ଓଡିଶା

odisha

ETV Bharat / videos

ଏଥର ଦେଶ ଓ ରାଜ୍ୟରେ ଜିତିବେ କଂଗ୍ରେସ ପ୍ରାର୍ଥୀ: ପବନ ଖେଡ଼ା - Congress Press Meet In Balasore - CONGRESS PRESS MEET IN BALASORE

By ETV Bharat Odisha Team

Published : May 21, 2024, 9:16 PM IST

Congress Press Meet In Balasore: ବାଲେଶ୍ବର: ବାଲେଶ୍ବର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ନିଜର ପ୍ରଚାରକୁ ଜୋରଦାର କରିବାରେ ଲାଗିଛି । ବାଲେଶ୍ଵର ସହରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଗଣମାଧ୍ୟମ ଏବଂ ଯୋଗାଯୋଗ ବିଭାଗ ରାଷ୍ଟ୍ରୀୟ ଅଧ୍ୟକ୍ଷ ପବନ ଖେଡା ଯୋଗ ଦେଇଥିଲେ । ସେ କହିଥିଲେ ଯେ, ବିଜେପି ଏବଂ ବିଜେଡି ସରକାର ଉପରେ ସାଧାରଣ ଲୋକ ଅତିଷ୍ଠ ହୋଇଗଲେଣି । ଏ ଦୁଇ ସରକାର କଥା ଦେଇ କଥା ରଖୁନଥିବା ବେଳେ ବିକାଶ ବିକାଶ ନାରା ଦେଇ ଲୋକଙ୍କୁ ଠକୁଛନ୍ତି । ଏଥିପାଇଁ ଏଥର ନିର୍ବାଚନରେ ସମଗ୍ର ଦେଶ ସମେତ ଓଡ଼ିଶାରେ କଂଗ୍ରେସ ଦଳ ଅଦ୍ଭୂତପୂର୍ବ ସଫଳତା ହାସଲ କରିବ ।  

ଏହା ମଧ୍ୟ ପଢନ୍ତୁ ... ବାଲେଶ୍ବରରେ ପ୍ରାର୍ଥୀଙ୍କ ନିର୍ବାଚନୀ ଇସ୍ତାହାର, ଜଣେ ଦେଲା ଗ୍ୟାରେଣ୍ଟି ଆଉ ଜଣଙ୍କର ସଂକଳ୍ପ ପତ୍ର - Balasore Candidates Manifesto

ଏନେଇ କଂଗ୍ରେସ ଦଳ ତରଫରୁ ସର୍ଭେ କରାଯାଇଥିଲା । ଯେଉଁଥିରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ରହିଥିବା କଥା ପବନ ଖେଡ଼ା ପ୍ରକାଶ କରିଛନ୍ତି । ଏହାସହ ବାଲେଶ୍ବର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା 2009ରୁ 14 ଯାଏଁ ଅନେକ ପ୍ରକଳ୍ପ ବାଲେଶ୍ଵରର ଲୋକଙ୍କ ପାଇଁ ଆଣିଥିବା ବେଳେ ଏହି ନିର୍ବାଚନରେ ତାଙ୍କ ସପକ୍ଷରେ ମତଦାନ ହେବା ନେଇ ଆଶା ପୋଷଣ କରିଛନ୍ତି ପବନ ଖେଡ଼ା । ଅନ୍ୟପକ୍ଷରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାବଦରେ ଦେଇଥିବା ମନ୍ତବ୍ୟକୁ ନେଇ ସେ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ କହିଥିଲେ । କଂଗ୍ରେସର ଗଣମାଧ୍ୟମ ଏବଂ ଯୋଗାଯୋଗ ବିଭାଗ ରାଜ୍ୟ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତି, ଏଆଇସିସି ବାଲେଶ୍ବର ପର୍ଯ୍ୟବେକ୍ଷକ ଅଭୟ ଛାଜେଡ, କଂଗ୍ରେସ ଜିଲ୍ଲା ସଭାପତି ସଞ୍ଜୀବ ଗିରି, ଗଣମାଧ୍ୟମ ଏବଂ ଯୋଗାଯୋଗ ବିଭାଗ ଜିଲ୍ଲା ଅଧ୍ୟକ୍ଷ ବିକାଶ କୁମାର ଦାସ, ଏଆଇସିସି ଓଡ଼ିଶା ଗଣମାଧ୍ୟମ ସଂଯୋଜକ ନିତୁ ଚୌଧୁରୀ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details