ଓଡିଶା

odisha

Illegal Mining in Jharkhand: କୋଲକାତା ପୋଲିସ ଅଧକାରୀଙ୍କୁ ଜେରା କରିବ CBI

By

Published : Dec 10, 2022, 10:46 PM IST

ଝାଡଖଣ୍ଡ ହାଇକୋର୍ଟ ଓକିଲ ରାଜୀବ କୁମାର କ୍ୟାସ ଦୁର୍ନୀତି ମାମଲାରେ କୋଲକାତା ପୋଲିସ ଅଧକାରୀଙ୍କୁ ଜେରା କରିବ CBI । ପୂର୍ବରୁ ଜେରା ହୋଇସାରିଛନ୍ତି କୋଲକାତାର ବ୍ୟବସାୟୀ ଅମିତ ଅଗ୍ରୱାଲ ଏବଂ ଗିରଫ ହୋଇ ଜାମିନରେ ଆସିଥିବା ଓକିଲ ରାଜୀବ କୁମାର । ଅଧିକ ପଢନ୍ତୁ

କୋଲକାତା ପୋଲିସ ଅଧକାରୀଙ୍କୁ ଜେରା କରିବ CBI
କୋଲକାତା ପୋଲିସ ଅଧକାରୀଙ୍କୁ ଜେରା କରିବ CBI

ହାଇଦ୍ରାବାଦ: ଝାଡଖଣ୍ଡ ହାଇକୋର୍ଟର ବରିଷ୍ଠ ଓକିଲ ରାଜୀବ କୁମାର କ୍ୟାସ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଏବେ ସିବିଆଇ ଟିମ୍ ପଶ୍ଚିମବଙ୍ଗ ମୁହାଁ ହେବାକୁ ଯାଉଛି । ଏହି ମାମଲାରେ ସିବିଆଇ ଆଡଭୋକେଟ ରାଜୀବ କୁମାରଙ୍କୁ ଗିରଫ କରିଥିବା ହେରେ ଷ୍ଟ୍ରିଟ ପୋଲିସ ଷ୍ଟେସନର ପୋଲିସ ଅଧିକାରୀଙ୍କୁ ଜେରା କରିବା ସହ ମାମଲା ରୁଜୁ ଓ ଗିରଫଦାରୀ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବ । ଏହା ପୂର୍ବରୁ ରାଞ୍ଚି ଜେଲରେ ରହୁଥିବା ତଥା ପ୍ରଥମେ ଅଭିଯୋଗ କରିଥିବା କୋଲକାତାର ବ୍ୟବସାୟୀ ଅମିତ ଅଗ୍ରୱାଲ ଏବଂ ଅଭିଯୋଗ ଆଧାରରେ ଗିରଫ ହୋଇ ଜାମିନରେ ଆସିଥିବା ଅଭିଯୁକ୍ତ ଓକିଲ ରାଜୀବ କୁମାରଙ୍କୁ ପଚରାଉଚରା କରିସାରିଛି ।

କ୍ୟାସ କାଣ୍ଡ ସହ ଜଡିତ ପ୍ରସଙ୍ଗରେ ରାଞ୍ଚିରେ ତଦନ୍ତ ପ୍ରକ୍ରିୟା ଶେଷ କରିବା ପରେ ସିବିଆଇ ଟିମ୍ ବର୍ତ୍ତମାନ ପଶ୍ଚିମବଙ୍ଗ ଯିବା ନେଇ ସୂଚନା ମିଳିଛି । ଓକିଲ ରାଜୀବ କୁମାରଙ୍କ ଗିରଫ ମାମଲାରେ ସିବିଆଇ ଟିମ୍ ଅଭିଯୋଗକାରୀ ଅମିତ ଅଗ୍ରୱାଲଙ୍କ ଘନିଷ୍ଠ ସହଯୋଗୀ ସୋନୁ ଅଗ୍ରୱାଲଙ୍କୁ ମଧ୍ୟ ପଚରାଉଚରା କରିବ । ସିବିଆଇ ଏବେ ସୁଦ୍ଧା ରାଞ୍ଚି ଜେଲରେ ରହୁଥିବା ବ୍ୟବସାୟୀ ଅମିତ ଅଗ୍ରୱାଲ ଓ ଅଭିଯୁକ୍ତ ରାଜୀବ କୁମାରଙ୍କୁ ଏକାଧିକ ଘଣ୍ଟା ଜେରା କରିସାରିଛି ।

ପଚରାଉଚରା ବେଳେ ରାଜୀବ କୁମାର ସିବିଆଇକୁ ବିସ୍ଫୋରକ ତଥ୍ୟ ଦେଇଥିଲେ । ଆଇନଜୀବୀ ରାଜୀବ କହିଥିଲେ ଯେ ଅମିତ ଅଗ୍ରୱାଲଙ୍କ ତାଙ୍କ ବନ୍ଧୁ ସୋନୁ ଅଗ୍ରୱାଲ ଏହି କାଣ୍ଡରେ ମଧ୍ୟସ୍ଥତା କରିଥିଲେ । ଏଥି ସହିତ କୋଲକାତାର ହେରେ ଷ୍ଟ୍ରିଟ ପୋଲିସ ଷ୍ଟେସନରେ କେଉଁ ପରିସ୍ଥିତିରେ ମାମଲା ରୁଜୁ ହୋଇଥିଲା, ସେନେଇ ମଧ୍ୟ ସିବିଆଇ ଅନୁସନ୍ଧାନ କରିବ।

ସୂଚନାଯୋଗ୍ୟ, କ୍ୟାସ କାଣ୍ଡ ମାମଲାରେ ଓକିଲ ରାଜୀବ କୁମାରଙ୍କ ଗିରଫଦାରୀ ପରେ କୋଲକାତା ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କୁ ମଧ୍ୟ ମନିଲଣ୍ଡ୍ରିଂ ମାମଲାରେ ଗିରଫ କରାଯାଇଥିଲା । ଅମିତ ବର୍ତ୍ତମାନ ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ରହିଛନ୍ତି । ଏହି ମାମଲାରେ ଅମିତ ଅଗ୍ରୱାଲ ଏବଂ ରାଜୀବ କୁମାରଙ୍କ ବିରୋଧରେ ଚାର୍ଜସିଟ ମଧ୍ୟ ଦାଖଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details