ଓଡିଶା

odisha

ଅନୁଗୋଳ: ବର୍ଷକରେ 496 ଦୁର୍ଘଟଣା, 258ଟି ଜୀବନହାନୀ

By

Published : Feb 5, 2019, 5:12 PM IST

ଅନୁଗୋଳ ଜିଲ୍ଲାରେ 30ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ, କାର୍ଯ୍ୟକ୍ରମରେ ଜିଲ୍ଲାର ସବୁବର୍ଗର ଲୋକଙ୍କୁ ସାମିଲ ହୋଇ ଜନସଚେତନତା ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର


ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର
ଅନୁଗୋଳ: ଆଞ୍ଚଳିକ ପରିବହନ ଅଧିକାରୀ ପକ୍ଷରୁ ଅନୁଗୋଳ ଜିଲ୍ଲାରେ 30ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାର ସବୁବର୍ଗର ଲୋକଙ୍କୁ ସାମିଲ କରାଯାଇଛି । ଏହି ଅବସରରେ ଏକ ଜନସଚେତନତା ଶୋଭାଯାତ୍ରା କରାଯାଇ ସହର ପରିକ୍ରମା କରାଯାଇଥିଲା ।

ସୂଚନାଯୋଗ୍ୟ, ସଡକ ସୁରକ୍ଷାକୁ ନେଇ ରାଜ୍ୟରେ ପ୍ରତିବର୍ଷ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ତଥାପି ରାଜ୍ୟରେ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ । ଆଉ ଏହି ଦୁର୍ଘଟଣାର ହାର ଅନୁଗୋଳ ଜିଲ୍ଲାରେ ସର୍ବାଧିକ ରହିଛି । ଗତ ଗୋଟିଏ ବର୍ଷର ରେକର୍ଡ ଅନୁସାରେ ଜିଲ୍ଲା 496ଟି ଦୁର୍ଘଟଣା ଘଟିଛି । ଯେଉଁଥିରେ 258ଜଣ ନିଜ ଜୀବନ ହରାଇଛନ୍ତି । ସେଥିମଧ୍ୟରୁ 227ଜଣ ଗୁରୁତର ଏବଂ 182 ଜଣ ଆହତ ହୋଇଛନ୍ତି । ଏହିସବୁ ଦୁର୍ଘଟଣାକୁ ବାଦ ଦେଲେ ଅନେକ ଦୁର୍ଘଟଣାର ରେକର୍ଡ ମଧ୍ୟ କରାଯାଇନାହିଁ ।

ଜିଲ୍ଲାରେ ବଢୁଥିବା ଏହି ସଡକ ଦୁର୍ଘଟଣାକୁ ନେଇ ସମସ୍ତେ ଭିନ୍ନଭିନ୍ନ ମାହୋଲକୁ ଦାୟୀ କରିଛନ୍ତି । ଅନେକଙ୍କ ମତରେ ଟ୍ରାଫିକ ବ୍ୟସ୍ଥାରେ ତ୍ରୁଟି ମଧ୍ୟ ଦୁର୍ଘଟଣାର ଏକ ବଡ କାରଣ । କେବଳ ବ୍ୟବସ୍ଥାକୁ ଦୋଷ ଦେଲେ ସଡକ ଦୁର୍ଘଟଣା କମିଯିବ ତାହା ନୁହେଁ ବରଂ ଏହାର ନିରାକରଣ ପ୍ରତି ଧ୍ୟାନ ଦେଲେ ଅନେକ ଜୀବନ ଦୁର୍ଘଟଣା ଭଳି ଅଘଟଣରୁ ବର୍ତ୍ତି ଯାଇପାରିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details