ଓଡିଶା

odisha

ETV Bharat / videos

ଆକାଶ ଛୁଆଁ ପରିବା ଦର, ଚିନ୍ତାରେ ଖାଉଟି - VEGETABLE PRICE IN rourkela

By ETV Bharat Odisha Team

Published : Jun 17, 2024, 8:36 PM IST

VEGETABLE PRICE IN ROURKELA: ରାଉରକେଲା: ହୁ ହୁ ହୋଇ ବଢ଼ିବାରେ ଲାଗିଛି ପରିବା ଦର । ଖାଉଟି ସମ୍ପୂର୍ଣ୍ଣ ଭାବରେ ହନ୍ତସନ୍ତ । ଏହାର ସିଧାସଳଖ ପ୍ରଭାବ ପଡୁଛି ସାଧାରଣ ଜନତାଙ୍କ ଉପରେ । ବର୍ତ୍ତମାନ ରାଉରକେଲାର ଛେଣ୍ଡ ମାର୍କେଟ, VSS ନଗର,  ବାସନ୍ତୀ କଲୋନୀ, ଟ୍ରାଫିକ ଗେଟ, ଝାଡ଼ଖଣ୍ଡ ମାର୍କେଟ, ଝିରପାଣି ମାର୍କେଟରେ ମଧ୍ୟ ପରିବାର ଦର ଆକାଶ ଛୁଆଁ ରହିଥିବା ଦେଖିବାକୁ ମିଳୁଛି । 

ସେପଟେ ବ୍ୟାବସାୟୀ କହିଛନ୍ତି ଯେ, ପରିବା ବର୍ତ୍ତମାନ ସୁଦ୍ଧା ମାର୍କେଟକୁ ଭଲ ଭାବରେ ଆସୁ ନାହିଁ । ତେଣୁ ଆଳୁ, ପିଆଜର ଅଭାବ ଦେଖା ଦେଇଥିବାରୁ ଏହାର ଦର ବୃଦ୍ଧି ପାଇଛି । ପୋଟଳ କିଲୋ ପିଛା ୬୦ ଟଙ୍କା, ବାଇଗଣ ୪୦, ଭେଣ୍ଡି ୪୦, ଟମାଟୋ ୫୦ ରୁ ୬୦ ଟଙ୍କା କିଲୋ , କଦଳୀ ୫୦, ମାଟି ଆଳୁ ୮୦, ବନ୍ଧାକୋବି ଏବଂ ଫୁଲକୋବି ୪୦ ଟଙ୍କା କିଲୋ ସପ୍ତାହେ ତଳେ ୨୫ ଟଙ୍କା କିଲୋରେ ମିଳୁଥିବା ପିଆଜ ବର୍ତ୍ତମାନ କିଲୋ ପିଛା ୪୦ ଟଙ୍କାରେ ପହଞ୍ଚିଛି ଏବଂ ଆଳୁ ମଧ୍ୟ ୩୦ ଟଙ୍କା ପାର୍ କରିଛି ।

କେବଳ ରାଉରକେଲା ନୁହେଁ ସମ୍ପୂର୍ଣ୍ଣ ରାଜ୍ୟରେ ବର୍ତ୍ତମାନ ପନି ପରିବା ଦର ଆକାଶ ଛୁଆଁ ହୋଇଛି । ହଠାତ୍ ଏଭଳି ଦର ବୃଦ୍ଧି ରାଉରକେଲାବାସୀଙ୍କୁ ବିଚଳିତ କରିବା ସହ ସେମାନଙ୍କ ଘରୋଇ ବଜେଟକୁ ଆଘାତ ଦେଇଛି । ଲୋକେ ବର୍ତ୍ତମାନ ପରିବା ଦର ବୃଦ୍ଧି ହେବା ଯୋଗୁଁ ନେବାକୁ ପଛ ଘୁଞ୍ଚା ଦେଉଛନ୍ତି । ଯିଏ କିଲୋ ଦୁଇ କିଲୋ ନେବା କଥା ସେ 250 ଗ୍ରାମ ବା ଅଧା କିଲୋ ନେଇ ଘରକୁ ଯାଉଛନ୍ତି । ସେପଟେ ଗ୍ରାହକ କହିଛନ୍ତି ଯେ, ପରିବା ଦର ଏତେ ବଢିଛି ଯେ କିଣିବା ତ ଦୂରର କଥା ଦେଖିଲେ ଲାଗୁଛି ଡ଼ର । 

ଏହା ମଧ୍ୟ ପଢନ୍ତୁ .....ପରିବାର ପାଇଁ ବୋଝ କଞ୍ଚା ପରିବା, ବଜାର ଦର ଆକାଶ ଛୁଆଁ - INCREASE VEGETABLE PRICE

ଇଟିଭି ଭାରତ, ରାଉରକେଲା  

ABOUT THE AUTHOR

...view details