ଓଡିଶା

odisha

ETV Bharat / videos

କୁହୁଡି ଚାଦରରେ ଢାଙ୍କି ହୋଇଛି ବୌଦ୍ଧ - BOUDH WINTER

By ETV Bharat Odisha Team

Published : Dec 15, 2024, 3:05 PM IST

Updated : Dec 15, 2024, 5:37 PM IST

ବୌଦ୍ଧ: ହାଡଭଙ୍ଗା ଶୀତର ଲହରୀରେ ଥରୁଛି ସାରା ଜିଲ୍ଲା । ବିଳମ୍ବିତ ସମୟ ପର୍ଯ୍ୟନ୍ତ କୁହୁଡି କବଳିତ କରି ରଖୁଥିବା ବେଳେ ସାଧାରଣ ଲୋକଙ୍କୁ ବିଭିନ୍ନ ଚାହା ଦୋକାନ ଓ ନିଆଁ ପୋଇଁ ହେଉଥିବା ଦେଖିବାକୁ ମିଳିଛି ।

 

ଥରୁଛି ବୌଦ୍ଧ: 

ପ୍ରବଳ ଜାଡରେ ଥରୁଛି ସାରା ଜିଲ୍ଲା । ଥଣ୍ଡା ସହିତ ତାଳ ଦେଇ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘନ କୁହୁଡି ଆଚ୍ଛାଦିତ ହୋଇ ରହୁଛି । ଏହା ଦ୍ବାରା ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଲୋକେ ଶୀତ ଦାଉରୁ ରକ୍ଷା ପାଇବାକୁ ବିଭିନ୍ନ ସ୍ଥାନରେ ନିଆଁ ପୋଇଁ ବସୁଛନ୍ତି । ଏହାଛଡା ବିଭିନ୍ନ ଚାହା ଦୋକାନରେ ମଧ୍ୟ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଜିଲ୍ଲାରେ ଶୀତ ଟିକିଏ ବିଳମ୍ବରେ ପହଞ୍ଚି ଥିବା ବେଳେ ବିଗତ ସପ୍ତାହରୁ ପ୍ରବଳ ଶୀତର ଲହରୀ ଆରମ୍ଭ ହୋଇଛି ।

ଦିନ ଦଶଟା ପର୍ଯ୍ୟନ୍ତ ଘନ କୁହୁଡି: 

ରାତି ସମୟରେ ପାରଦ ପନ୍ଦର ଡିଗ୍ରୀ ତଳକୁ ଖସି ଆସୁଥିବା ବେଳେ ଦିନ ଦଶଟା ପର୍ଯ୍ୟନ୍ତ ଘନ କୁହୁଡି ସବୁବେଳେ ଆଚ୍ଛାଦିତ ହୋଇ ରହୁଛି । ଶୀତୁଆ ସକାଳର ମଜା ନେବାକୁ ତଥା ଶରୀରକୁ ଉଷୁମ ରଖିବାକୁ ଅନେକ ଯୋଗ ବ୍ୟାୟାମ ସହିତ ଖେଳକୁଦ କରୁଛନ୍ତି । ଏହାଛଡା ସ୍ଥାନେ ସ୍ଥାନେ ଲୋକେ ନିଆଁ ଜାଳି ପୋଇଁ ହେଉଥିବା ଦେଖିବାକୁ ମିଳିଛି । ଦିନ ଦଶଟା ପରେ ସୂର୍ଯ୍ୟ ଆଲୋକ ଦେଖାଯାଉଥିବା ବେଳେ ପଥଚାରୀ ତଥା ଗାଡି ମୋଟର ଚଳାଚଳରେ ବ୍ୟାପକ ସମସ୍ୟା ରହୁଛି । ଘନ କୁହୁଡି ଯୋଗୁଁ ଗଛପତ୍ରରେ କାକର ବିନ୍ଦୁ ଜମି ବେଶ୍ ଆକର୍ଷଣୀୟ ଦେଖାଯାଉଥିବା ସହିତ ବିଭିନ୍ନ ରମଣୀୟ ସ୍ଥାନରେ ଲୋକଙ୍କୁ ଦେଖିବାକୁ ମିଳୁଛି । 

ଏହାମଧ୍ୟ ପଢନ୍ତୁ...

ଘନ କୁହୁଡି଼ ପାଇଁ ସତର୍କତା, ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ

ଶୀତଦିନେ କେତେ ଥର ଓ କେଉଁ ସାମ୍ପୂରେ କେଶ ଧୋଇବେ ? ଜାଣନ୍ତୁ ଏକ୍ସପର୍ଟଙ୍କଠାରୁ

ଏହାଛଡା ବିଭିନ୍ନ ଚାହା ଦୋକାନରେ ଗରମ ଚାହାର ଖଟି ଜମୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ପ୍ରବଳ ଥଣ୍ଡା ଯୋଗୁଁ ଗରିବ ଅସହାୟ ମଣିଷ ସହିତ ବୁଲା ଗାଇ କୁକୁର, ପଶୁପକ୍ଷୀ ମାନେ ଗଭୀର ପ୍ରଭାବିତ ହେଉଥିବା ପରିଲକ୍ଷିତ ହୋଇଛି ।

ଇଟିଭି ଭାରତ, ବୌଦ୍ଧ
 

Last Updated : Dec 15, 2024, 5:37 PM IST

ABOUT THE AUTHOR

...view details