ଓଡିଶା

odisha

Uttarakhand Election 2022: ବିଜେପିରେ ଯୋଗ ଦେଲେ CDS ବିପିନ ରାୱତଙ୍କ ଭାଇ

By

Published : Jan 19, 2022, 7:53 PM IST

ବୁଧବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ଉପସ୍ଥିତିରେ କର୍ଣ୍ଣେଲ ବିଜୟ ରାୱତ ବିଜେପିରେ ସାମିଲ ହୋଇଛନ୍ତି। ଆଗାମୀ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ କରିପାରେ । ଅଧିକ ପଢନ୍ତୁ

Uttarakhand Election 2022 : ବିଜେପିରେ ଯୋଗ ଦେଲେ ସିଡିଏସ ବିପିନ ରାୱତଙ୍କ ଭାଇ
Uttarakhand Election 2022 : ବିଜେପିରେ ଯୋଗ ଦେଲେ ସିଡିଏସ ବିପିନ ରାୱତଙ୍କ ଭାଇ

ନୂଆଦିଲ୍ଲୀ: ବିଜେପିରେ ଯୋଗଦେଲେ ସ୍ବର୍ଗତ ସିଡିଏସ ଜେନରାଲ ବିପିନ ରାୱତଙ୍କ ସାନ ଭାଇ କର୍ଣ୍ଣେଲ ବିଜୟ ରାୱତ । ବୁଧବାର ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ଉପସ୍ଥିତିରେ କର୍ଣ୍ଣେଲ ବିଜୟ ରାୱତ ବିଜେପିରେ ସାମିଲ ହୋଇଛନ୍ତି। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପ୍ରକାଶ ପାଇଛି।

ସେନାବାହିନୀର କର୍ଣ୍ଣେଲ ଭାବରେ ଅବସର ନେଇଥିବା ବିଜୟ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏବଂ ରାଜ୍ୟସଭା ସାଂସଦ ଅନୀଲ ବାଲୁନିଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ସେ ହେଉଛନ୍ତି ସ୍ବର୍ଗତ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସାନ ଭାଇ। ସେହିପରି ବିଜେପି ସାମିଲ ହେବା ନେଇ କର୍ଣ୍ଣେଲ ବିଜୟ ରାୱତ କହିଛନ୍ତି ଯେ ତାଙ୍କ ପିତା ଜଣେ ପୂର୍ବତନ ସେନା ଅଧିକାରୀ ଥିଲେ ସେ ମଧ୍ୟ ବିଜେପି ସହ ଜଡିତ ଥିଲେ। ବିଜେପି ଦଳ ପାଇଁ କାମ କରିବା ପାଇଁ ଖୁସି ବ୍ୟକ୍ତ କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ବରେ କାର୍ଯ୍ୟ କରିବା ଇଚ୍ଛା ରହିଛି ବୋଲି କହିଛନ୍ତି ।

ଜାତୀୟତାବାଦୀ ଭାବନାରୁ ବିଜେପି ଅନୁପ୍ରାଣିତ ଏବଂ ସୁରକ୍ଷା କର୍ମୀଙ୍କ କଲ୍ୟାଣ ପାଇଁ ସର୍ବଦା କାର୍ଯ୍ୟ କରିଆସୁଛି ବୋଲି କହିଛନ୍ତି। ରାୱତଙ୍କ ପରିବାରର ତିନି ପିଢୀ ସେନାରେ ଯୋଗଦେଇଛନ୍ତି । ସୂଚନାଥାଉକି ଗତ ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁରରେ ଚପର ଦୁର୍ଘଟଣା ହୋଇଥିଲା । ଏଥିରେ ସିଡିଏସ ଜେନରାଲ ରାୱତଙ୍କ ସମେତ ୧୪ ଜଣ ପ୍ରାଣ ହରାଇଥିଲେ।

@ANI

ABOUT THE AUTHOR

...view details