ଓଡିଶା

odisha

BBL: ସିଡନି ସିକ୍ସରକୁ ଫେରିଲେ ମିଚେଲ ଷ୍ଟାର୍କ

By

Published : Nov 9, 2020, 12:14 PM IST

ଆଗାମୀ ବିଗ ବାସ ଲିଗ ସିଜିନ ପାଇଁ ମିଚେଲ ଷ୍ଟାର୍କଙ୍କୁ ସିଡନି ସିକ୍ସର ଟିମରେ ସାମିଲ କରିଛି । ଅଧିକ ପଢନ୍ତୁ...

Sydney Sixers announce return of Mitchell Starc for upcoming BBL
BBL: ସିଡନି ସିକ୍ସରକୁ ଫେରିଲେ ମିଚେଲ ଷ୍ଟାର୍କ

ମେଲବୋର୍ଣ୍ଣ: ପ୍ରାୟ 6 ବର୍ଷ ପରେ ବିଗ ବାସ ଲିଗ(ବିବିଏଲ)କୁ ଫେରିଲେ ମିଚେଲ ଷ୍ଟାର୍କ । ଆଗାମୀ ବିବିଏଲ ସିଜିନ ପାଇଁ ମିଚେଲ ଷ୍ଟାର୍କଙ୍କୁ ସିଡନି ସିକ୍ସର ଟିମରେ ସାମିଲ କରିଛି । ଏନେଇ ସୋମବାର ସିଡନି ସିକ୍ସର ପକ୍ଷରୁ ଘୋଷଣା କରାଯାଇଛି ।

ବର୍ଷ 2011-12 ବିବିଏଲର ଉଦ୍ଘାଟନୀ ସଂସ୍କରଣରେ ଷ୍ଟାର୍କ ସିଡନି ସିକ୍ସର ପକ୍ଷରୁ ଖେଳି ବିଜେତା ସଦସ୍ୟ ରହିଥିଲେ । ବର୍ଷ 2011ରୁ 2015 ମଧ୍ୟରେ ଷ୍ଟାର୍କ ସିକ୍ଲର ପକ୍ଷରୁ 10ଟି ମ୍ୟାଚରେ ଖେଳି 7.92 ହାରରେ 20 ୱିକେଟ ଅକ୍ତିଆର କରିଥିଲେ । 17/3 ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି ।

ସିଡନି ସିକ୍ସର ସ୍କ୍ବାଡ: ସିନ ଆବଟ, ଜାକସନ ବାର୍ଡ, ଡାନ କ୍ରୀଷ୍ଟିଆନ, ଟମ କରନ, ବେନ ଡ୍ବାରସୁଇସ, ଜାକ ଇଡୱାର୍ଡସ, ମିକି ଏଡୱାର୍ଡସ, ମୋଇସ ହେନରିକ୍ସ(କ୍ୟାପଟେନ), ଡାନିଏଲ ହ୍ୟୁଗ୍ସ, ହେଡେନ କେର, ନାଥନ ଲାୟନ, ବେନ ମେନନ୍ତି, ଷ୍ଟିଫେନ ଓ'କେଫି, ଜସ ଫିଲିପ, ଲୟଡ ପୋପ, ଜୋର୍ଡାନ ସିଲକ, ମାଚେଲ ଷ୍ଟାର୍କ, ଜେମ୍ସ ଭିନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details