ଓଡିଶା

odisha

ଜୀବନ ନେଲା ଅନଲାଇନ ଗେମ ! ଟଙ୍କା ହରାଇ ଚରମ ନିଷ୍ପତ୍ତି ନେଲେ ଯୁବକ - Youth dies by suicide

By ETV Bharat Odisha Team

Published : May 30, 2024, 10:08 PM IST

Youth dies by suicide
Youth dies by suicide (ETV Bharat Odisha)

ଢ଼େଙ୍କାନାଳ: ଅନଲାଇନ ଗେମ ନେଲା ଜୀବନ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାନ୍ଦା ଫାଣ୍ଡି ଅନ୍ତର୍ଗତ ବାଇଗିଣିଆ ଜଙ୍ଗଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ମୃତ ଯୁବକ ଜଣକ ହେଉଛନ୍ତି ଲୋଧଣୀ ଗ୍ରାମର ଛବିନ୍ଦ୍ର ବେହେରାଙ୍କ ସାନପୁଅ ତୋଫାନ ବେହେରା । ଅନଲାଇନ ଗେମରେ ଲକ୍ଷାଧିକ ଟଙ୍କା ହରାଇ ଜୀବନ ହାରିଥିବା କୁହାଯାଉଛି । ସେ ଗତକାଲି ଠାରୁ ନିଖୋଜ ଥିବା ବେଳେ ପରିବାର ଲୋକ ବହୁତ ଖୋଜିଥିଲେ। ପରେ ଥାନରେ ଅଭିଯୋଗ କରିଥିଲେ l ଗାଁ ନିକଟ ଜଙ୍ଗଲରେ ଏକ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକେ ଆସି ମୃତଦେହକୁ ଚିହ୍ନଟ କରିଥିଲେ । ଅନଲାଇନ ଗେମରେ ଲକ୍ଷାଧିକ ଟଙ୍କା ହରାଇ ଜୀବନ ହାରିଥିବା ନେଇ ତାଙ୍କ ବାପା ଅନୁମାନ କରୁଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details