ହାଇଦ୍ରାବାଦ: ଆଗକୁ ଭାରତୀୟ ଦର୍ଶକ ବିଜୟ ଦେବରକୋଣ୍ଡାଙ୍କ ନୂଆ ଅନ୍ଦାଜ ଦେଖିବାକୁ ପାଇବେ । ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ‘ଲାଇଗର୍’ରେ ନଜର ଆସିବେ ଅର୍ଜୁନ ରେଡ୍ଡୀ । ଏନେଇ ଫିଲ୍ମର ଫାଷ୍ଟଲୁକ୍ ରିଲିଜ ହୋଇଛି । ଏଥିରେ ବିଜୟଙ୍କୁ ବକ୍ସି ଗ୍ଲୋଭସରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଦେବରକୋଣ୍ଡାଙ୍କ ସହ ସ୍କ୍ରିନ୍ ସେୟାର କରିବେ ଅନନ୍ଯା ପାଣ୍ଡେ ।
2017ର ବ୍ଲକବଷ୍ଚର ଫିଲ୍ମ ଅର୍ଜୁନ ରେଡ୍ଡିରେ ସମସ୍ତଙ୍କ ନଜରକୁ ଆସିଥିଲେ ବିଜୟ ଦେବରକୋଣ୍ଡା । ଏହାପରେ ଗୀତ ଗୋବିନ୍ଦମ୍, ୱାର୍ଲଡ୍ ଫେମସ୍ ଲଭର୍, ଡିଅର୍ କମରେଡରେ ବିଜୟ ଲଭର୍ ବଏ ଅନ୍ଦାଜରେ ନଜର ଆସିଛନ୍ତି । ଏଥର ଆକ୍ସନ ମୁଡ୍ ରେ ଥିବା ବିଜୟ ଦେବରକୋଣ୍ଡା ଧର୍ମା ପ୍ରଡକ୍ସନ ବ୍ଯାନରରେ କାମ କରିବେ ।