ନୂଆଦିଲ୍ଲୀ:କୋରୋନା କାଳର ପ୍ରଥମ ବଜେଟ ପାଇଁ ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି । ଶୁକ୍ରବାର ଠାରୁ ସଂସଦରେ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି । ଏଥିରେ ରାଷ୍ଟ୍ରପତି ମୋଦି ସରକାରଙ୍କ ଜନହିତକର ଯୋଜନାକୁ ସମ୍ପର୍କରେ କହିବା ସହ ତାର ଉପଲବ୍ଧିକୁ ବଖାଣିଛନ୍ତି ।
ରାଷ୍ଟ୍ରପତିଙ୍କ ଅଭିଭାଷଣ:
- କୋରୋନା ସଙ୍କଟ କାଳରେ ହେଉଥିବା ଏହି ଅଧିବେଶକୁ ଗୁରୁତ୍ବପୂର୍ଣ୍ଣ କହିଛନ୍ତି ରାଷ୍ଟ୍ରପତି । ନୂଆ ବର୍ଷ ବି ଆଉ ନୂଆ ଦଶକ ମଧ୍ୟ । ଏଣୁ ଏଭଳି ସମୟରେ ହେଉଥିବା ଏହି ମିଳିତ ଅଧିବେଶନ ଅତ୍ୟନ୍ତ ଜରୁରୀ ।
- ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାକୁ ଦର୍ଶାଇ କୋବିନ୍ଦ କହିଛନ୍ତି କି ପିପିଇ କିଟ୍ ଠାରୁ ନେଇ ଟେଷ୍ଟ କିଟ ତିଆରି ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ତିଆରିରେ ଦେଶ ନିଜର ମଜବୁତ ଇକୋ ସିଷ୍ଟମର ପରିଚୟ ଦେଇଛି । ଭାରତ ମାନବ ସମାଜ ପ୍ରତି ନିଜର ଦାୟିତ୍ବକୁ ନିର୍ବାହ କରି ଅନେକ ଦେଶକୁ ଭ୍ୟାକ୍ସିନ ମୁହାଁ କରିଛି ।
- ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ 8 ମାସ ପର୍ଯ୍ୟନ୍ତ 80 କୋଟି ଲୋକଙ୍କୁ ପ୍ରତି ମାସରେ 5 କିଲୋ ଅତିରିକ୍ତ ଖାଦ୍ୟଶସ୍ୟ ନିଶୁଳ୍କ ସୁନିଶ୍ଚିତ କରାଯାଇଛି । ପ୍ରାୟ 31 ହଜାର କୋଟି ଗରିବ ମହିଳାଙ୍କ ଜନଧନ ଖାତାକୁ ସିଧା ଟ୍ରାନ୍ସଫର ହୋଇଛି ।
- ଆମ ପାଇଁ ଗର୍ବର ବିଷୟ କି ଆଜି ଭାରତ ଦୁନିଆର ସବୁଠୁ ବଡ ଟୀକାକରଣ ଅଭିଯାନ ଚଲାଇଛି । ଏହି କାର୍ଯ୍ୟକ୍ରମର ଉଭୟ ଭ୍ୟାକ୍ସିନ ଭାରତରେ ନିର୍ମିତ । ସଙ୍କଟ ସମୟରେ ଭାରତର ମାନବ ସମାଜ ପ୍ରତି ଦାୟିତ୍ବବାନ ଅଛି ।
- କୃଷକଙ୍କ ହିତ ପାଇଁ ସରକାର ଚିନ୍ତିତ
- ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି କି, କୃଷକଙ୍କ ହିତ ପାଇଁ ସରକାର ଗମ୍ଭୀର ଅଛନ୍ତି । ମୋ ସରକାର ସ୍ବାମୀନାଥ ଆୟୋଗର ସୁପାରିଶ ଲାଗୁ କରି ବ୍ୟୟ ତୁଳନାରେ ଦେଢ ଗୁଣା ଏମଏସପି ଦେବାକୁ ନିଷ୍ପତ୍ତି କରିଥିଲା । ମୋ ସରକାର ଆଜି କେବଳ ଏମଏସପିରେ ରେକର୍ଡ ପରିମାଣର କ୍ରୟ କରିଛି, ବରଂ କ୍ରୟ କେନ୍ଦ୍ରର ସଂଖ୍ୟାକୁ ମଧ୍ୟ ବଢାଉଛି । ସରକାର ଗତ 6 ବର୍ଷରେ ମଞ୍ଜି ଠାରୁ ବଜାର ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାରେ ସକରାତ୍ମକ ପରିବର୍ତ୍ତନ ପାଇଁ ପ୍ରୟାସ କରିଛନ୍ତି । ଯେପରି ଭାରତୀୟ କୃଷି ଆଧୁନିକ ହେବା ସହ କୃଷିର ବିସ୍ତାର ମଧ୍ୟ ହେବ ।
- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ମଧ୍ୟ ଦେଶର ଛୋଟ କୃଷକଙ୍କୁ ହୋଇଛି । ଏହି ଯୋଜନା ଅଧିନରେ ଗତ 5 ବର୍ଷରେ କୃଷକଙ୍କୁ 17 ହଜାର କୋଟି ଟଙ୍କାର ପ୍ରିମିୟମରେ ପ୍ରାୟ 90 ହଜାର କୋଟି ଟଙ୍କା, କ୍ଷତିପୂରଣ ଆକାରରେ ମିଳିଛି ।
- ଏଥିସହ ସେ କୃଷି ଆଇନକୁ ମଧ୍ୟ ପ୍ରଶଂସା କରିଛନ୍ତି । ବ୍ୟାପକ ବିମର୍ଶ ପରେ ସଂସଦ 7ମାସ ପୂର୍ବରୁ 3 ଗୁରୁତ୍ବପୂର୍ଣ୍ଣ କୃଷି ସଂସ୍କାର ଆଣିଛି । ଆଉ ଏହାର ବଡ ଲାଭ ମଧ୍ୟ 10 କୋଟିରୁ ଅଧିକ କ୍ଷୁଦ୍ର ଚାଷୀଙ୍କୁ ତୁରନ୍ତ ମିଳିବା ଆରମ୍ଭ ହୋଇଛି । ବର୍ତ୍ତମାନ ଏହି ଆଇନର କାର୍ଯ୍ୟକାରିତାକୁ ଦେଶର ସର୍ବୋଚ୍ଚ ନ୍ୟାୟଳୟ ସ୍ଥଗିତ କରିଛନ୍ତି । ଆଉ ମୋ ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ଏହାର ପାଳନ କରିବ । ତେବେ ମୋ ସରକାର ସ୍ପଷ୍ଟ କରିବାକୁ ଚାହେଁ କି 3 କୃଷି ଆଇନ ତିଆରି ପୂର୍ବରୁ, ପୁରୁଣା ବ୍ୟବସ୍ଥା ଅଧିନରେ ଯେଉଁ ଅଧିକାର ତଥା ସୁବିଧା ଥିଲା, ସେଥିରେ କୌଣସି ଅଭାବ ଦେଖାଯିବ ନାହିଁ । ଆହୁରି ଏହି କୃଷି ସୁଧାର ଜରିଆରେ ସରକାର କୃଷକଙ୍କୁ ନୂଆ ସୁବିଧା ଉପଲବ୍ଧ କରିବା ସହ ନୂଆ ଅଧିକାର ମଧ୍ୟ ଦେଇଛନ୍ତି ।
- ଶିକ୍ଷା ନୀତିରେ ପ୍ରଥମଥର ଛାତ୍ରଛାତ୍ରୀଙ୍କୁ ନିଜ ରୁଚି ହିସାବରେ ପଢିବାର ସୁଯୋଗ ଦିଆଯାଇଛି । କୌଣସି କୋର୍ସ ମଧ୍ୟରେ ବି ବିଷୟ ଓ ଷ୍ଟ୍ରିମ ବଦଳିବା ବିକଳ୍ପ ପିଲାଙ୍କୁ ଦିଆଯାଇଛି ।
- ଦେଶର ଗ୍ରାମୀଣ କ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ସରକାର 1 ଟଙ୍କାରେ ସୁବିଧା ସାନିଟାରୀ ନ୍ୟାପକିନ ଦେବା ଯୋଜନା ଚଲାଇଛନ୍ତି ।
- ସରକାର ପ୍ରାୟ 31 ହଜାର କୋଟି ଟଙ୍କା ଗରିବ ମହିଳାଙ୍କ ଜନଧନ ଖାତାକୁ ଟଙ୍କା ଟ୍ରାନ୍ସଫର କରିଛନ୍ତି । ସମଗ୍ର ଦେଶରେ ଉଜ୍ଜଳା ଯୋଜନାର ଲାଭାର୍ଥୀ ଗରିବ ମହିଳାଙ୍କୁ 14 କୋଟିରୁ ଅଧିକ ମାଗଣା ଗ୍ୟାସ ସିଲିଣ୍ଡର ମଧ୍ୟ ମିଳିଛି ।
- LAC ଉପରେ ଭାରତର ସାର୍ବଭୌମତ୍ୱ ରକ୍ଷା ପାଇଁ ଅତିରିକ୍ତ ସୈନ୍ୟବଳ ନିୟୋଜିତ କରାଯାଇଛି । ସେନା ଶତ୍ରୁଙ୍କୁ ଉପଯୁକ୍ତ ଜବାବ ଦେଉଛି ।
- ଗତ ବର୍ଷ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଥିଲେ ମଧ୍ୟ ସରକାର କୋରୋନା ଟିକା ସଞ୍ଜୀବନୀ ସହ ଅର୍ଥନୀତିକୁ ସୁଧାରିବାକୁ ଚେଷ୍ଟା କରିଛନ୍ତି । ଭାରତ କୋରୋନା ଅବଧି ସମୟରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନ ରକ୍ଷା କରୁଥିବାବେଳେ ଅର୍ଥନୀତିର କ୍ଷତିରୁ ଦେଶ ପୁନରୁଦ୍ଧାର କରୁଛି । ଏପରିକି ଏହି କଷ୍ଟଦାୟକ ସମୟରେ ମଧ୍ୟ ବିଶ୍ୱ ନିବେଶକମାନଙ୍କ ପାଇଁ ଭାରତ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବରେ ଉଭା ହୋଇଛି ।