ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ବଣୁଆ ହାତୀ ତାଣ୍ଡବ । ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ମୃତ ଯୁବକ ଜଣଙ୍କ କାଲଟାର ସୋମରା ସମାସୀ । ଗତ ତିନିଦିନ ହେଲା ଘୁରି ବୁଲୁଛି ଏକ ଗୋଠ ଛଡା ଦନ୍ତା ହାତୀ । ଏହି ଗୋଠଛଡ଼ା ହାତୀଟିକୁ ଘଉଡ଼ାଇବା ବେଳେ ସ୍ଥାନୀୟ ଅଞ୍ଚଳର ସୋମରା ସମାସୀ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ଏବଂ ହାତୀର ଆକ୍ରମଣର ଶିକାର ହୋଇଥିଲେ। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଲୋକେ ଘଉଡାଇବା ଫଳରେ ହାତୀଟି ଜଙ୍ଗଲକୁ ଚାଲିଯାଇଥିଲା । ପରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ କାଲ୍ଟା ଡାକ୍ତରଖାନା ଏବଂ ପରେ କୋଇଡ଼ା ସିଏଚସିକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ଏବେ ଆତଙ୍କିତ ସ୍ଥାନୀୟ ଲୋକେ ।
କୋଇଡାରେ ଗୋଠ ଛଡା ହାତୀ ଆତଙ୍କ, ଦନ୍ତା ଆକ୍ରମଣରେ ଯୁବକ ମୃତ
କୋଇଡାରେ ଗୋଠ ଛଡା ହାତୀ ଆତଙ୍କ, ଦନ୍ତା ଆକ୍ରମଣରେ ଯୁବକ ମୃତ (ETV Bharat Odisha)
Published : Jun 13, 2024, 11:13 AM IST