ଓଡିଶା

odisha

ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କି ? ଭୋଗିବେ ଏହି ସବୁ ସମସ୍ୟା

By

Published : Sep 17, 2022, 1:42 PM IST

ସ୍ମାର୍ଟଫୋନର ମାତ୍ରାଧିକ ବ୍ୟବହାରରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ସ୍ମାର୍ଟଫୋନ ହେଉ ଏବା ଟାବ୍ଲେଟରୁ ବିକିରଣ ହେଉଥିବା ନୀଳ ଆଲୋକ ପ୍ରଭାବରେ ହର୍ମୋନ ସ୍ତର ପ୍ରଭାବିତ ହେବା ସହ ପ୍ରିମେଚର ପବର୍ଟି(ଆଗୁଆ ଯୌବନାବସ୍ଥା) ଆଶଙ୍କା ବୃଦ୍ଧି ପାଇପାରେ(Excessive use of smartphone may affect puberty) । ଅଧିକ ପଢନ୍ତୁ

ସ୍ମାର୍ଟଫୋନର ମାତ୍ରାଧିକ ବ୍ୟବହାର କରିପାରେ ଏହି ଜଟିଳ ସମସ୍ୟା, ଜାଣନ୍ତୁ କଣ
ସ୍ମାର୍ଟଫୋନର ମାତ୍ରାଧିକ ବ୍ୟବହାର କରିପାରେ ଏହି ଜଟିଳ ସମସ୍ୟା, ଜାଣନ୍ତୁ କଣ

ନୂଆଦିଲ୍ଲୀ:ସ୍ମାର୍ଟଫୋନ ଜୀବନରେ ଏକ ଅଙ୍ଗ ସଦୃଶ ପାଲଟିଲାଣି । ପିଲାଠୁ ବୟସ୍କ ସମସ୍ତେ ସ୍ମାର୍ଟଫୋନ ନିଶାରେ ବିଭୋର । ବର୍ତ୍ତମାନ ସମୟରେ କୋମଳମତି ଶିଶୁଙ୍କ ସ୍ମାର୍ଟଫୋନ ନିଶା ସଭିଙ୍କୁ ଚିନ୍ତାରେ ପକାଇଛି । ତେବେ ସ୍ମାର୍ଟଫୋନ ହେଉ ଏବା ଟାବ୍ଲେଟରୁ ବିକିରଣ ହେଉଥିବା ନୀଳ ଆଲୋକକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଏହି ନୀଳ ଆଲୋକ ପ୍ରଭାବରେ ହର୍ମୋନ ସ୍ତର ପ୍ରଭାବିତ ହେବା ସହ ପ୍ରିମେଚର ପବର୍ଟି(ଆଗୁଆ ଯୌବନାବସ୍ଥା) ଆଶଙ୍କା ବୃଦ୍ଧି ପାଇପାରେ ।

ନିକଟରେ ମୂଷା ଉପରେ ହୋଇଥିବା ଏକ ବୈଜ୍ଞାନିକ ଅନୁସନ୍ଧାନରୁ ଏହି ତଥ୍ୟ ପ୍ରକାଶ ପାଇଛି । 60ତମ ବାର୍ଷିକ ୟୁରୋପୀୟ ସୋସାଇଟି ଫର ପେଡିଆଟ୍ରିକ୍ ଏଣ୍ଡୋକ୍ରିନୋଲୋଜି ବୈଠକ(Annual European Society for Paediatric Endocrinology Meeting)ରେ ଉପସ୍ଥାପିତ ହୋଇଛି ଏହି ତଥ୍ୟ ।

ମୂଷା ଉପରେ ହୋଇଥିବା ଅଧ୍ୟୟନର ଫଳାଫଳରୁ ଜଣାପଡିଛି ଯେ, ଟାବଲେଟ୍ ଏବଂ ସ୍ମାର୍ଟଫୋନରୁ ବିକିରଣ ହେଉଥିବା ନୀଳ ଆଲୋକ(Green Light)ର ନିୟମିତ ସଂସ୍ପର୍ଶରେ ଆସିବା ଦ୍ବାରା ହରମୋନ୍ ସ୍ତର(hormone levels ) ପ୍ରଭାବିତ ହେବା ସହ ଆଗୁଆ ଯୌବନାବସ୍ଥା ହେବାର ଆଶଙ୍କା ବୃଦ୍ଧି ପାଇପାରେ(Risk of premature puberty) ।

ଅଧ୍ୟୟନ ଅନୁଯାୟୀ, ଦୀର୍ଘ ସମୟ ଧରି ନୀଳ ଆଲୋକର ସଂସ୍ପର୍ଶରେ ଆସିବା ଫଳରେ ମହିଳା ମୂଷାମାନଙ୍କର ଆଗୁଆ ଯୌବନାବସ୍ଥା ଆରମ୍ଭ ହେବା ସହିତ ମେଲାଟୋନିନ୍(ଏକ ହର୍ମୋନ) ସ୍ତର ହ୍ରାସ ପାଇଥିଲା, ଅନେକ ପ୍ରଜନନ ହରମୋନର ଉଚ୍ଚ ସ୍ତର ଏବଂ ସେମାନଙ୍କର ଡିମ୍ବାଣୁରେ ଶାରୀରିକ ପରିବର୍ତ୍ତନ ମଧ୍ୟ ଦେଖାଯାଇଥିଲା ।

ନୀଳ ଆଲୋକ ନିର୍ଗତ କରୁଥିବା ମୋବାଇଲ୍ ଉପକରଣଗୁଡ଼ିକର ବ୍ୟବହାର ପିଲାମାନଙ୍କର ଶୋଇବା ଶୈଳୀ ସହିତ ଜଡିତ ହୋଇସାରିଛି, କିନ୍ତୁ ସାମ୍ପ୍ରତିକ ଫଳାଫଳରୁ ଜଣାପଡିଛି ଯେ, ଭ୍ରୁଣର ବିକାଶ ଏବଂ ଭବିଷ୍ୟତର ପ୍ରଜନନ ଉପରେ ଏହାର ବିପଦ ଥାଇପାରେ ।

ABOUT THE AUTHOR

...view details