ଓଡିଶା

odisha

ETV Bharat / videos

ସରିଲା ଝାରସୁଗୁଡ଼ା ଦୁଲଦୁଲି ମହୋତ୍ସବ - DULDULI MAHOTSAV

By ETV Bharat Odisha Team

Published : Jan 6, 2025, 1:30 PM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଜିଲ୍ଲା ମହୋତ୍ସବ ଦୁଲଦୁଲି-୨୦୨୫ର ଶେଷ ରଜନୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ମହୋତ୍ସବରେ ଯୋଗ ଦେଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ୭୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସରକାରଙ୍କ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ଏବଂ ଅନ୍ୟ ବିଭାଗ ଦ୍ୱାରା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଝାରସୁଗୁଡା ଜିଲ୍ଲାକୁ ପ୍ରମୁଖ ଅର୍ଥନୈତିକ ପେଣ୍ଠସ୍ଥଳି କରିବା ପାଇଁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଜିଲ୍ଲା ମହୋତ୍ସବ ଦୁଲଦୁଲି -୨୦୨୫ ଅବସରରେ ଏକ ମେଗା ରକ୍ତଦାନ ଶିବିର ମଧ୍ୟ ଆୟୋଜନ ହୋଇଛି । ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚପଡ଼ାଠାରେ ଏନଏଲସି ତଲବିରା ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଅସହାୟ ବୟସ୍କମାନଙ୍କ ପାଇଁ ଏକ ବୃଦ୍ଧାଶ୍ରମ ଉଦଘାଟିତ ହୋଇଛି । ତେବେ ଅନ୍ୟପଟେ ଶେଷ ସନ୍ଧ୍ୟାରେ ମିରର ଥିଏଟର ପକ୍ଷରୁ ଝାରସୁଗୁଡ଼ାର ବୀରପୁତ୍ର ସ୍ବାଧୀନତା ସଂଗ୍ରାମୀ ସହିଦ କରୁଣାକର ନାଏକଙ୍କ ଇତିହାସ ଉପରେ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା । ଏହା ସହିତ ରାଜ୍ୟ ତଥା ରାଜ୍ୟ ବାହାର ଅନେକ ସାଂସ୍କୃତିକ ନୃତ୍ୟ ପରିବେଷଣ ମଞ୍ଚସ୍ଥ କରାଯାଇଥିଲା ।
 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଝାରସୁଗୁଡ଼ା ଜିଲ୍ଲା ବହୁ ପୁରାତନ ସଭ୍ୟତା ଓ ଭାଷାଭାଷୀର ଜିଲ୍ଲା । ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାକୁ ପ୍ରଗତି ପଥରେ ନେବାର ଲକ୍ଷ୍ୟ ରଖି ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବାକୁ ହେବ । ବିଶେଷ ଭାବରେ ବ୍ରଜରାଜନଗର ଓ ଲଖନପୁର ବ୍ଲକ ଅଞ୍ଚଳର ଲୋକମାନେ ବାରମ୍ବାର ବିସ୍ଥାପିତ ହେବା ପରେ ମଧ୍ୟ ଜିଲ୍ଲା ଓ ରାଜ୍ୟର ବିକାଶରେ ସହଯୋଗର ହାତ ବଢାଇଛନ୍ତି । ଏହି ଶିଳ୍ପାଞ୍ଚଳ ଜିଲ୍ଲା ପ୍ରମୁଖ ପେଣ୍ଠସ୍ଥଳୀ ହେବ । ଜିଲ୍ଲାରେ ମହିଳା ସଶକ୍ତିକରଣ, ଦଳିତ, ବଞ୍ଚିତ, ପଛୁଆ ବର୍ଗଙ୍କ ବିକାଶକୁ ପ୍ରାଥମିକତା ଦେବାକୁ ହେବ । କୋଲାବିରା, ଲଇକେରା ଭଳି ଅଞ୍ଚଳରେ ଜଳସେଚନକୁ ସୁବ୍ୟବସ୍ଥିତ କରିବା ପାଇଁ ପଡିବ । ଶିଳ୍ପ କାରଖାନା ପ୍ରତିଷ୍ଠା ସହ ଯୁବକମାନଙ୍କ ପାଇଁ ରୋଜଗାରର ପଥ ପ୍ରଶସ୍ତ କରିବାକୁ ହେବ । ଝାରସୁଗୁଡ଼ା ଜିଲ୍ଲାରେ ଶାନ୍ତି ବଜାୟ ରଖିବା ସହ ଭାଇଚାରାକୁ ବଢାଇବା ପାଇଁ ଦାୟିତ୍ୱ ନେବାକୁ ହେବ ।" 

ଏହା ମଧ୍ୟ ପଢ଼ନ୍ତୁ...ଧର୍ମଶାଳା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢ଼ନ୍ତୁ...ଦୁଲ୍‌ଦୁଲି ମହୋତ୍ସବରେ ଦୁଲୁକିଲା ଝାରସୁଗୁଡ଼ା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ଝାରସୁଗୁଡ଼ା 

ABOUT THE AUTHOR

...view details