ଓଡିଶା

odisha

By ETV Bharat Odisha Team

Published : Aug 5, 2024, 9:37 PM IST

ETV Bharat / snippets

ଛୁଆ ହାତୀର ମୃତଦେହ ଠାବ, ଜଣାପଡୁନି ମୃତ୍ୟୁର କାରଣ

baby elephant body
baby elephant body (ETV Bharat Odisha)

ଢେଙ୍କାନାଳ:ବିପଦରେ ଗଜରାଜ । ପୁଣି ଠାବ ହେଲା ହାତୀର ମୃତଦେହ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ରାସୋଳ ସେକ୍ସନ ଅଧିନସ୍ଥ ଆମ୍ବଲୁଣ୍ଡି ଗ୍ରାମରେ ଆଜି ଏକ ହାତୀ ଛୁଆର ମୃତଦେହକୁ ବନ ବିଭାଗ ଠାବ କରିଛି । ମୃତ ହାତୀ ଛୁଆ ଏକ ଅଣ୍ଡିରା ହାତୀ ଓ ତାର ବୟସ ୫ବର୍ଷ ହେବ । ଗତକାଲି ରାତିରେ ହାତୀପଲ ଆମ୍ବଲୁଣ୍ଡି ଗ୍ରାମ ପାର୍ଶ୍ଵ ଧାନ କ୍ଷେତ ଦେଇ ଯାଉଥିଲେ । ମାତ୍ର କୌଣସି କାରଣ ବଶତଃ ହାତୀ ଛୁଆଟି ଅଲଗା ହୋଇ ଯାଇଥିଲା । ଗ୍ରାମର ସୁରକ୍ଷା ପାଇଁ ଲଗାଯାଇଥିବା ସୋଲାର ଫେନ୍ସିଂ ସଂସ୍ପର୍ଶରେ ଆସି ହାତୀଛୁଆର ମୃତ୍ୟୁ ଘଟିଥିବା ଅନୁମାନ ହୋଇଛି । ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀ ଛୁଆର ମୃତଦେହକୁ ଜବତ କରି ତଦନ୍ତ ଚଳାଇଛନ୍ତି ।

ABOUT THE AUTHOR

...view details