ଓଡିଶା

odisha

ହ୍ଵାଟ୍ସଆପରେ ସଫଳ ହେଲା ଇ-ଶିକ୍ଷା, ରାଜ୍ୟରେ ମେ ୪ରୁ କାର୍ଯ୍ୟକାରୀ

By

Published : Apr 30, 2020, 3:03 PM IST

ହ୍ବାଟ୍ସଅପ ମାଧ୍ୟମରେ ହେବ ପାଠପଢା । ସରକାର ସୋସିଆଲ ମିଡିଆ ହ୍ବାଟ୍ସଆପ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମେ ପରୀକ୍ଷାମୂଳକ ଭାବରେ ଲାଗୁ ହୋଇଥିଲା । ଏହା ସଫଳ ହେବାପରେ ଆସନ୍ତା ୪ ତାରିଖରୁ ସାରା ରାଜ୍ୟରେ ଇ ଶିକ୍ଷା କାର୍ଯ୍ୟକାରୀ ପାଇଁ ଶିକ୍ଷା ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

whatsapp education programme started in all over odisha in may first week
ସଫଳ ହେଲା ହ୍ଵାଟ୍ସଆପରେ ଇ ଶିକ୍ଷା, ମେ ୪ ରୁ କାର୍ଯ୍ୟକାରୀ ହେବ ସାରା ରାଜ୍ୟରେ

ଭୁବନେଶ୍ବର:ସବୁ ପରୀକ୍ଷା ନିରୀକ୍ଷା ସରିଲା । ସଫଳ ବି ହେଲା । ଏବେ ସାରା ରାଜ୍ୟରେ ଚାଲିବ ହ୍ଵାଟ୍ସଆପ ମାଧ୍ୟମରେ ପାଠପଢ଼ା । ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମେ ଏହା ପରୀକ୍ଷାମୂଳକ ଭାବରେ ଲାଗୁ ହୋଇଥିଲା ।

ସଫଳ ହେଲା ହ୍ଵାଟ୍ସଆପରେ ଇ ଶିକ୍ଷା, ମେ ୪ ରୁ କାର୍ଯ୍ୟକାରୀ ହେବ ସାରା ରାଜ୍ୟରେ

ମହାମାରୀ କୋରୋନା ଯୋଗୁଁ ସମ୍ପୂର୍ଣ୍ଣ ଭାବରେ ଠପ ହୋଇଥିବା ଶିକ୍ଷା ବିଭାଗକୁ ସକ୍ରିୟ କରିବା ପାଇଁ ଗତ ଏପ୍ରିଲ ୧୯ରୁ ଭୁବନେଶ୍ବର ସମେତ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସଂଯୋଗ ଆରମ୍ଭ କରାଯାଇଥିଲା । ଜିଲ୍ଲାରେ ଦ୍ବିତୀୟ ଶ୍ରେଣୀରୁ ୧୦ମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ହ୍ବାଟ୍ସଆପ ମାଧ୍ୟମରେ ଇ-ଶିକ୍ଷା ଯୋଗାଇବା ପଦକ୍ଷେପ ସଫଳ ହୋଇଛି । ଏବେ ଆସନ୍ତା ୪ ତାରିଖରୁ ସାରା ରାଜ୍ୟରେ ଶିକ୍ଷା ସଂଯୋଗ ମାଧ୍ୟମରେ ଏହି ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଓଡିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

ସଫଳ ହେଲା ହ୍ଵାଟ୍ସଆପରେ ଇ ଶିକ୍ଷା, ମେ ୪ ରୁ କାର୍ଯ୍ୟକାରୀ ହେବ ସାରା ରାଜ୍ୟରେ

ଶିକ୍ଷା ସଂଯୋଗ ଦ୍ବାରା ହ୍ବାଟ୍ସଆପ୍ ଗ୍ରୁପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ବିଷୟର ଗୋଟିଏ ଅଧ୍ୟାୟକୁ ପିଡିଏଫ ଫାଇଲ ଭାବେ ପ୍ରଦାନ କରାଯିବ । ପ୍ରତିଦିନ ୪୫ ମିନିଟ୍‌ରୁ ୧ ଘଣ୍ଟା ଅବଧିରେ ୪ଟି କ୍ଲାସ ରହିବ। ଏହି ପ୍ରୋଗ୍ରାମ୍ ଆସନ୍ତା ଜୁନ୍ ୧୩ ତାରିଖ ଯାଏଁ ମୋଟ୍ ଛଅ ସପ୍ତାହ ପର୍ଯ୍ୟନ୍ତ ଚାଲିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ABOUT THE AUTHOR

...view details