ଓଡିଶା

odisha

ETV Bharat / videos

ବାଲିଯାତ୍ରାରେ ଛେନାପୋଡ଼ ପସରା, ମଜା ଉଠାଉଛନ୍ତି ଲୋକେ - SUGAR FREE CHHENA PODA

By ETV Bharat Odisha Team

Published : Nov 22, 2024, 3:20 PM IST

କଟକ: ଆପଣ ଡାଇବେଟିକ ରୋଗରେ ପୀଡିତ କି ? ମିଠା ଖାଇବାକୁ ବାରଣ କରିଛନ୍ତି କି ଡାକ୍ତର ? ହେଲେ ଯଦି ଆପଣ ବାଲିଯାତ୍ରା ଆସୁଛନ୍ତି ତେବେ ଆପଣ ବିନା ଦ୍ବିଧାରେ ଖାଇ ପାରିବେ ମିଠା ଛେନାପୋଡ଼ । ତାହା ପୁଣି ସୁଗାର ଫ୍ରି। ସମସ୍ତେ ଜାଣିଥିବେ ଛେନାପୋଡ଼ ସାଧାରଣରତଃ ଚିନି କିମ୍ବା ଗୁଡ଼ରେ ପ୍ରସ୍ତୁତ ହୋଇଥାଏ କିନ୍ତୁ ବାଲିଯାତ୍ରାରେ ଏମିତି ଏକ ଷ୍ଟଲ ରହିଛି, ଯେଉଁଠାରେ ଗୋଲାପ,କେଶର, ଭାନିଲା ଓ ଚକଲେଟ ଫ୍ଲେବର ଭଳି ପ୍ରାୟ ୭ ପ୍ରକାର ଛେନାପୋଡ଼ ପାଇ ପାରିବେ । ନୂଆ ତଥା ନିଆରା ସ୍ୱାଦ ଦେଉଥିବା ଏହି ଛେନାପୋଡ଼ ଖାଇବା ପାଇଁ ଲୋକଙ୍କ ବେଶ ଭିଡ଼ ଜମିଛି । ଏହି ଷ୍ଟଲ କରିଛନ୍ତି ସୋନପୁରରୁ ଆସିଥିବା ଜଣେ ମିଠା ବ୍ୟବସାୟୀ ।ଏଠାରେ ସୁଗାର ଫ୍ରି ଛେନାପୋଡ଼ ମଧ୍ୟ ରହିଛି । ଦାମ ମଧ୍ୟ ସେମିତି କିଛି ଅଧିକା ନାହିଁ ।

ବାଲିଯାତ୍ରାର ପ୍ରଥମ ଦିନରୁ ବେଶ ଭଲ ବ୍ୟବସାୟ କରୁଛନ୍ତି ସୋନପୁରରୁ ଆସିଥିବା ସମୀର କୁମାର ସାହୁ । ଏହାକୁ କିଣିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ଦର୍ଶକଙ୍କ ମତରେ ଏହି ଛେନାପୋଡ଼ ବେଶ ଆକର୍ଷଣୀୟ । ବର୍ତ୍ତମାନ ସମୟରେ ମଧୁମେହ ରୋଗ ପ୍ରାୟତଃ ସମସ୍ତଙ୍କ ଘରେ ଦେଖା ଦେଉଛି । ତେଣୁ ସମସ୍ତେ ମିଠା ଖାଇବାଠୁ ଦୁରେଇ ରହୁଛନ୍ତି । ସୁଗାର ଫ୍ରି ଛେନାପୋଡ଼ ଖାଇବା ଓ ବାଲିଯାତ୍ରା ବୁଲି ମଜା ଉଠାଇବା ବେଶ ଆନନ୍ଦ ଦାୟକ ବୋଲି କହିଛନ୍ତି ଦର୍ଶକ ।

ଏହା ମଧ୍ୟ ପଢନ୍ତୁ...ବାଲିଯାତ୍ରାରେ ବଲିଉଡ ଗାୟକ ସୁରେଶ ୱାଡକର, ଓଡ଼ିଆ ଗୀତରେ ଦର୍ଶକଙ୍କ ମନ ମୋହିଲେ

ଇଟିଭି ଭାରତ, କଟକ

deffrent types of chhenapoda sells in cuttack Bali yatra

ABOUT THE AUTHOR

...view details