ଓଡିଶା

odisha

2000 ବିଏମସି ସଫେଇ କର୍ମୀଚାରୀଙ୍କୁ ସମ୍ମାନିତ

By

Published : Oct 15, 2019, 2:32 AM IST

ଖାରବେଳ ନଗର ଗଜଲଷ୍ମୀ ପୂଜା କମିଟି ଓ ଜୟ ଓଡ଼ିଶା ଅନୁଷ୍ଠାନ ମିଳିତ ଭାବରେ ବିଏମସିର 2000 ସଫେଇ କର୍ମୀଚାରୀଙ୍କୁ ସମ୍ମାନିତ କରିଛନ୍ତି ।

2000 ବିଏମସି ସଫେଇ କର୍ମୀଚାରୀଙ୍କୁ ସମ୍ମାନିତ

ଭୁବନେଶ୍ବର: ସୋମବାର ବିଏମସିର 2000 ସଫେଇ କର୍ମୀଚାରୀଙ୍କୁ ସମ୍ନାନିତ କରିଛି ଖାରବେଳ ନଗର ଗଜଲଷ୍ମୀ ପୂଜା କମିଟି । ଏହି ଅଭିନବ ପ୍ରୟାସକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

2000 ବିଏମସି ସଫେଇ କର୍ମୀଚାରୀଙ୍କୁ ସମ୍ମାନିତ

ପୂଜାରେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ନକରି ଯେଉଁମାନେ ପ୍ରତିଦିନ ସହରକୁ ପରିଷ୍କାର ରଖୁଛନ୍ତି ସେମାନଙ୍କ ପାଇଁ ଏଭଳି ଏକ ପଦକ୍ଷେପ ଦେଖିବାକୁ ମିଳିଥିଲା । ଖାରବେଳ ନଗର ଗଜଲଷ୍ମୀ ପୂଜା କମିଟି ଓ ଜୟ ଓଡ଼ିଶା ଅନୁଷ୍ଠାନ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନ କରିଥିଲେ । ଏହାସହ ମହିଳାଙ୍କୁ ଶାଢୀ ଓ ପୁରୁଷଙ୍କୁ କୁର୍ତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details