ପୁରୀ :ପୁରୀ ଟାଉନ ଥାନା ଅଞ୍ଚଳରେ 5 ବର୍ଷୀୟ ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣା । ଅଭିଯୁକ୍ତ ମହେଶ ମହାନ୍ତିକୁ ଗିରଫ କଲା ପୋଲିସ । ପୁରୀ ଭୁବନେଶ୍ୱର ସୀମାନ୍ତ ଅଞ୍ଚଳରୁ ପୋଲିସ ଅଭିଯୁକ୍ତକୁ ଗିରଫ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ SP କେ. ବିଶାଳ ସିଂ । ଏହି ଘଟଣାକୁ ନେଇ 20 ଦିନ ମଧ୍ୟରେ ଚାର୍ଜ ସିଟ ଦାଖଲ କରାଯିବ । ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଯେଭଳି କୋର୍ଟ ନେଇ ପାରିବେ, ତାହା ପୋଲିସର ପ୍ରାଥମିକ କାର୍ଯ୍ୟ ହେବ ବୋଲି ପୁରୀ ଏସପି କହିଛନ୍ତି ।
ଅଭିଯୁକ୍ତ ମହେଶ ଜଣେ ଗାଡି ଡ୍ରାଇଭର ହୋଇଥିବାବେଳେ ସେ ଅଧିକାଂଶ ବେଳେ ନିଶା ସେବନ କରିଥାଏ । ପୂର୍ବରୁ ତା ନାଁରେ ମଧ୍ୟ କିଛି ମାମଲା ଥାନାରେ ରହିଛି । ଆଇନ ଅନୁଯାୟୀ ସମସ୍ତ କାର୍ଯ୍ୟ ଶେଷ ପରେ ତାକୁ କୋର୍ଟ ଚାଲାଣ କରାଯିବ । ସେହିପରି ସରକାରଙ୍କ ନିୟମ ଅନୁଯାୟୀ ପୀଡିତାଙ୍କୁ ଯେଭଳି ଆର୍ଥିକ ସାହାଯ୍ୟ ମିଳିପାରିବ, ସେ ନେଇ ପୋଲିସ ପକ୍ଷରୁ ସମସ୍ତ ଉଦ୍ୟମ ହେଉଥିବା କହିଛନ୍ତି ପୁରୀ SP ।