ମେଷ: ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ। ଯେତେବେଳ ପର୍ଯ୍ୟନ୍ତ ଜଣେ ସ୍ତ୍ରୀ ଆପଣଙ୍କ ଜୀବନ ମଧ୍ୟରେ ଆପଣଙ୍କୁ ବୁଝିଛି ଏବଂ ଉତ୍ସାହିତ କରୁଛି, ତା ପାଇଁ ସବୁକିଛି ଆଜି ତ୍ୟାଗ କରିବା ଉଚିତ । ପାରିବାରିକ ତଥା ଘର ବିଷୟରେ ଆଲୋଚନା ମଙ୍ଗଳମୟ ହେବ । ଶିବ ଦର୍ଶନ କରନ୍ତୁ ।
ବୃଷ: ଆଜି ଦିନଟି ପର୍ଯ୍ୟଟନ ପାଇଁ ଏକ ଶୁଭ ଦିନ ଅଟେ । ବହୁତ ଦୂର ସ୍ଥାନକୁ କିମ୍ୱା ଧାର୍ମିକ ସ୍ଥାନକୁ ନିଜର ଯାତ୍ରା ଆରମ୍ଭ କରିପାରନ୍ତି । ଆପଣ ନିଜର ଦରକାରୀ ଜିନିଷକୁ ବ୍ୟାଗରେ ପୁରାଇ ଯାତ୍ରା ପାଇଁ ପ୍ରସ୍ତୁତ ହେବେ । ଯେ କୌଣସି ନୂତନ ଦୁଃସାହାସିକ କାର୍ଯ୍ୟରେ ଶୁଭାରମ୍ଭ କରିବେ । ପ୍ରଚୁର ଅର୍ଥ ଉପାର୍ଜନ କରିବାର ସୁଯୋଗ ପାଇବେ । ଧାର୍ମୀକ ସ୍ଥାନ ପରିଭ୍ରମଣରୁ ଫେରି କିଛି ନୂତନ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ । ବିଦେଶରେ ଥିବା ପ୍ରିୟଜନଙ୍କ ଠାରୁ ଶୁଭ ସମ୍ୱାଦ ପାଇବେ । ସାଧାରଣ ମୁଣ୍ଡବ୍ୟଥା ଓ ସର୍ଦ୍ଧି ଯୋଗୁଁ ଆପଣ କଷ୍ଟ ପାଇପାରନ୍ତି ।
ମିଥୁନ: ଆଜି ସେମିତି କିଛି ଅଦ୍ଭୁତ ଓ ଅପ୍ରୀତିକର ଘଟଣା ଘଟିପାରେ । ସତର୍କତା ଅବଲମ୍ୱନ କରିବାକୁ ଉପଦେଶ ଦିଆଯାଉଛି । କଟା ଘାରେ ଲୁଣ ଛିଞ୍ଚିବା ସଦୃଶ ଏହା ଆପଣଙ୍କୁ ଶକ୍ତ ଆଘାତ ଦେଇପାରେ । ତେଣୁ ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଲଗିରହିବ । ହତୋତ୍ସାହିତ ହୁଅନ୍ତୁ ନାହିଁ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ନିଜ ମନର ଶାନ୍ତିକୁ ବ୍ୟାହତ ରଖିବାକୁ ହେଲେ ଧ୍ୟାନ ଓ ଯୋଗ କରିବା ପ୍ରୟୋଜନ ଅଟେ ।
କର୍କଟ: ଆଜି ଆପଣ ନିଜର ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ କାଟିବେ । ଅର୍ଥ ପ୍ରାପ୍ତି ଯୋଗ ଅଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ ଏବଂ ସହକର୍ମୀଙ୍କ ଦ୍ୱାରା ଉପକୃତ ହେବେ । ପ୍ରିୟଜନଙ୍କ ସହ ଦୂରସ୍ଥାନ ଭ୍ରମଣରେ ଯାଇ ମୌଜ ମଜଲିସ କରିବେ ଏବଂ ଏହି ସ୍ମୃତି ବହୁଦିନ ପାଇଁ ମନେ ରହିବ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ ।
ସିଂହ: ଆଜି ଦିନଟି ଆଦୌ ଶୁଭଙ୍କର ନୁହେଁ । ବହୁ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରିବ । ନିଜକୁ ଦୃଢ ଓ ସ୍ଥିର ରଖନ୍ତୁ । ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ ମଧ୍ୟ ଭାଙ୍ଗି ପଡନ୍ତୁନି । ଅଫିସରେ ମଧ୍ୟ ଆପଣ ନିଜ କାର୍ଯ୍ୟକୁ ମନଯୋଗ ସହକାରେ ସମ୍ପୁର୍ଣ୍ଣ କରିପାରିବେନି । ସହକର୍ମୀଙ୍କ ସହଯୋଗ ମିଳିବନି । ସେମାନେ ସମାଲୋଚନା କରିପାରନ୍ତି ।
କନ୍ୟା:ଆଜିର ଦିନଟି ବିଦ୍ୟାର୍ଥୀଙ୍କ ପାଇଁ ଏକ କଷ୍ଟପ୍ରଦ ଦିବସ ଅଟେ । ନିଜ ସନ୍ତାନଙ୍କର ଅଳି ଅର୍ଦ୍ଦଳି ଯୋଗୁଁ ଆପଣ ନିଜର କାର୍ଯ୍ୟରେ ମନୋନିବେଶ କରିପାରିବେନି । ଅର୍ଥ ବିନିଯୋଗ କରିବା ପାଇଁ ଦିନଟି ଶୁଭ ନୁହେଁ । ଆଜି କୌଣସି ସଭା ସମିତିରେ ବା କୌଣସି ଆଲୋଚନାରେ ଭାଗ ନେବାକୁ ବାରଣ କରାଯାଇଛି ।