ବୌଦ୍ଧ:ବିଜେଡି ବିଧାୟକଙ୍କୁ ନିଜଗଡରେ ନିଜ ଦଳ ମଧ୍ୟରୁ ଶୁଣା ଗଲାଣି ବିଦ୍ରୋହର ପଦଧ୍ବନୀ । ଆଜି ବୌଦ୍ଧ ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଜୋନରେ ବିଶାଳ ପରିବର୍ତ୍ତନ ସମାବେଶର ଆୟୋଜନ କରି ସ୍ଥାନୀୟ ବିଧାୟକଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଦଳୀୟ ନେତା ଓ କର୍ମୀ । ଆଜି ଜିଲ୍ଲାର ଏକ ନମ୍ବର ଜୋନ ରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ପାଞ୍ଚ ହଜାର ନେତା ଓ କର୍ମୀ ଯୋଗ ଦେଇ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ମେଳି କରିବା ସହିତ ବିକାଶକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବର୍ତ୍ତମାନ ଠାରୁ ଜିଲ୍ଲାର ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳ ବିଶେଷ ଭାବରେ ଶାସକ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ବର୍ତ୍ତମାନ ଶାସକ ବିଜେଡ଼ି ଦଳରେ ବିରୋଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗତ ୨୦୦୯ ମସିହାରେ ଗଠିତ ହୋଇଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଶାସକ ବିଜେଡ଼ି ଦଳ କୁ ନିଜ ଦଳର ବିଦ୍ରୋହୀ ତଥା ଅସନ୍ତୁଷ୍ଟ ନେତା କର୍ମୀଙ୍କୁ ସମ୍ମୁଖୀନ ହେବାକୁ ପଡୁଛି ।