ଓଡିଶା

odisha

ନେତାଜୀ କ୍ଲବ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର

By

Published : Nov 25, 2019, 12:34 AM IST

'ରକ୍ତଦାନ ମହତ ଦାନ ' ସଂକଳ୍ପ ନେଇ ଦେବଗଡ଼ ଜିଲ୍ଲା ସୁଗୁଡା ପଞ୍ଚାୟତର ନେତାଜୀ କ୍ଲବ ଆନୁକୂଲ୍ୟର ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଦେବଗଡ

ଦେବଗଡ : ' ରକ୍ତଦାନ ମହତ ଦାନ ' ସଂକଳ୍ପ ନେଇ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ସୁଗୁଡା ପଞ୍ଚାୟତର ନେତାଜୀ କ୍ଲବ ଆନୁକୂଲ୍ୟରେ ସୁଗୁଡା ଅପୂର୍ବ ଉଚ୍ଚ ବିଦ୍ୟାଳୟଠାରେ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ବମଣ୍ଡା ରାଣୀ ତଥା ବିଶିଷ୍ଟ ସମାଜସେବୀ ଅରୁନ୍ଧତୀ ଦେବୀ ଯୋଗ ଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ର ସଂଯୋଜକ ପ୍ରଦୀପ ବିଶ୍ବାଳ ଜିଲ୍ଲା ପରିଷଦ ସଦସ୍ୟ ବୃନ୍ଦାବତୀ ଭୋଇ , ଅପୂର୍ବ ହାଇସ୍କୁଲ ସୁଗୁଡା ପ୍ରଧାନ ଶିକ୍ଷକ ଦେବନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ନେତାଜୀ କ୍ଲବ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ମୁଖ୍ୟ ଅତିଥି ଅରୁନ୍ଧତୀ ଦେବୀ ରକ୍ତଦାନର ଉପକାରିତ ସମ୍ପର୍କରେ ଆଲୋକପାତ କରିଥଲେ । ଏହି ରକ୍ତଦାନ ଶିବିରରେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

ଏହି ରକ୍ତଦାନ ଶିବିରରେ ମୋଟ ୧୫୦ ୟୁନିଟ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ , ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିଥିବା ଜନସାଧାରଣଙ୍କୁ କ୍ଲବ ସଭାପତି ସୋନୁ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details