ଓଡିଶା

odisha

୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଯୁବ ଓକିଲ ଗିରଫ

By

Published : Dec 30, 2020, 7:24 AM IST

ସଇତାନ ସାଜିଲେ ଯୁବ ଓକିଲ । ଆଇନ କାନୁନ ଜାଣିବି ଭୁଲିଗଲେ ନିୟମ । ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଯୁବ ଓକିଲ ଗିରଫ ।

୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଯୁବ ଓକିଲ ଗିରଫ
୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଯୁବ ଓକିଲ ଗିରଫ

ଭୁବନେଶ୍ବର:ସଇତାନ ସାଜିଲେ ଯୁବ ଓକିଲ । ଆଇନ କାନୁନ ଜାଣିବି ଭୁଲିଗଲେ ନିୟମ । ଭୁବନେଶ୍ବର ବାରର ଜଣେ ଯୁବ ଓକିଲ ରବି ଦାସ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି ।

ଯୁବ ଓକିଲ ଜଣଙ୍କର ଘର ଗଞ୍ଜାମ ବୋଲି ଜଣାପଡିଛି । ସେ ଭୁବନେଶ୍ବର ଓଲଡ ଟାଉନରେ ଏକ ଭଡା ଘରେ ରହୁଥିଲେ । ତେବେ ସୋମବାର ଓକିଲଙ୍କର ପତ୍ନୀ ଘରେ ନଥିବା ବେଳେ ପଡୋଶୀ ଘରର କୁନି ପିଲାଟି ତାଙ୍କ ଘରକୁ ଆସିଥିଲା। ଯାହାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିଲେ ଯୁବ ଓକିଲ । ଏନେଇ ନାବାଳିକାର ମା' ଜାଣିବା ପରେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି ପିସିର ଧାରା ୩୭୬(ଏ-ବି)ରେ, ପୋକ୍ସୋ ଆକ୍ଟ ୬ ରେ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details