ଓଡିଶା

odisha

ETV Bharat / videos

ପିପିଲିରେ ରଜ ପର୍ବ ୨୦୨୪ ପାଳିତ, ଯୋଗଦେଲେ ପୁରୀ ସାଂସଦ - RAJA FESTIVAL 2024

By ETV Bharat Odisha Team

Published : Jun 16, 2024, 12:24 PM IST

ନିମାପଡା: କୃଷି ଭିତ୍ତିକ ରଜ ପର୍ବର ପହିଲ ରଜ, ରଜ ସଂକ୍ରାନ୍ତି ପରେ ଆଜି ହେଉଛି ଶେଷ ଦିନ ବା ଭୂମି ଦହନ ।  ପିପିଲିରେ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ରଜ ପରବ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ରଜ ସଂକ୍ରାନ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରଜ ଦୋଳି ଖେଳ, ଓଡ଼ିଆଣୀ ଝିଅ, ରଙ୍ଗୋଲି, ଦଉଡି ଡିଆଁ ଆଦି ପ୍ରତିଯୋଗିତା କରାଯାଇଥିଲା । ତରୁଣୀମାନେ ଏଥିରେ ଭାଗ ନେଇଥିଲେ । ଏହି ଅବସରରେ ପୁରୀ ସାଂସଦ ସମ୍ବିତ ପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ କୃତି ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ନିର୍ବାଚନରେ ବିଜୟୀ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସହିତ ପିପିଲିର ବିକାଶ ପାଇଁ କାମ କରିବାର ସମୟ ଆସିଛି ବୋଲି କହିଥିଲେ ସାଂସଦ ।  

ଏହା ମଧ୍ୟ ପଢନ୍ତୁ-ଆଜି ସରିବ ରଜ ମଉଜ, ଶେଷ ରଜରେ ଉତ୍ସବମୁଖର ଗାଁଠୁ ସହର - bhumi dahana

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details