ଓଡିଶା

odisha

ETV Bharat / snippets

ଦନ୍ତାହାତୀର ମୃତ୍ୟୁ, ସପ୍ତାହେ ପରେ ଖବର ପାଇଲା ବନବିଭାଗ - Elephant Body Found

By ETV Bharat Odisha Team

Published : May 31, 2024, 9:23 PM IST

ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ
ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ (ETV Bharat Odisha)

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଶେଷ ସୀମାନ୍ତ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ଭୁର୍ଟିଗଡ଼ ବିଟ ସେମେଲପଦର ଗାଁ ନିକଟସ୍ଥ କୁଟିମସ୍କା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହକୁ ଠାବ କରିଛି ବନବିଭାଗ । ହାତୀଟିର ମୃତ୍ୟୁ ସପ୍ତାହେ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କୁ ହାତୀ ମୃତ୍ୟୁ ସମ୍ପର୍କରେ ଏଯାଏଁ ଅନ୍ଧାରରେ ରଖିଛି ବନବିଭାଗ । ହାତୀ-ହାତୀ ମଧ୍ୟରେ ଲଢେଇ ହୋଇ ଦନ୍ତାହାତୀର ମୃତ୍ୟୁ ଘଟିଥିବା ବନବିଭାଗ ସନ୍ଦେହ କରୁଥିବାବେଳେ ଶିକାରୀଙ୍କ ଗୁଳି କିମ୍ବା ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥାଇପାରେ ଵୋଲି ସନ୍ଦେହ କରାଯାଉଛି।

ହାତୀ ମୃତ୍ୟୁ ସମ୍ପର୍କରେ ଖବର ପାଇ ପ୍ରାଣୀ ବିଶେଷଜ୍ଞ ଆସି ବ୍ୟବଚ୍ଛେଦ କରିବା ପରେ ଗାତ ଖୋଳି ହାତୀଟିକୁ ପୋତି ଦେଇଥିବା ଜଣାପଡିଛି । କେଉଁ କାରଣରୁ ହାତୀର ମୃତ୍ୟୁ ହେଲା ସେ ନେଇ ବନବିଭାଗ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details