ଓଡିଶା

odisha

ETV Bharat / snippets

୧୮ ରେ ଖୋଲିବ ସ୍କୁଲ, ମଧ୍ୟାହ୍ନ ଭୋଜନ ପାଇଁ ଆବଶ୍ୟକ ଜିନିଷ ପ୍ରସ୍ତୁତ ଏବଂ ଯାଞ୍ଚ କରିବାକୁ ନିର୍ଦ୍ଦେଶ

୧୮ ରେ ଖୋଲିବ ସ୍କୁଲ, ମଧ୍ୟାହ୍ନ ଭୋଜନ ପାଇଁ ଆବଶ୍ୟକ ଜିନିଷ ପ୍ରସ୍ତୁତ ଏବଂ ଯାଞ୍ଚ କରିବାକୁ ନିର୍ଦ୍ଦେଶ
୧୮ ରେ ଖୋଲିବ ସ୍କୁଲ, ମଧ୍ୟାହ୍ନ ଭୋଜନ ପାଇଁ ଆବଶ୍ୟକ ଜିନିଷ ପ୍ରସ୍ତୁତ ଏବଂ ଯାଞ୍ଚ କରିବାକୁ ନିର୍ଦ୍ଦେଶ (ETV Bharat Odisha)

By ETV Bharat Odisha Team

Published : Jun 14, 2024, 11:14 AM IST

ଭୁବନେଶ୍ୱର:ଆସନ୍ତା ୧୮ରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏନେଇ ଗଣଶିକ୍ଷା ବିଭାଗ ପ୍ରସ୍ତୁତ ରହିଛି । ସ୍କୁଲ ଖୋଲିବାର ପ୍ରଥମ ଦିନରୁ ହିଁ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ସ୍କୁଲ ପରିଚାଳନା କର୍ତ୍ତୃପକ୍ଷ/କେନ୍ଦ୍ରୀୟ ରୋଷେଇ ଏଜେନ୍ସିଗୁଡ଼ିକର ଅପାରଗତା ହେତୁ କୌଣସି ଛାତ୍ରଛାତ୍ରୀ ତାଙ୍କ ଅଧିକାରରୁ ବଞ୍ଚିତ ହେବେ ନାହିଁ । ତେଣୁ ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯିବ। ଏନେଇ ଏକ ସୁରକ୍ଷିତ MDM ନିଶ୍ଚିତ କରିବାକୁ ବିସ୍ତୃତ ଭାବରେ ନିର୍ଦ୍ଦେଶନାମା ଜାରି କରାଯାଇଛି । ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର, ଗ୍ୟାସ୍ ଚୁଲା ପରି ଆନୁଷଙ୍ଗିକ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

...view details