ପୁଅ ଅନନ୍ତଙ୍କ ବିବାହରେ ଏହା କରିବାକୁ ଇଚ୍ଛା ପ୍ରକାଶ କଲେ ନୀତା ଅମ୍ବାନି
Published : Mar 1, 2024, 1:57 PM IST
Anant-Radhika Pre Wedding in Jamnagar: ଜାମନଗର: ଗୁଜୁରାଟର ଜାମନଗରରେ ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହ ଆରମ୍ଭ ହୋଇଛି । ଆଜି ଠାରୁ ୩ ଦିନ ଧରି ଏଠାରେ ଏହି ବିବାହ ଉତ୍ସବ ଚାଲିବ । ବର୍ତ୍ତମାନ ଉଭୟଙ୍କ ବିବାହରେ ଦେଶ ବିଦେଶରୁ ଅନେକ ସେଲିବ୍ରିଟି, ଉଦ୍ୟୋଗପତିଠାରୁ ରାଜନେତା ସମସ୍ତେ ଜାମନଗରରେ ପହଞ୍ଚିିଛନ୍ତି । ଏହାରି ମଧ୍ୟରେ ମାଆ ନୀତା ଅମ୍ବାନି ତାଙ୍କ ପୁଅର ବିବାହ ନେଇ ଦୁଇଟି ଇଚ୍ଛା ପ୍ରକାଶ କରିଛନ୍ତି ।
ପ୍ରକାଶିତ ଏକ ଭିଡିଓରେ ନୀତା ଅମ୍ବାନି କହିଛନ୍ତି ଯେ " ମୋ ପୁଅ ଅନନ୍ତ ଅମ୍ବାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଅଛନ୍ତି "। ଏଥିସହ ସେ ତାଙ୍କ ପୁଅର ବିବାହ ପାଇଁ ତାଙ୍କର ଦୁଇଟି ମୁଖ୍ୟ ଇଚ୍ଛା ମଧ୍ୟ ପ୍ରକାଶ କରିଛନ୍ତି । ନୀତା କହିଛନ୍ତି ଯେ " ମୁଁ କଳା ଏବଂ ସଂସ୍କୃତିକୁ ଭଲ ପାଏ ଏବଂ ଏଥିରେ ବହୁତ ଆଗ୍ରହ ରହିଛି "। ଏଥିସହ ସେ ନିଜର ଐତିହ୍ୟକୁ ସମ୍ମାନ ଦେବାକୁ ଜାମନଗରରେ ବିବାହ ଉତ୍ସବ ଆୟୋଜନ କରିବାକୁ ଚାହିଁଛନ୍ତି । " ଜାମନଗରରୁ ହିଁ ତାଙ୍କର ବୃତ୍ତିଗତ କ୍ୟାରିଅର ଆରମ୍ଭ ହୋଇଥିବା ମଧ୍ୟ ସେ କହିଛନ୍ତି ।
ନୀତା ଅମ୍ବାନି କହିଛନ୍ତି, ''ମୁଁ କଳା ଏବଂ ସଂସ୍କୃତି ଦ୍ୱାରା ଅନୁପ୍ରାଣିତ ହୋଇଛି । ଏହା ମୋତେ ଗଭୀର ଭାବରେ ପ୍ରଭାବିତ କରିଛି ଏବଂ ମୁଁ ଏହା ବିଷୟରେ ଅତ୍ୟନ୍ତ ଭାବପ୍ରବଣ ଅଟେ । ଯେତେବେଳେ ମୋର ସାନପୁଅ ଅନନ୍ତଙ୍କ ରାଧିକାଙ୍କ ବିବାହ କଥା ହେଲା, ମୋର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଇଚ୍ଛା ଥିଲା । ସର୍ବପ୍ରଥମେ, ମୁଁ ମୋର ମୂଳକୁ ଉତ୍ସବ ଭାବେ ପାଳନ କରିବାକୁ ଚାହୁଁଥିଲି । ଜାମନଗର ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ ଏବଂ ଏହାର ଗଭୀର ମହତ୍ତ୍ୱ ରହିଛି । ଗୁଜୁରାଟ ସେହି ଜାଗା ଯେଉଁଠାରୁ ମୁଁ ଆସିଛି । ଏହିଠାରେ ମୁକେଶ ଏବଂ ତାଙ୍କ ପିତା ରିଫାଇନାରୀ ନିର୍ମାଣ କରିଥିଲେ ଏବଂ ମୁଁ ଏହି ଶୁଷ୍କ ଏବଂ ମରୁଭୂମି ପରି ଅଞ୍ଚଳକୁ ଏକ ସବୁଜ ଟାଉନସିପ୍ ଏବଂ ଏକ ଜୀବନ୍ତ ସମ୍ପ୍ରଦାୟରେ ପରିଣତ କରି ମୋର କ୍ୟାରିଅର୍ ଆରମ୍ଭ କରିଛି ।'
"ଦ୍ୱିତୀୟଟି ହେଉଛି, ମୁଁ ଚାହୁଁଥିଲି ଏହି ଉତ୍ସବ କଳା ଏବଂ ସଂସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ହେଉ ଏବଂ ଆମର ପ୍ରତିଭାବାନ ସୃଜନଶୀଳ ମନର କଠିନ ପରିଶ୍ରମ ଏବଂ ହସ୍ତଶିଳ୍ପଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଆମର ଐତିହ୍ୟ ଏବଂ ପରମ୍ପରାର ପ୍ରତିଫଳନ ହେଉ । ସଂସ୍କୃତି ଏବଂ ପରମ୍ପରା ହେଉଛି ଭାରତୀୟ ସଭ୍ୟତାର ମୂଳଦୁଆ ଏବଂ ଏହି ପ୍ରାଚୀନ ତଥା ପବିତ୍ର ମୁଁ ହୃଦୟରୁ ଭାରତ ଦେଶକୁ ପ୍ରଣାମ କରୁଛି ।''
ଏହା ମଧ୍ୟ ପଢନ୍ତୁ: ଆଜିଠୁ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ: ଜାମନଗରରେ ତାରକାଙ୍କ ଭିଡ, ଆସିଲେଣି ଦେଶବିଦେଶ ଅତିଥି