ଓଡିଶା

odisha

ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ଆଳତି, ଶୁଭମୟ ହେବ ଦିନ - Mangala Alati

By ETV Bharat Odisha Team

Published : Sep 18, 2024, 6:33 AM IST

Mangala Alati (ETV Bharat Odisha)

ପୁରୀ: କୋଟି ଓଡ଼ିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥ । ପ୍ରତିଦିନ ଭୋରରୁ ମଙ୍ଗଳମୟଙ୍କ ଉଦ୍ଦେଶ୍ୟରେ ପ୍ରଥମେ ହୋଇଥାଏ ମଙ୍ଗଳ ଆଳତି । ଯାହାକୁ ଦେଖିବା ପାଇଁ ଭକ୍ତ ଅପେକ୍ଷା କରି ରହିଥାନ୍ତି ।  ମନ୍ଦିରରେ ପ୍ରଚଳିତ ନୀତି ମଧ୍ୟରୁ ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଥାଏ । ଆଜି ମଧ୍ୟ ବ୍ରାହ୍ମ୍ୟ ମୁହୂର୍ତ୍ତରେ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ଶଙ୍ଖ ଧ୍ୱନି, ଘଣ୍ଟ ଘଣ୍ଟା ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର ପରିସର । ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ ଜମିଥିଲା । ଭକ୍ତିମୟ ହୋଇ ଉଠିଥିଲା ପରିବେଶ । ବିଶ୍ବାସ ରହିଛି, ପ୍ରଭୁ ପତିତପାବନଙ୍କ ଏହି ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କଲେ ପାପ କ୍ଷୟ ହୋଇଥାଏ । ଏହି ଦିବ୍ୟ ଆଳତି ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଛୁଟି ଆସିଥାନ୍ତି ଭକ୍ତ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details