ଓଡିଶା

odisha

200 ୟୁନିଟ ମାଗଣା ବିଜୁଳି ଦାବି କଲା ଆପ

By

Published : Jun 26, 2022, 7:19 PM IST

200 ୟୁନିଟ ମାଗଣା ବିଜୁଳି ଦାବିରେ ରାଜ୍ୟ ଆପ୍ ପକ୍ଷରୁ ଆନ୍ଦୋଳନ ନିଷ୍ପତ୍ତି । ଅଧିକ ପଢନ୍ତୁ

200 ୟୁନିଟ ମାଗଣା ବିଜୁଳି ଦାବି କଲା ଆପ
200 ୟୁନିଟ ମାଗଣା ବିଜୁଳି ଦାବି କଲା ଆପ

କଟକ: ଓଡ଼ିଶା ଆପ୍ ପକ୍ଷରୁ ଗତ ଏପ୍ରିଲ ମାସର ଶେଷ ଭାଗରୁ, ରାଜ୍ୟର ବିଜୁଳି ଉପଭୋକ୍ତାଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦାବିରେ ଏକ ରାଜ୍ୟବ୍ୟାପି ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି । ଜିଲ୍ଲା ବିଜୁଳି ଆନ୍ଦୋଳନ ସହ ବିଭିନ୍ନ ରାଜନୈତିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାସ୍ତରରେ ଓ ବ୍ଲକସ୍ତରରେ, ସରକାର ଓ ପ୍ରଶାସନ ସହ ଲଢେଇ କରିବା ପାଇଁ ନିଷ୍ପତ୍ତି ନେଇଛି ।

200 ୟୁନିଟ ମାଗଣା ବିଜୁଳି ଦାବି କଲା ଆପ

ଜିଲ୍ଲା ଆବାହକ ଦୂର୍ଗା ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ୍ ବିଧାୟକ ବିରେନ୍ଦ୍ର ସିଂ କାଡିଆନ, ମୁଖ୍ୟ ବକ୍ତା ଭାବରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଓ ଜିଲ୍ଲା ପ୍ରଭାରୀ ଡ଼ା ଅଜୟ କୁମାର ପତି ଉପସ୍ଥିତ ରହି, ସମସ୍ତ ସମସ୍ୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ରାଜନୀତିରେ ପରିବର୍ତ୍ତନର ସଂକଳ୍ପ ନେଇଥିବା ଜିଲ୍ଲା ଆପର ଆଗାମୀ ଯୋଜନା ସମ୍ବନ୍ଧରେ ନିଷ୍ପତ୍ତି ନିଆଯାଇଛି । ୧୪ ଟି ବ୍ଲକର ଆବାହକ ଓ ଅନ୍ୟାନ୍ୟ ପଦାଧିକାରୀ, ଜୋନ୍ ଓ ପଞ୍ଚାୟତସ୍ତରୀୟ ନେତୃବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆମ୍ ଆଦମୀ ପାର୍ଟି କଟକ ମହାନଗରର ଏହି ସମ୍ମିଳନୀକୁ ଆୟୋଜନ କରାଯାଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details