ଓଡିଶା

odisha

By ETV Bharat Odisha Team

Published : Jan 22, 2024, 3:43 PM IST

ETV Bharat / videos

ବିଶ୍ୱର ବଡ଼ ଦୀପକୁ ନେଇ ରାଉରକେଲାରେ ବିଶାଳ ରାଲି

Pran Pratishtha: ରାଉରକେଲା: ଅପେକ୍ଷାର ଅନ୍ତ। ସରିଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ରାମ ମନ୍ଦିରରେ ବିରାଜିଲେ ରାମଲାଲା । ଏନେଇ ଉତ୍ସବମୁଖର ଅଯୋଧ୍ୟା ସମେତ ସାରା ଦେଶ। ତେବେ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଆଜି ସକାଳୁ ରାଉରକେଲା ସହର ସମ୍ପୂର୍ଣ୍ଣ ଭାବେ ରାମମୟ ହୋଇ ଉଠିଥିଲା । ରାମଙ୍କ ପାଇଁ ସମର୍ପଣ ହୋଇଥିବା  ଦୀପର ଆଜି ବିଶାଳ ରାଲି କରି ରାଉରକେଲା ପରିଭ୍ରମଣ କରିଛି । ସହରର ଏୟାରପୋର୍ଟ ନିକଟରୁ ଏହି ରାଲି ବାହାରି ରାଉରକେଲା ସହରର ରିଙ୍ଗ ରୋଡ଼ ଦେଇ ହନୁମାନ ବାଟିକ ଯାଏ ପରିଭ୍ରମଣ କରିଛି। ଏହି ଦୀପ ସହ ରହିଥିଲା ପ୍ରଭୁ ଶ୍ରୀରାମଙ୍କ ଆକର୍ଷଣୀୟ ମୂର୍ତ୍ତି । ସେହିପରି  ପିଲାମାନେ ରାମ ଲକ୍ଷ୍ମଣ ସୀତା ଏବଂ ହନୁମାନ ହୋଇ ରାଲିରେ ସାମିଲ ହୋଇଥିଲେ । ମାଟି ତିଆରି ଦୀପର ଉଚ୍ଚତା ସାଢ଼େ ୫ ଫୁଟ ଓ ଗୋଲେଇ ୧୨ ଫୁଟ ହୋଇଛି । ଏକ ଟ୍ରକ ଯୋଗେ ଏହାକୁ ଆଜି ପରିଭ୍ରମଣ କରାଯାଇଛି । ଏହି ବିଶାଳକାୟ ଦୀପ ଆସନ୍ତା ୪୫ ଦିନ ପର୍ଯ୍ୟନ୍ତ ରାଉରକେଲା ସହରର ହନୁମାନ ବଟିକାରେ ପ୍ରଜ୍ଵଳନ ହେବ । ଏହି ବିଶାଳକାୟ ଦୀପରେ ୬ ହଜାର ୫୦୦ ଲିଟର୍‌ରୁ ଅଧିକ ଘିଅ ରହିବ । ଏଥିରେ ୩୪ ଫୁଟ ବିଶିଷ୍ଟ ବଡ଼ ବଳିତା ଲାଗିବ ।


 ଏହା ମଧ୍ୟ ପଢନ୍ତୁ- ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ସମ୍ପନ୍ନ, ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀରାମ, ହସ ହସ ମୁଖ ଦେଖି ବିଭୋର ଭକ୍ତ

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details