ବନ୍ୟଜନ୍ତୁ ସୁରକ୍ଷା ଆଇନକୁ ଫୁ..ମେଳଣରେ ନାଗ ସାପ ଧରି କଳାକାରାଙ୍କ ଖେଳ ପ୍ରଦର୍ଶନ - WILDLIFE PROTECTION ACT - WILDLIFE PROTECTION ACT
Published : Apr 23, 2024, 5:39 PM IST
Violation Of Wildlife Protection Act: ପୁରୀ: ବନ୍ୟଜନ୍ତୁ ସୁରକ୍ଷା ଆଇନକୁ ବେଖାତିର । ମେଳଣରେ ନାଗ ସାପ ଶହ ଖେଳ । ମେଳଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଆସିଥିବା ଜଣେ ଅଘୋରୀ ବେଶଧାରୀ କଳାକାର ସାପ ସହ ଖେଳ ଖେଳୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡିଜେର ଉଚ୍ଚ ଧ୍ବନୀରେ ଶିବ ଭଜନ ବାଜୁଥିବା ବେଳେ ଅଘୋରୀ ଜଣକ ଶିବଙ୍କ ବେଶ ଧାରଣ କରି ହାତରେ ଜୀବନ୍ତ ନାଗ ସାପ ଧରି ନୃତ୍ୟ କରୁଥଲେ । କେତେବେଳେ ସାପକୁ ବେକରେ ଗୁଡାଇ ଦେଉଛନ୍ତି ତ କେତେବେଳେ ପାଟିରେ କାମୁଡୁଛନ୍ତି । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଛଇତନା ମେଳଣରେ ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ...ସୋସିଆଲ ମିଡିଆରେ ବନ୍ୟଜନ୍ତୁ ସହ ଫଟୋ ପୋଷ୍ଟ କରିବା ଘଟଣା, ୟୁଟ୍ୟୁବର ମୋନାଲିସାଙ୍କ ଘରେ ଚଢ଼ାଉ
ତେବେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ, ଏହା ବେଆଇନ ହୋଇଥିବା ବେଳେ ପଶୁପ୍ରେମୀ ମହଲରେ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହେଇଛି । ଏଭଳି ବେନିୟମ କାର୍ଯ୍ୟ କରିଥିବା ଉକ୍ତ କଳାକାର ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି । ବନ ବିଭାଗ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଗତ କିଛି ଦିନ ତଳେ ପିସିସିଏଫ୍ କଟକଣା ଜାରି କରିଥିଲେ । କୌଣସି ବ୍ୟକ୍ତି ବନ୍ୟଜନ୍ତୁଙ୍କ ସହ ଫଟୋ ନେଇ ସୋସିଆଲ ମିଡ଼ିଆରେ ଅପଲୋଡ କଲେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବା ନେଇ ଚେତାବନୀ ଦିଆଯାଇଥିଲା । ଏନେଇ କେତେକ ୟୁଟ୍ୟୁବରଙ୍କ ବିରୋଧରେ ମଧ୍ୟ ପିସିସିଏଫ୍ କାର୍ଯ୍ୟନୁଷ୍ଠାନ ନେଇଥିଲେ ।
ଇଟିଭି ଭାରତ, ପୁରୀ