ଓଡିଶା

odisha

ନୂଆ ସଂସଦ ଭବନ ଲୋକାର୍ପଣରେ ଅଦ୍ଭୁତ ଯୋଗ, ଗ୍ରହଙ୍କ ଗତିବିଧି ଦେଶରେ ଆଣିବ ବଡ଼ ପରିବର୍ତ୍ତନ

By

Published : May 28, 2023, 12:15 PM IST

Updated : May 28, 2023, 12:26 PM IST

ବାରଣାସୀର ପ୍ରଖାତ ଜୋତିଷ ପଣ୍ଡିତ ଋଷି ଦ୍ବିବେଦୀଙ୍କ କହିବା ଅନୁସାରେ ଆଜି ଅଦ୍ଭୁତ ଯୋଗ ରହିଥିବାରୁ ସଂସଦ ଭବନର ଲୋକାର୍ପଣ ମଧ୍ୟ ସ୍ବତନ୍ତ୍ର ହେବ । ଅଧିକ ପଢନ୍ତୁ

inauguration of new parliament house
inauguration of new parliament house

ନୂଆଦିଲ୍ଲୀ:ଆଜି ଦେଶର ନୂଆ ସଂସଦ ଭବନ ଉଦଘାଟିତ ହୋଇଛି । ସ୍ବତନ୍ତ୍ର ସମାରୋହ, ପୂଜାର୍ଚ୍ଚନାରେ ରାଷ୍ଟ୍ରକୁ ଉସର୍ଗ ହୋଇଛି ଗଣତନ୍ତ୍ରର ନୂଆ ମନ୍ଦିର । ତେବେ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟି କୋଣରୁ ଏହାର ଉଦଘାଟନ କେତେ ମହତ୍ତ୍ବପୂର୍ଣ୍ଣ ତାହା ଜାଣିବା ଆବଶ୍ୟକ । ଏହାରି ଭିତରେ ବାରଣାସୀର ପ୍ରଖ୍ୟାତ ଜ୍ୟୋତିଷ ପଣ୍ଡିତ ଋଷି ଦ୍ବିବେଦୀ ନିଜର ମତ ପ୍ରକାଶ କରିଛନ୍ତି, ସେ କହିଛନ୍ତି, "ସଂସଦ ଗୃହର ଉଦଘାଟନରେ ଏପରି ଗ୍ରହମାନଙ୍କର ଏପରି ଯୋଗ ରହୁଛି, ଯାହାକି ଦିନକି ଆହୁରି ସ୍ବତନ୍ତ୍ର କରାଇବ ।"

New Parliament building inaugurated

ତେବେ ସୂଚନା ଅନୁସାରେ, ସଂସଦ ଭବନର ଶିଳାନ୍ୟାସରେ ମଧ୍ୟ ଭଲ ବେଳାରେ ହୋଇଥିବା ନେଇ ପଣ୍ଡିତ ଋଷି ଦ୍ବିବେଦୀ କହିଛନ୍ତି । 2020 ମସିହା ଡିସେମ୍ବର 10 ତାରିଖରେ ଏହାର ଶିଳାନ୍ୟାସ କରାଯାଇଥିଲା । ପ୍ରାୟ ପାଖାପାଖି 2 ବର୍ଷ ପରେ ଆଜି ଉଦଘାଟନ କରାଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଜିର ଦିନରେ ବହୁତ ଶୁଭ ଯୋଗ ରହିଛି । ଆଜି ୟାଇଜ୍ୟ ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ ଏବଂ ରବି ଯୋଗ ରହୁଛି । ଆଜି ଏହି 3 ଶୁଭ ଯୋଗ ରହୁଛି, ଫଳରେ ଆଜିର ଦିନର ସ୍ବତନ୍ତ୍ରତା ଅଧିକ ରହିବ । ତେବେ ଏହି 3 ଯୋଗର ମିଳନରେ ସଂସଦ ଭବନର ଉଦଘାଟନ ଦେଶକୁ ନୂଆ ଉର୍ଜା ପ୍ରଦାନ କରିଲା ଭଳି ହେବ ଏବଂ ବୈଶିକ ସ୍ତରରେ ଭାରତକୁ ଆଗକୁ ଆଣିବ ନେଇ ପଣ୍ଡିତ ମତପ୍ରକାଶ କରିଛନ୍ତି ।

ଆଜି ଗୋଟିଏ ଦିନରେ ଏଭଳି ସଂଯୋଗ ହେଉଥିବାରୁ ଦିନର ମହତ୍ତ୍ବ ଅଧିକ ରହିଛି । ଏଭଳି ସ୍ଥିତିରେ ସଂସଦ ଭବନର ଉଦଘାଟନ ଏକ ପ୍ରକାର ସଂଯୋଗ ମାତ୍ର । ଆଗକୁ ଯେଉଁ ଆଇନ ପ୍ରଣୟଣ କରାଯିବ ତାହା ଭାରତର ସାର୍ବଭୌମତ୍ବକୁ ବୃଦ୍ଧି କରାଇବା ଏହଂ ବିଶ୍ବକୁ ଆଗକୁ ନେବାରେ ସହାୟକ ହେବ । ପଣ୍ଡିତ ଋଷି ଦ୍ବିବେଦୀଙ୍କ କହିବା ଅନୁଯାୟୀ, ସଂସଦ ଭବନର ଶିଳାନ୍ୟାସ 10 ଡିସେମ୍ବର 2020ରେ ହୋଇଥଲା । ସେହିଦିନ ମଧ୍ୟ ଏକ ସୁନ୍ଦର ଅଦ୍ଭୁତ ଯୋଗ ରହିଥିଲା । ଏହାର ପ୍ରଭାବ ସଂସଦ ଗୃହ ନିର୍ମାଣରେ ଦେଖାଗଲା, ଯାହା 2 ବର୍ଷରେ ସୁରୁଖୁରୁରେ ଶେଷ ହୋଇଥିଲା ।

ଅନ୍ୟପକ୍ଷରେ, ମଇ 28, 2023 ତାରିଖ 12ଟା ସମୟରେ ଅର୍ଥାତ ଆଜିର ଦିନରେ ପୂର୍ବ ଫାଲଗୁନି ନକ୍ଷେତ୍ର ସିଂହ ରାଶିରେ ଚନ୍ଦ୍ରମା ରହିବେ ଏବଂ ଆଜି ସିଂହ ଲଗ୍ନ ମଧ୍ୟ ରହିବେ । ସୂର୍ଯ୍ୟ ଦଶମ ଘରରେ ରହିବେ । ଅନ୍ୟପଟେ ଭାଗ୍ୟ ଭାବରେ ବୃହସ୍ପତି ଏବଂ ଲଗ୍ନରେ ଚନ୍ଦ୍ର କାଳରେ ଆଜି ସଂସଦ ଭବନର ଉଦଘାଟନ ହୋଇଛି । ଯାହା ଅତ୍ୟନ୍ତ ସ୍ବତନ୍ତ୍ର ହେବ ବୋଲି ଆଶା କରାଯାଉଛି । ପଣ୍ତିତଙ୍କ କହିବା ଅନୁସାରେ, ଆଜି ଆକାଶ ମଣ୍ଡଳରେ ଏହି ଶୁଭ ମୂହୁର୍ତ୍ତରେ ବୃହସ୍ପତି ଏବଂ ଚନ୍ଦ୍ରମାର ନବ ପଞ୍ଚକ ଯୋଗ ଅର୍ଥାତ ଗଜକେଶରୀ ଯୋଗ ହେବ । ସୂର୍ଯ୍ୟ ଦଶମ ଗୃହରେ ରହି ସଂସଦ ଗୃହକୁ ବିଶେଷ ଶକ୍ତି ପ୍ରଦାନ କରିବେ । ଯଦି ସମସ୍ତଙ୍କୁ ଏକାଠି ଦେଖାଯାଏ, ଏହି ଦିନ ଆକାଶମଣ୍ଡଳରେ ଅନେକ ପ୍ରକାରର ସୁନ୍ଦର ଯୋଗ ସୃଷ୍ଟି ହେବ । ଯାହା ଅତ୍ୟନ୍ତ ସ୍ୱତନ୍ତ୍ର ହେବ । ଏଭଳି ସମୟରେ ସଂସଦ ଭବନର ଉଦଘାଟନ ଦେଶକୁ ଅଗ୍ରଣୀ କ୍ଷେତ୍ରରେ ସହାୟକ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 28, 2023, 12:26 PM IST

ABOUT THE AUTHOR

...view details