ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ଯାଚିକାର ଆଜି(ବୁଧବାର) ସୁପ୍ରିମକୋର୍ଟରେ ଶୁଣାଣି ହେବ । ପ୍ରାୟ 59 ଯାଚିକାକୁ ନେଇ ଶୁଣାଣି କରାଯିବ । ମୁଖ୍ୟ ବିଚାରପତି ଏସଏ ବୋବଡେ, ବିଚାରପତି ବିଆର୍ ଗବଇ ଓ ସୂର୍ଯ୍ୟ କାନ୍ତଙ୍କ ମିଳିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।
AIMIMର ଅସାଦ୍ଦୁଦିନ ଓୱେସୀ, TMCର ମହୁଆ ମୋଇତ୍ରା, RJDର ମନୋଜ ଝା, ଜମିୟତ ଉଲେମା-ଇ-ହିନ୍ଦ, ଇଣ୍ଡିଆନ ୟୁନିୟନ ମୁସଲିମ୍ ଲିଗ୍ ନାଗରିକତା ସଂଶୋଧନ ଆଇନ ବିରୋଧରେ ମଧ୍ୟ ଯାଚିକା ଦାଖଲ କରାଯାଇଛି । ଅଧିକାଂଶ ଯାଚିକା ଧର୍ମ ଆଧାରରେ ଶରଣାର୍ଥୀଙ୍କୁ ନାଗରିକତା ଦେବା ବିରୋଧରେ ଦାଖଲ କରାଯାଇଛି । ଏହି ସବୁ ଯାଚିକାର ଶୁଣାଣି ଦିନ 11.30ରେ କରାଯିବ ।