ତ୍ତୀ ସମୟରେ ଗୁଜୁରାଟରେ ଅଭିଯୁକ୍ତମାନେ ନ୍ୟାୟକୁ ପ୍ରଭାବିତ କରିବା ସମ୍ଭାବନା ରହିଥିବା ହେତୁ ମହାରାଷ୍ଟ୍ର କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଏହି ମାମଲାରେ 11 ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ ସେମାନଙ୍କ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ହେଲେ 14 ବର୍ଷର ଜେଲଦଣ୍ଡ ଭୋଗିବା ପରେ 2022 ଅଗଷ୍ଟ ମାସରେ ଗୁଜରାଟ ସରକାର ସ୍ୱତନ୍ତ୍ର ଆଇନ ବଳରେ ସେମାନଙ୍କୁ ମୁକ୍ତ କରିଥିଲେ ।

ଏହାକୁ ବିରୋଧ କରି ପୀଡିତା ବାନୋ ଓ ଅନ୍ୟ କିଛି ସାମାଜିକ ସଂଗଠନ ଦେଶର ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଏହାର ବିଚାର କରି ଗୁଜୁରାଟ ସରକାରଙ୍କୁ ଭର୍ସନା କରିବା ସହ ଜାନୁଆରୀ 21 ତାରିଖ ସୁଦ୍ଧା ସମସ୍ତ ଦୋଷୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ସମୟ ଦେଇଥିଲେ । ହେଲେ 3ଜଣ ଦୋଷୀ ସମୟ ଆତ୍ମସମର୍ପଣର ସମୟ ବୃଦ୍ଧି କରିବା ପାଇଁ ପୁନଃ କୋର୍ଟରେ ଆବେଦନ କରିଥିଲେ । ହେଲେ ଏହାକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ ।

ଜାନୁଆରୀ 21 ଆତ୍ମସମର୍ପଣର ଶେଷ ତାରିଖ ଥିବା ବେଳେ ରବିବାର ରାତି 11.30 ସୁଦ୍ଧା ସମସ୍ତ ଦୋଷୀ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ଗୋଧ୍ରା ଜେଲରେ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.