ଓଡିଶା

odisha

ଆଦିବାସୀଙ୍କ ଉପରେ ଅତ୍ୟାଚାର ବିରୋଧରେ ପେସା ଗ୍ରାମସଭା ସମନ୍ବୟ କମିଟିର ପ୍ରତିବାଦ

By

Published : Aug 9, 2023, 6:57 PM IST

ଦେଶରେ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟକୁ ନେଇ ରାଉରକେଲାରେ ବିଶାଳ ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ଗର୍ଜିଲା ପେସା ଗ୍ରାମସଭା କୋ-ଅର୍ଡିନେସନ କମିଟି । ଅଧିକ ପଢନ୍ତୁ

ଆଦିବାସୀଙ୍କ ଉପରେ ଅତ୍ୟାଚାର ବିରୋଧରେ ପେସା ଗ୍ରାମସଭା ସମନ୍ବୟ କମିଟିର ବିଶାଳ ପ୍ରତିବାଦ ଶୋଭାଯାତ୍ରା
ଆଦିବାସୀଙ୍କ ଉପରେ ଅତ୍ୟାଚାର ବିରୋଧରେ ପେସା ଗ୍ରାମସଭା ସମନ୍ବୟ କମିଟିର ବିଶାଳ ପ୍ରତିବାଦ ଶୋଭାଯାତ୍ରା

ଆଦିବାସୀଙ୍କ ଉପରେ ଅତ୍ୟାଚାର ବିରୋଧରେ ପେସା ଗ୍ରାମସଭା ସମନ୍ବୟ କମିଟିର ପ୍ରତିବାଦ

ରାଉରକେଲା:ଦେଶର ବିଭିନ୍ନ ସ୍ଥାନରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ହେଉଥିବା ଅଭିଯୋଗରେ ରାଉରକେଲାରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ କରିଛି ପେସା ପେସା ଗ୍ରାମସଭା କୋ-ଅର୍ଡିନେସନ କମିଟି । କେନ୍ଦ୍ରର ବିଜେପି ସରକାରର ଅବହେଳାକୁ ନେଇ କମିଟିର କାର୍ଯ୍ୟକର୍ତ୍ତା ଗର୍ଜିଛନ୍ତି । ପୂର୍ବ ଭାରତୀୟ ରାଜ୍ୟ ମଣିପୁର ହିଂସାରେ ଜଳୁଛି । ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ସେହିଭଳି ସାରା ଦେଶରେ ଆଦିବାସୀମାନେ ଏହି ଅନ୍ୟାୟ ଏବଂ ବର୍ବରତାକୁ ବିରୋଧ କରୁଛନ୍ତି । ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ରାଉରକେଲା ଉଦିତନଗର ସ୍ଥିତ ମହାନଗର ନିଗମ ଅଫିସଠାରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଯାଏଁ ଏକ ବିଶାଳ ରାଲି ଆୟୋଜନ କରାଯାଇଥିଲା । କେନ୍ଦ୍ର ସରକାର ଉପରେ ବର୍ଷିଥିଲେ ଆଦିବାସୀ ସଂଘର କାର୍ଯ୍ୟକର୍ତ୍ତା । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ହଜାରହଜାର ସଂଖ୍ୟାରେ ଏକାଠି ହୋଇ ଆଦିବାସୀମାନେ ନାରାବାଜୀ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦେଶରେ ଆଦିବାସୀ ସୁରକ୍ଷିତ ନାହାନ୍ତି । ଏହା ମଣିପୁର ହିଂସାରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ବୋଲି ଅଭିଯୋଗ କରିଛି ଜିଲ୍ଲା ପେସା ଗ୍ରାମସଭା କୋ-ଅର୍ଡିନେସନ କମିଟି । ମଣିପୁର ରାଜ୍ୟରେ ଆଦିବାସୀ ମହିଳାମାନଙ୍କୁ ଉଲଗ୍ନ କରି ଯେଉଁ ଭଳି ପାଶବିକ ଅତ୍ୟାଚାର କରାଗଲା ତାହା ସମ୍ପୂର୍ଣ୍ଣ ନିନ୍ଦନୀୟ । ଏହି ଘଟଣା ସଭ୍ୟସମାଜର ସମସ୍ତଙ୍କ ହୃଦୟକୁ ଆଘାତ କରିଛି । ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି । ସେହିପରି ସେମାନେ ମଧ୍ୟ ପ୍ରଦେଶରେ ଜଣେ ଆଦାବାସୀ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିବା ଘଟଣା ମଧ୍ୟ ସେମାନେ ଉଲ୍ଲେଖ କରିଛନ୍ତି ।

ଏହା ମଧ୍ଯ ପଢନ୍ତୁ:-ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା ଘଟଣା; ବନ୍ଧା ହେଲା ଅଭିଯୁକ୍ତ

ମଣିପୁରରେ ଆଦିବାସୀ ମହିଳାମାନଙ୍କୁ ଯେଉଁଭଳି ସର୍ବସମ୍ମୁଖରେ ବିବସ୍ତ୍ର କରି ବୁଲାଇବା ଦୃଶ୍ୟ ସାମ୍ନାକୁ ଆସିଲା ତାହା ଭାରତୀୟ ନାରୀର ଇଜ୍ଜତକୁ ମାଟିରେ ମିଶାଇ ଦେଇଛି କହି ଗର୍ଜିଛନ୍ତି ଆଦିବାସୀ । ଏହାସହ ଭାରତୀୟ ଜନତା ପାର୍ଟି ଓ RSSର ଗୁଣ୍ଡାଗର୍ଦ୍ଦି ଚଳିବ ନାହିଁ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି । ମଣିପୁରରେ ଜାରି ରହିଥିବା ହିଂସାକୁ ସମାଧାନ କରିବା ସହିତ ସରକାର ସମଗ୍ର ଦେଶରେ ଆଦିବାସୀ ସମ୍ପ୍ରଦାୟଙ୍କ କଲ୍ୟାଣ ଓ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ବ୍ୟାପକ ନୀତି ପ୍ରଣୟନ କରିବାର ସମୟ ଆସିଛି ବୋଲି କହିଛନ୍ତି ଆନ୍ଦୋଳନକାରୀ । ଏପରି ନହେଲେ ସେମାନେ ଆନ୍ଦୋଳନ ବ୍ୟାପକ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details